ସେଦିନର ପ୍ରେମ: ଛକାମାରି କିଏ ଜିତିଥିଲେ ଶର୍ମିଲାଙ୍କ ହୃଦୟ?

ଜଣେ ସ୍କୁଲ ଝିଅ ଯିଏ ମଜା ମଜାରେ ଫିଲ୍ମରେ କାମ କରିବାକୁ ଭାବିଥିଲେ, ପରବର୍ତ୍ତୀ ସମୟରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଥିଲେ। ପଟୌଦି ଖାନ୍‌ଦାନ୍‌ର ବୋହୂ ହୋଇ ନିଜ ପରିବାରକୁ ମଧ୍ୟ ଖୁବ୍‌ ଭଲ ଭାବେ ସମ୍ଭାଳିଥିଲେ ସେ। କିନ୍ତୁ ଫିଲ୍ମରେ କାମ କରିବା ଛାଡ଼ି ନଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ପକାଇଲେ ଜାଣିପାରିବେ ସେ ଖାଲି ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ନୁହଁନ୍ତି, ଜଣେ ଆଦର୍ଶ ମହିଳା ମଧ୍ୟ।  […]

sharmilaimage

sharmilaimage

Rakesh Mallick
  • Published: Friday, 08 December 2017
  • Updated: 08 December 2017, 05:14 PM IST

Sports

Latest News

ଜଣେ ସ୍କୁଲ ଝିଅ ଯିଏ ମଜା ମଜାରେ ଫିଲ୍ମରେ କାମ କରିବାକୁ ଭାବିଥିଲେ, ପରବର୍ତ୍ତୀ ସମୟରେ ସେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇଥିଲେ। ପଟୌଦି ଖାନ୍‌ଦାନ୍‌ର ବୋହୂ ହୋଇ ନିଜ ପରିବାରକୁ ମଧ୍ୟ ଖୁବ୍‌ ଭଲ ଭାବେ ସମ୍ଭାଳିଥିଲେ ସେ। କିନ୍ତୁ ଫିଲ୍ମରେ କାମ କରିବା ଛାଡ଼ି ନଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ପକାଇଲେ ଜାଣିପାରିବେ ସେ ଖାଲି ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ନୁହଁନ୍ତି, ଜଣେ ଆଦର୍ଶ ମହିଳା ମଧ୍ୟ।  ଆମେ ଆଜି କହୁଛୁ ପଟୌଦୀର ରାଣୀ ଶର୍ମିଲା ଟାଗୋରଙ୍କ ବିଷୟରେ। ଆଜି ହେଉଛି ଶର୍ମିଲାଙ୍କ ଜନ୍ମ ଦିନ। ସେ ୭୩ ବର୍ଷରେ ପାଦ ଥାପିଛନ୍ତି। କମର୍ସିଆଲ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରି ସେନ୍‌ସର ବୋର୍ଡର ଅଧ୍ୟକ୍ଷା ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେମିତି ଥିଲା ଆସନ୍ତୁ ଜାଣିବା।

sarmilaଶର୍ମିଲା ନିଜ ମା’ ବାପାଙ୍କ ଠାରୁ ଦୂରରେ ନିଜ ଜେଜେ ବାପା ଓ ଜେଜେ ମା’ଙ୍କ ସହ କଲିକତାରେ ରହୁଥିଲେ।  ସେଠାରେ ସେ ନିଜର ସ୍କୁଲ ଶି‍କ୍ଷା ଶେଷ କରିଥିଲେ। ସେହି ସମୟରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ସତ୍ୟଜିତ୍‌ ରୟ ବା ମଣିକ ଦା ଏକ ବଙ୍ଗାଳି ଫିଲ୍ମ ‘ଅପୁର ସଂସାର’ ପାଇଁ ଏକ ଯୁବ ଅଭିନେତ୍ରୀଙ୍କୁ ଖୋଜୁଥିଲେ। ସେଥିପାଇଁ ସେ ଖବରକାଗଜରେ ଆଡ୍‌ ମଧ୍ୟ ଦେଇଥିଲେ। ମଜା ମଜାରେ ଶର୍ମିଲାଙ୍କୁ ତାଙ୍କ ସାଙ୍ଗ ମାନେ ଆବେଦନ କରିବାକୁ କହିଥିଲେ। ସେ ଆବେଦନ କରିବା ପରେ ମଣିକା ଦା ଦନେ ତାଙ୍କ ଘରେ ପହଞ୍ଚିଥିଲେ। ମଣିକାଙ୍କୁ ଦେଖି ଶର୍ମିଲାଙ୍କ ବାପା ବହୁତ ଖୁସି ହୋଇଯାଇଥିଲେ। ଶର୍ମିଲା ଏକ ସାକ୍ଷତକାରରେ ଏ ବିଷୟରେ କହିଥିଲେ।

