ବଲିଉଡ୍‌ ଷ୍ଟାରଙ୍କ ଚର୍ଚ୍ଚିତ ସେଲ୍‌ଫି

ମୁମ୍ବାଇ: ଆଜିକାଲି ଦୁନିଆରେ ସେଲ୍‌ଫି ଏକ ଟ୍ରେଣ୍ଡ ବନି ଗଲାଣି। ଖାଇବା, ଶୋଇବା ଉଠିବା ଯେତେବେଳେ ଇଛା ସେତେବେଳେ ସେଲ୍‌ଫି। ଏଥିରୁ ବଲିଉଡ୍‌ କଳାକାରମାନେ କେମିତି ବା ବାଦ୍‌ ପଡ଼ିବେ। ସେମାନେ ବି ସେଲ୍‌ଫି ମାୟାରେ ପୂରା ବାୟା। ଯେତେ ବେଳେ ଦେଖଇବ ସୋସିଆଲ ମିଡିଆରେ ଷ୍ଟାରଙ୍କ ଏପରି କିଛି ସେଲଫି ଭାଇରାଲ ହେଉଥିବ। ତେବେ ଆସନ୍ତୁ ଜାଣିବା ବି-ଟାଉନର କିଛି ଷ୍ଟାରଙ୍କ ସେଲଫି ବିଷୟରେ। ପ୍ରିୟଙ୍କା ଚୋପ୍ରା:  ୨୦୧୫ ଡିସେମ୍ବରରେ ନ୍ୟୁୟର୍କରେ ‘ଗୁଡ଼୍‌ ମର୍ଣ୍ଣିଙ୍ଗ’ର ପ୍ରମୋସନ୍‌ […]

big-b-jaya

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 01:28 PM IST

ମୁମ୍ବାଇ: ଆଜିକାଲି ଦୁନିଆରେ ସେଲ୍‌ଫି ଏକ ଟ୍ରେଣ୍ଡ ବନି ଗଲାଣି। ଖାଇବା, ଶୋଇବା ଉଠିବା ଯେତେବେଳେ ଇଛା ସେତେବେଳେ ସେଲ୍‌ଫି। ଏଥିରୁ ବଲିଉଡ୍‌ କଳାକାରମାନେ କେମିତି ବା ବାଦ୍‌ ପଡ଼ିବେ। ସେମାନେ ବି ସେଲ୍‌ଫି ମାୟାରେ ପୂରା ବାୟା। ଯେତେ ବେଳେ ଦେଖଇବ ସୋସିଆଲ ମିଡିଆରେ ଷ୍ଟାରଙ୍କ ଏପରି କିଛି ସେଲଫି ଭାଇରାଲ ହେଉଥିବ। ତେବେ ଆସନ୍ତୁ ଜାଣିବା ବି-ଟାଉନର କିଛି ଷ୍ଟାରଙ୍କ ସେଲଫି ବିଷୟରେ।

ପ୍ରିୟଙ୍କା ଚୋପ୍ରା:  ୨୦୧୫ ଡିସେମ୍ବରରେ ନ୍ୟୁୟର୍କରେ ‘ଗୁଡ଼୍‌ ମର୍ଣ୍ଣିଙ୍ଗ’ର ପ୍ରମୋସନ୍‌ ବେଳେ ସେଲ୍‌ଫି ନେଇଥିଲେ।

ଅମିତାଭ ଓ ଆରାଧ୍ୟା ବଚ୍ଚନ: ମେଗା ଷ୍ଟାର ଅମିତାଭ ନାତୁଣୀ ଆରାଧ୍ୟା ସହ ସେଲ୍‌ଫି ନେଇଥିଲେ। ଯାହା ତାଙ୍କ ଫିଲ୍ମ ପରି ବହୁ ପ୍ରଶଂସା ସାଉଁଟି ଥିଲା।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ୬୮ତମ କାନ୍‌ ଫିଲ୍ମସ୍‌ ଫେଷ୍ଟିଭାଲରେ ‘କେରଳ’ର ପ୍ରିମିଅର ଉପରେ ଐଶ୍ୱର୍ଯ୍ୟା ଓ ଇଭା ଲୋଗରିୟା ନେଇଥିଲେ ସେଲ୍‌ଫି। ଯାହା ଚର୍ଚ୍ଚାରେ ରହିଥିଲା।

