ଯୁବତୀଙ୍କୁ ଆକ୍ଷେପ କଲେ ମୁକେଶ ଖନ୍ନା, ହେଲେ ସାଂଘାତିକ ଟ୍ରୋଲ  

ମୁମ୍ବାଇ: ଯୁବତୀଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଫସିଯାଇଛନ୍ତି ମୁକେଶ ଖନ୍ନା । ସୋଶାଲ ମିଡିଆରେ ଶକ୍ତିମାନଙ୍କୁ ଖୁବ୍‌ ଟ୍ରୋଲ କରାଯିବା ସହ ସମାଲୋଚନା ବି କରାଯାଉଛି।   ମୁକେଶଙ୍କ କ୍ଲିପ୍‌ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୁକେଶ ଖନ୍ନା କହିଛନ୍ତି, ଯଦି ଜଣେ ଯୁବତୀ ଜଣେ ଯୁବକ ସହ ଶାରୀରିକ ସମ୍ପର୍କ ରଖିବାକୁ ଅଫର ଦିଏ, ତାହା ହେଲେ ସେ ଯୁବତୀ କହିବାକୁ ଯୋଗ୍ୟ ନୁହେଁ। ଏହା […]

mukesh-khanna

  • Published: Wednesday, 10 August 2022
  • , Updated: 10 August 2022, 10:25 AM IST

ମୁମ୍ବାଇ: ଯୁବତୀଙ୍କ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଫସିଯାଇଛନ୍ତି ମୁକେଶ ଖନ୍ନା । ସୋଶାଲ ମିଡିଆରେ ଶକ୍ତିମାନଙ୍କୁ ଖୁବ୍‌ ଟ୍ରୋଲ କରାଯିବା ସହ ସମାଲୋଚନା ବି କରାଯାଉଛି।   ମୁକେଶଙ୍କ କ୍ଲିପ୍‌ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ମୁକେଶ ଖନ୍ନା କହିଛନ୍ତି, ଯଦି ଜଣେ ଯୁବତୀ ଜଣେ ଯୁବକ ସହ ଶାରୀରିକ ସମ୍ପର୍କ ରଖିବାକୁ ଅଫର ଦିଏ, ତାହା ହେଲେ ସେ ଯୁବତୀ କହିବାକୁ ଯୋଗ୍ୟ ନୁହେଁ। ଏହା ସ୍ପଷ୍ଟ ହୁଏ ଯେ ସେ ଧନ୍ଦା କରୁଛି। କାରଣ ଏପରି ନିର୍ଲଜ କଥା ଏକ ସଭ୍ୟ ସମାଜର କୌଣସି ଯୁବତୀ କରି ପାରିବନି । ତେଣୁ ଜଣେ ଯଦି ଏପରି କହିବାକୁ ସାହସ କରିପାରୁଛି, ତେବେ ବୁଝିବାକୁ ପଡ଼ିବ ଯେ ସେ ସଭ୍ୟ ସମାଜର ନୁହେଁ, ଏଇଟା ତା’ ଧନ୍ଦା।

ମୁକେଶଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ତାଙ୍କୁ ପ୍ରବଳ କମେଣ୍ଟ କରିବାରେ ଲାଗିଛନ୍ତି। ଏନେଇ ଲୋକେ ମୁକେଶଙ୍କୁ ପ୍ରଶ୍ନ କରିଛନ୍ତି, ଯଦି ଜଣେ ଯୁବକ ଜଣେ ଯୁବତୀଠାରୁ ଏପରି ଡିମାଣ୍ଡ କରି ତେବେ ଆପଣ ତାକୁ କ’ଣ କହିବେ। ଏବେବି ପୁରୁଣା ଚିନ୍ତାଧାରା ଥିବା ଲୋକେ ଅଛନ୍ତି  । ଆଉ ଜଣେ ଲେଖିଛନ୍ତି ଶକ୍ତିମାନ ବୁଢ଼ା ହୋଇଗଲେଣି।  ଏହାବାଦ ଆଉ ଜଣେ ସରି ଶକ୍ତିମାନ ବୋଲି କମେଣ୍ଟ କରିଛନ୍ତି।

ମୁକେଶ ଖନ୍ନା Bheeshm Internationa  ନାମରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବା ବେଳେ ତାଙ୍କର ୧.୧୫ ମିଲିୟନ ସବସ୍କ୍ରାଇବର ଅଛନ୍ତି। ମୁକେଶ ଖନ୍ନା ନିଜ ଚ୍ୟାନେଲରେ ଏହି ଭିଡିଓ ଶେଆର କରିବା ପରେ ଖୁବ୍‌ ଟ୍ରୋଲ ହେଉଛନ୍ତି ।

ମୁକେଶଙ୍କ କହିବାନୁଯାୟୀ, ଯୁବତୀଙ୍କ ପ୍ରୋଫାଇଲରୁ ପ୍ରଥମେ ଆପଣଙ୍କ ପାଖକୁ ମେସେଜ ଆସିବ ।  ଏହାପରେ ଆପଣଙ୍କୁ ଫସାଇ ସେ ବ୍ଲାକମେଲ କରିବେ।  ଏପରି ମେସେଜ ତାଙ୍କ ପାଖକୁ ବି ଆସୁଥିବା କହିଛନ୍ତି ମୁକେଶ। ଯଦି ଏପରି ଯୁବତୀ ଆମ ସମାଜରେ ଅଛନ୍ତି, ତା’ ହେଲେ ଆମ ସମାଜର ଗତି କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ।

ମୁକେଶ ଏବେ ଛୋଟ ପରଦା କି ଫିଲ୍ମ ଦୁନିଆରେ ସକ୍ରିୟ ନାହାନ୍ତି । ପୂର୍ବରୁ ଶକ୍ତିମାନ, ବାରିଶ, ବିଶ୍ୱାମିତ୍ର, ମହାଯୋଦ୍ଧା, ଚନ୍ଦ୍ରକାନ୍ତା ଆଦି ସୁପରହିଟ୍‌ ସିରିଏଲ ସେ ନିଜ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି।

Related story