ସ୍କୁଲକୁ ଫେରିଲେ ଜାତୀୟ ପୁରସ୍କାର ବିଜେତା ‘ସୈରାଟ୍’ ଷ୍ଟାର ରିଙ୍କୁ  

ମୁମ୍ବାଇ : ଫିଲ୍ମ ‘ସୈରାଟ୍’ରେ ଅଭିନୟ କରି ଜାତୀୟ ପ୍ରସିଦ୍ଧି ପାଇଥିବା ରିଙ୍କୁ ରାଜଗୁରୁ ଆଜି ସୋଲାପୁର ଜିଲ୍ଲାର ଅକଲୁଜ ସ୍କୁଲରେ ତାଙ୍କ ୧୦ମ ଶ୍ରେଣୀ ପାଠପଢା ଆରମ୍ଭ କରିଛନ୍ତି। ରିଙ୍କୁ ବିଭିନ୍ନ ସ୍ୱାଗତ କାର୍ଯ୍ୟକ୍ରମରେ ଭାଗ ନେବା ପରେ ଲୋକପ୍ରିୟ ଟିଭି ଶୋ ଏବଂ ଫିଲ୍ମରେ କାମ କରି ସ୍କୁଲ ଫେରିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ‘ସୈରଟ୍’ ମରାଠୀ ସିନେମା ଇତିହାସରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମର ରେକର୍ଡ ପ୍ରତିଷ୍ଠା କରିଛି। […]

sairat_rinku

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 11:02 PM IST

ମୁମ୍ବାଇ : ଫିଲ୍ମ ‘ସୈରାଟ୍’ରେ ଅଭିନୟ କରି ଜାତୀୟ ପ୍ରସିଦ୍ଧି ପାଇଥିବା ରିଙ୍କୁ ରାଜଗୁରୁ ଆଜି ସୋଲାପୁର ଜିଲ୍ଲାର ଅକଲୁଜ ସ୍କୁଲରେ ତାଙ୍କ ୧୦ମ ଶ୍ରେଣୀ ପାଠପଢା ଆରମ୍ଭ କରିଛନ୍ତି।

ରିଙ୍କୁ ବିଭିନ୍ନ ସ୍ୱାଗତ କାର୍ଯ୍ୟକ୍ରମରେ ଭାଗ ନେବା ପରେ ଲୋକପ୍ରିୟ ଟିଭି ଶୋ ଏବଂ ଫିଲ୍ମରେ କାମ କରି ସ୍କୁଲ ଫେରିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ‘ସୈରଟ୍’ ମରାଠୀ ସିନେମା ଇତିହାସରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମର ରେକର୍ଡ ପ୍ରତିଷ୍ଠା କରିଛି। ଏହା ୧୦୦ କୋଟି ଟଙ୍କାର ମାଇଲ ଖୁଣ୍ଟ ପାଖପାଖି ପହଞ୍ଚି ଯାଇଛି ।

ତେବେ ସେ ପ୍ରଥମ ଦିନ ସ୍କୁଲରେ ଯୋଗ ଦେଇପାରି ନ ଥିଲେ। ସ୍କୁଲର ପ୍ରିନ୍ସିପାଲ ମଞ୍ଜୁଶ୍ରୀ ଜୈନ କହିଛନ୍ତି, “ରିଙ୍କୁର ପ୍ରଥମ ଦିନରେ ଉପସ୍ଥିତ ହେବେ ବୋଲି ଆମେ ଆଶା କରିଥିଲୁ, କିନ୍ତୁ ସେ ଆସି ପାରି ନ ଥିଲେ।”

Related story