ଫାତିମା ସେଖ୍‌, ଆମୀର ଖାନ୍‌ ଓ କ୍ୟାଟ୍ରିନା କୈଫ୍‌: ଏହି ସେଲ୍‌ଫି ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ ସୁଟିଂ ସମୟର। ଏଥିରେ ଏହି ତିନି କଳାକାର ମସ୍ତି କରୁଥିବା ଦେଖିବାକୁ ମିଳୁଛି।

ଶାହାରୁଖ୍ ଖାନ୍:  ଶାହାରୁଖ୍‌ ଖାନ୍‌ ପୁଅ ଆର୍ଯ୍ୟନ ଓ ଝିଅ ଶୁହାନାଙ୍କ ସହ ପୂରା ଖୁସି ମିଜାଜରେ ସେଲ୍‌ଫି ନେବା ବହୁତ ଚର୍ଚ୍ଚାର ବିଷୟ ପାଲଟି ଥିଲା।

ସଲମାନ ଖାନ୍‌: ୨୦୧୫ ଡିସେମ୍ବର ମୁମ୍ବାଇରେ ରିୟାଲିଟ୍‌ ଶୋ’ ‘‘ବିଗ୍‌ ବସ୍‌-୯’ ଶୁଭାରମ୍ଭ ବେଳେ ସଲମାନ୍‌ ଏହି ସେଲଫି ନେଇଥିଲେ।

ଶ୍ରୀଦେବୀ ଓ ଜାହ୍ନବୀ କପୁର: ଛୁଟି କାଟିବାକୁ ଯାଇଥିବା ବେଳେ ସ୍ୱଗାତା ଶ୍ରୀଦେବୀ ଝିଅ ଜାହ୍ନବୀ ସହ ନେଇଥିଲେ ସେଲ୍‌ଫି।

ଶଶି କପୁର: ଶଶି କପୁରଙ୍କ ସହ କରୀସ୍ମା କପୁର, ରଣବୀର କପୁର, ରେଖା, ନୀତୁ ସିଂହଙ୍କ ସେଲ୍‌ଫି। ଏହି ଫଟୋଟି ୨୦୧୫ର ମୁମ୍ବାଇରେ ଶଶି କପୁର ଦାଦା ସାହେବ ଫାଲକେ ଆୱାର୍ଡ ପାଇବା ସମାରୋହ ସମୟର।

ମାଧୁରୀ ଦୀକ୍ଷିତ୍‌: ୧୫ତମ ମାରାକେଚ୍‌ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ ‘ମେରୋକୋ’ରେ ମାଧୁରୀ ସେଲ୍‌ଫି ନେଇଥିଲେ।

ଶାହାରୁଖ୍‌ ଓ ଆମୀର: ଏମିତି ଫଟୋ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। କାରଣ ଶାହାରୁଖ ଓ ଅମୀର ଏଯାଏ କୌଣସି ଫିଲ୍ମରେ ଏକାଠି ଆସିନାହାଁନ୍ତି। ଆଉ ଉଭୟଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନୁହେଁ ବୋଲି ସବୁ ବେଳେ ଚର୍ଚ୍ଚା ହୋଇଥାଏ।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡସ୍‌: ଜ୍ୟାକ୍‌ଲିନ୍ ଆଇଆଇଏଫ୍‌ଏ ଆୱାର୍ଡ ୨୦୧୫ରେ ନିଜ ହୋଟେଲ୍‌ ବାଥ୍‌ଟବ୍‌ରେ ଏହି ଫଟୋ ଉଠାଇ ଥିଲେ।

ଫରହାନ୍‌ ଅତର ଓ ରଣବୀର ସିଂହ: ଫରହାନ୍‌ ଓ ରଣବୀର ଫିଲ୍ମ ‘ଦିଲ୍‌ ଧଡକନେ ଦୋ’ ସେଟ୍‌ରେ ଏହି ସେଲ୍‌ଫି ନେଇଥିଲେ।

ରଣବୀର ସିଂହ: ରଣବୀର ସିଂହ ସବୁ ବେଳେ ମଜାକ ମୁଡ଼ରେ ଥାନ୍ତି। ସେ ସୋନମ କପୁର ଓ ଅର୍ଜୁନଙ୍କ ସହ ଏକାଠି ମସ୍ତି କରୁଥିବା ବେଳର ଏକ ସେଲ୍‌ଫି ବେଶ ପପୁଲାର ହୋଇଥିଲା।

Related story