“ସରବଜୀତ”ର ଟ୍ରେଲର୍ ରିଲିଜ୍

ମୁମ୍ବାଇ: ପାକିସ୍ତାନ ଜେଲ୍‌ରେ ବହୁ ବର୍ଷ ଧରି ବନ୍ଦୀ ହୋଇ ରହିବା ପରେ କିଛି କଏଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ସରବଜୀତ୍ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ସରବଜୀତ”ର ଟ୍ରେଲର୍ ରିଲିଜ୍ ହୋଇଛି। ଏଥିରେ ସରବଜୀତ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି ରଣଦୀପ ହୁଡ୍ଡା। ତାଙ୍କ ଉପରୁ ଦର୍ଶକଙ୍କ ନଜର ହଟିବ ନାହିଁ। ଜେଲ୍ ଯିବା ପୂର୍ବର ସରବଜୀତ ଓ ଜେଲ୍‌ରେ ନିର୍ଯାତନା ସହୁଥିବା ସରବଜୀତ୍- ଦୁଇଟି ଯାକ ଚରିତ୍ରରେ ଅଭିନୟ କରିଛନ୍ତି ସେ। ଟ୍ରେଲରରେ […]

sarabjit

Rakesh Mallick
  • Published: Thursday, 14 April 2016
  • , Updated: 14 April 2016, 12:47 PM IST

ମୁମ୍ବାଇ: ପାକିସ୍ତାନ ଜେଲ୍‌ରେ ବହୁ ବର୍ଷ ଧରି ବନ୍ଦୀ ହୋଇ ରହିବା ପରେ କିଛି କଏଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ସରବଜୀତ୍ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ସରବଜୀତ”ର ଟ୍ରେଲର୍ ରିଲିଜ୍ ହୋଇଛି।

ଏଥିରେ ସରବଜୀତ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି ରଣଦୀପ ହୁଡ୍ଡା। ତାଙ୍କ ଉପରୁ ଦର୍ଶକଙ୍କ ନଜର ହଟିବ ନାହିଁ। ଜେଲ୍ ଯିବା ପୂର୍ବର ସରବଜୀତ ଓ ଜେଲ୍‌ରେ ନିର୍ଯାତନା ସହୁଥିବା ସରବଜୀତ୍- ଦୁଇଟି ଯାକ ଚରିତ୍ରରେ ଅଭିନୟ କରିଛନ୍ତି ସେ। ଟ୍ରେଲରରେ ରଣଦୀପ ହୁଡ୍ଡାଙ୍କ ସରବଜୀତ୍ ବେଶ ନିଶ୍ଚିତ ଭାବେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିବ। ଏଥିପାଇଁ ଅବଶ୍ୟ ସେ ଟ୍ୱିଟ୍ କରି ମେକ୍‌ଅପ୍ ପର୍ସନ ରେଣୁକା ପିଲ୍ଲେଙ୍କୁ ସବୁ ଶ୍ରେୟ ଦେଇଛନ୍ତି।

ଏହି ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ସରବଜୀତଙ୍କ ଭଉଣୀ ଦଲବୀର କୌରଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଯିଏ କି ନିଜ ଭାଇଙ୍କୁ ପାକିସ୍ତାନ ଜେଲ୍‌ରୁ ମୁକ୍ତ କରିବାକୁ ବହୁ ଉଦ୍ୟମ କରିଥିଲେ।

ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମେ’୨୦ରେ ପରଦାକୁ ଆସିବ।

Related story