ଅଭିନେତ୍ରୀଙ୍କ ସହ ଏମିତି ଅବସ୍ଥାରେ ଥିଲେ କିଙ୍ଗଖାନ୍‌: ଦେଖି ନେଲେ ଗୌରୀ, ତା’ପରେ...

ମୁମ୍ବାଇ: ବଲିଉଡ୍‌ରେ କଳାକାରମାନଙ୍କର ସମ୍ପର୍କକୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳୁଥାଏ। କେବେ କେଉଁ ଅଭିନେତ୍ରୀ ନିଜ ବୟଫ୍ରେଣ୍ଡକୁ ଛାଡ଼ି କେଉଁ ପ୍ରସିଦ୍ଧ ଅଭିନେତାକୁ ଡେଟ୍‌ କରିଲାଣି ତ କେବେ କେଉଁ ବିବାହିତ କଳାକାର ନିଜ ବୟସଠୁ ସାନ କଳାକାରଙ୍କ ସହ ଏକ୍ସଟ୍ରା ମାରିଟାଲ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଆପଣ ଭାବୁଥିବେ ଏମିତି ସବୁ କଥା ଆମେ କାହିଁକି କହୁଛୁ। କାରଣ ହେଉଛି, ଆଜି ଆମେ ଏମିତି ଜଣେ ବଲିଉଡ୍‌ ଅଭିନେତାଙ୍କ ବିଷୟରେ […]

shahrukh

Rakesh Mallick
  • Published: Friday, 30 March 2018
  • , Updated: 30 March 2018, 03:53 PM IST

ମୁମ୍ବାଇ: ବଲିଉଡ୍‌ରେ କଳାକାରମାନଙ୍କର ସମ୍ପର୍କକୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳୁଥାଏ। କେବେ କେଉଁ ଅଭିନେତ୍ରୀ ନିଜ ବୟଫ୍ରେଣ୍ଡକୁ ଛାଡ଼ି କେଉଁ ପ୍ରସିଦ୍ଧ ଅଭିନେତାକୁ ଡେଟ୍‌ କରିଲାଣି ତ କେବେ କେଉଁ ବିବାହିତ କଳାକାର ନିଜ ବୟସଠୁ ସାନ କଳାକାରଙ୍କ ସହ ଏକ୍ସଟ୍ରା ମାରିଟାଲ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାଆନ୍ତି।

ଆପଣ ଭାବୁଥିବେ ଏମିତି ସବୁ କଥା ଆମେ କାହିଁକି କହୁଛୁ। କାରଣ ହେଉଛି, ଆଜି ଆମେ ଏମିତି ଜଣେ ବଲିଉଡ୍‌ ଅଭିନେତାଙ୍କ ବିଷୟରେ କହିବୁ ଯିଏ ବିବାହିତ ହୋଇ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିଲେ ଓ ପତ୍ନୀଙ୍କ ଆଗରେ ଧରାପଡ଼ି ଯାଇଥିଲେ। ସେ ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ବାଦ୍‌ଶାହା ଶାହାରୁଖ୍‌ ଖାନ୍‌।

ଏକଥା ଶୁଣିଲା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ କିଙ୍ଗ ଖାନ୍ ଏପରି କରିପାରିବେନି। କାରଣ ପତ୍ନୀ ଗୌରୀଙ୍କ ସହ ତାଙ୍କ ସଂପର୍କ ଖୁବ୍‌ ଭଲ। ଦୁହିଁଙ୍କ ଯୋଡ଼ିକୁ ନେଇ କେବଳ ବଲିଉଡ୍‌ ନୁହେଁ ପୂରା ଦୁନିଆରେ ଚର୍ଚ୍ଚା ହେଉଥାଏ। ତାଙ୍କ କେମେଷ୍ଟ୍ରି ଓ ତାଙ୍କ ବଣ୍ଡିଂ ଦେଖିଲେ ଲାଗେ ଯେମିତି ତାଙ୍କ ଭିତରେ ଆଉ କେହି ବି ପସିପାରିବେନି।

କିନ୍ତୁ ଶାହାରୁଖ୍‌ଙ୍କ ବିଷୟରେ ବେଶି କିଛି ଶୁଣିବାକୁ ମିଳୁ ନଥିଲେ ବି କିଛି ଅଭିନେତ୍ରୀଙ୍କ ସହ ତାଙ୍କର ଅତୀତରେ ସମ୍ପର୍କଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା।

କ୍ୟାରିୟରର ଆରମ୍ଭରେ ଶାହାରୁଖ୍‌ ଡିମ୍ପଲ ଗାର୍ଲ ପ୍ରିତୀ ଜିଣ୍ଟାଙ୍କ ସହ ସବୁଠୁ ଅଧିକ ଫିଲ୍ମ କରୁଥିଲେ। ଖବର ମୁତାବକ ଏକ ଷ୍ଟେଜ୍‌ ଶୋ’ ସମୟରେ ପଛ ଷ୍ଟେଜ୍‌ରେ ଶାହାରୁଖ୍‌ ପ୍ରିତୀଙ୍କ ସହ କଥା ହେଉଥିଲେ। ସେ ସମୟରେ ପ୍ରିତୀଙ୍କ ଡିମ୍ପଲ ତାଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଶାହାରୁଖ୍ ନିଜ ହାତକୁ ନେଇ ତାଙ୍କ ଗାଲ ଉପରେ ରଖି କଥା ହେଉଥିଲେ। ଏହି ସମୟରେ ଗୌରୀ ସେଠାରେ ପହଞ୍ଚି ଯାଉଥିଲେ ଓ ସବୁ ଦେଖି ଦୁହିଁଙ୍କୁ ଖୁବ୍‌ ଗାଳି କରିଥିଲେ।

ଏମିତି ଶୁଣିବାକୁ ମିଳିଥିଲା ପ୍ରିୟଙ୍କା ନିଜର କ୍ୟାରିୟର ଆରମ୍ଭରେ ଶାହାରୁଖ୍‌ଙ୍କ ପ୍ରେମରେ ପଡ଼ିଥିଲେ। ଗୌରୀ ଖାନ୍‌ଙ୍କ ଧମକ ପରେ ଦୁହିଁଙ୍କୁ ଅଲଗା ହେବାକୁ ପଡ଼ିଥିଲା।

Related story