ଅଭିନେତ୍ରୀ ହେବା ପରେ କ’ଣ ହରାଇଥିଲେ

ଶର୍ମିଲା ଫିଲ୍ମରେ କାମ କରିବା ଆରମ୍ଭ କରିବାପରେ ତାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇଥିଲା। କାରଣ ସେ ସମୟରେ ଫିଲ୍ମରେ କାମ କରିବାକୁ ଲୋକମାନେ ଖରାପ ଆଖିରେ ଦେଖୁଥିଲେ। ସ୍କୁଲ ଫାକଲ୍ଟି ମାନଙ୍କୁ ଲାଗୁଥିଲା ଏହା ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ତେଣୁ ସେ ସେହି ସ୍କୁଲ ଛାଡ଼ି ଅନ୍ୟ ସ୍କୁଲରେ ଆଡ୍‌ମିସନ କରିଥିଲେ। ସେ ୪ରୁ ୫ଟି ବଙ୍ଗାଳି ଫିଲ୍ମ କରିବାପରେ ୧୯୬୪ ରେ ସେ ନିଜ ପ୍ରଥମ ଫିଲ୍ମ ‘‘କାଶ୍ମୀର କି କଲି’’ କରିଥିଲେ। ତା’ପରେ ଶର୍ମିଲା ଆଉ କେବେ ପଛକୁ ଦେଖିନାହାନ୍ତି। ଶମ୍ମି କପୁର, ରାଜେଶ ଖନ୍ନା, ଅମିତାଭ ବଚ୍ଚନ ଓ ଅନ୍ୟ ସବୁ ବଡ ବଡ ସୁପରଷ୍ଟାରଙ୍କ ସହ ସେ ଅଭିନୟ କରିଥିଲେ।

ବିକିନି ପିନ୍ଧି ଚିନ୍ତାଧାରା ବଦଳେଇଥିଲେ

‘ଡାକ ଘର’, ଓ ‘ନାୟକ’, ଭଳି ଫିଲ୍ମରେ କାମ କରିବା ପରେ ଶର୍ମିଲା ଶମ୍ମି କପୁରଙ୍କ ସହ ଶକ୍ତି ସାମନ୍ତଙ୍କ ଫିଲ୍ମ ‘ଆନ୍‌ ଇଭ୍‌ନିଙ୍ଗ ଇନ୍‌ ପ୍ୟାରିସ୍‌’ ସାଇନ୍‌ କରିଥିଲେ। ସେଥିରେ ସେ ଏମିତି କିଛି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ଖୋଲା ବିଚାରର ଶର୍ମିଲା ସେହି ଫିଲ୍ମରେ ବିକିନି ପିନ୍ଧି ସଟ୍‌ ଦେବାକୁ ଜିଦ୍‌ କରିଥିଲେ। ଏହା ଏକ ନୂଆ ଚିନ୍ତାଧାରକୁ ଆରମ୍ଭ କରିଥିଲା। ସେ ସବୁ ଚରିତ୍ରରେ ନିଜକୁ ବେଷ୍ଟ ପ୍ରମାଣିତ କରିଛନ୍ତି। ଫିଲ୍ମ ‘ମୌସମ୍‌’ ପାଇଁ ତାଙ୍କୁ ବେଷ୍ଟ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

sharmilaandpataudiଶର୍ମିଲାଙ୍କ ପ୍ରେମ ଜୀବନ

ଶର୍ମିଲା ପଟୌଦୀ ନବାବ ମନ୍‌ସୁର ଅଲ୍ଲୀ ଖାନ୍‌ଙ୍କୁ ବାହା ହୋଇଥିଲେ। ମନ୍‌ସୁରଙ୍କ ସହ ଶର୍ମିଲାଙ୍କ ସାକ୍ଷତ ତାଙ୍କ କଲିକତା ଘରେ ହୋଇଥିଲା। ସେ ସମୟରେ ମନ୍‌ସୁର ଭାରତୀୟ କ୍ରିକେଟ ଜଗତର ଜଣେ ଟପ୍‌ ଖେଳାଳି ଥିଲେ। ପ୍ରଥମ ଦେଖାରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ମନ୍‌ସୁର ଶର୍ମିଲାଙ୍କୁ ଇମ୍ପ୍ରେସ୍‌ କରିବାକୁ ଗିଫ୍ଟରେ ତାଙ୍କୁ ଫ୍ରିଜ୍‌ ଦେଇଥିଲେ। କାରଣ  ସେତେବେଳେ ସବୁଠୁ ଦାମିକିଆ ଜିନିଷ ମଧ୍ୟରେ ଫ୍ରିଜ୍‌ ଗୋଟିଏ।

ତେବେ ଶର୍ମିଲା ଏତେ ଜଲ୍‌ଦି ହଁ କହିନଥିଲେ। ସେ କହିଥିଲେ  ଯଦି ମନ୍‌ସୁର ଲଗାତାର ତିନୋଟି ଛକା ମାରି ଭାରତକୁ ଜିତେଇବେ। ତେବେ ବିବାହ କରିବାକୁ ହଁ କହିବେ। ପ୍ରେମରେ ପାଗଳ ହୋଇ ଥିବା ମନ୍‌ସୁର ନିଜ ପ୍ରେମ ପାଇଁ ତିନୋଟି ଛକା ମାରି ଶର୍ମିଲାଙ୍କ ହୃଦୟ ଜିତିଥିଲେ। ପରେ ଦୁହେଁ ବାହା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story