ଚିରନିଦ୍ରାରେ ଶୋଇପଡ଼ିଲେ ଶଫିକ୍‌, ଶୋକ ପ୍ରକଟ କଲା ସିଣ୍ଟା

ମୁମ୍ବାଇ: କ୍ରାଇମ୍ ପେଟ୍ରୋଲ୍ ଫେମ୍ ଆକ୍ଟର ଶଫିକ୍ ଅନ୍‌ସାରୀଙ୍କର ଗତ ରବିବାର ପରଲୋକ ହୋଇଯାଇଛି। ସେ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ। ଦୀର୍ଘଦିନ ଧରି କ୍ୟାନ୍‌ସର୍‌ ସହିତ ଲଢ଼େଇ କରିବା ପରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶଫିକ୍‌ଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀ ଦୁଃଖ ପ୍ରକାଶ କରିଛି। ଫ୍ୟାନ୍‌ମାନେ ବି ସୋଶାଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି। ସିଣ୍ଟା (ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌) ଏହି ଘଟଣାରେ ଶୋକ ପ୍ରକାଶ କରିଛି। ସିଣ୍ଟା ପକ୍ଷରୁ […]

67

67

Jitendra Garnayak
  • Published: Tuesday, 12 May 2020
  • Updated: 12 May 2020, 08:55 AM IST

Sports

Latest News

ମୁମ୍ବାଇ: କ୍ରାଇମ୍ ପେଟ୍ରୋଲ୍ ଫେମ୍ ଆକ୍ଟର ଶଫିକ୍ ଅନ୍‌ସାରୀଙ୍କର ଗତ ରବିବାର ପରଲୋକ ହୋଇଯାଇଛି। ସେ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ। ଦୀର୍ଘଦିନ ଧରି କ୍ୟାନ୍‌ସର୍‌ ସହିତ ଲଢ଼େଇ କରିବା ପରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଶଫିକ୍‌ଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀ ଦୁଃଖ ପ୍ରକାଶ କରିଛି। ଫ୍ୟାନ୍‌ମାନେ ବି ସୋଶାଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି। ସିଣ୍ଟା (ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌) ଏହି ଘଟଣାରେ ଶୋକ ପ୍ରକାଶ କରିଛି। ସିଣ୍ଟା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଅନ୍‌ସାରୀଙ୍କ ପରଲୋକରେ ଆମେ ଦୁଃଖିତ। ସେ ୨୦୦୮ରୁ ସିଣ୍ଟାର ସଦସ୍ୟ ଥିଲେ।


ଶଫିକ୍‌ ଜଣେ ସହ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଅଭିନୟରେ ପାଦ ଦେଇଥିଲେ। ସେ କ୍ରାଇମ୍ ପେଟ୍ରୋଲ୍‌ ବ୍ୟତୀତ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବାଗ୍‌ବାନ୍‌’ର ସ୍କ୍ରିନ୍‌ରାଇଟର୍ସଙ୍କ ମଧ୍ୟରୁ ଜଣେ ଥିଲେ।

ଏକ ରିପୋର୍ଟ ଅନୁଯାୟୀ, ବେଶ୍ କିଛି ବର୍ଷ ଶଫିକ୍ ପେଟ କ୍ୟାନସରରେ ପୀଡ଼ିତ ଥିଲେ। ଶେଷରେ ସେଥିରେ ହିଁ ତାଙ୍କର ପରଲୋକ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos