କ୍ୟାମେରା ଦେଖି କାହିଁକି ମୁହଁ ଲୁଚାଇଲେ ହ୍ରିତିକ୍‌?

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ତାଙ୍କର ଆଗାମୀ ଫିଲ୍ମ ‘ସୁପର୍-୩୦’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ହ୍ରିତିକ୍‌ଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରେ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଯେମିତି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଆଡ଼କୁ କ୍ୟାମେରା ବୁଲାଇ ଦେଲେ ସେ ନିଜ ମୁହଁ ଲୁଚାଇ ଦେଇଥିଲେ। ସେ କ’ଣ ପାଇଁ ମୁହଁ ଲୁଚାଇଲେ ତାହା ଜଣାପଡ଼ି ନାହିଁ। ବୋଧହୁଏ ସେ ନିଜ ନ୍ୟୁ ଲୁକ୍‌କୁ ଲୁଚାଇବାକୁ ଚାହୁଁଛନ୍ତି! ‘ସୁପର୍-୩୦’ ଫିଲ୍ମ ପାଇଁ ହ୍ରିତିକ୍‌ ରୋଶନ୍‌ ନିଜ ଓଜନ […]

hritik

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 01:37 PM IST

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ତାଙ୍କର ଆଗାମୀ ଫିଲ୍ମ 'ସୁପର୍-୩୦'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ହ୍ରିତିକ୍‌ଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରେ ସୁଟିଂ କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଯେମିତି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଆଡ଼କୁ କ୍ୟାମେରା ବୁଲାଇ ଦେଲେ ସେ ନିଜ ମୁହଁ ଲୁଚାଇ ଦେଇଥିଲେ। ସେ କ’ଣ ପାଇଁ ମୁହଁ ଲୁଚାଇଲେ ତାହା ଜଣାପଡ଼ି ନାହିଁ। ବୋଧହୁଏ ସେ ନିଜ ନ୍ୟୁ ଲୁକ୍‌କୁ ଲୁଚାଇବାକୁ ଚାହୁଁଛନ୍ତି!

‘ସୁପର୍-୩୦’ ଫିଲ୍ମ ପାଇଁ ହ୍ରିତିକ୍‌ ରୋଶନ୍‌ ନିଜ ଓଜନ କମାଇ ଦେଇଛନ୍ତି।  ତାଙ୍କର କିଛି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ ସେ ଲମ୍ବା ଦାଢ଼ି ରଖିଛନ୍ତି ଓ ସାଇକେଲ୍ ଚଲାଉଛନ୍ତି।

‘ସୁପର୍-୩୦’ ଗଣିତଜ୍ଞ ଆନନ୍ଦ କୁମାରଙ୍କ ବାୟୋପିକ୍‌ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ କୁହାଯାଉଛି ଯେ ଏହା କେବଳ ଏକ ପ୍ରେରଣାଦାୟୀ କାହାଣୀ।

ଏହି ଫିଲ୍ମରେ ହ୍ରିତିକଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଟେଲିଭିଜନ୍‌ ଅଭିନେତ୍ରୀ ମୃଣାଳ ଠାକୁର।

Related story