ସିଦ୍ଧାର୍ଥଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଲେ ଶେହନାଜ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଭୁଲି ପାରୁନାହାନ୍ତି ଶେହନାଜ। ଯେତେ ଚେଷ୍ଟା କଲେ ବି ସେ ତାଙ୍କ ମନରୁ ଯାଉନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପୂରାପୁରି ଭାଙ୍ଗି ପଡିଛନ୍ତି ଶେହନାଜ ଗିଲ୍‌। ତାଙ୍କ ମୁହଁରୁ ହସ ବି ଗାଏବ୍‌ ହୋଇଯାଇଛି। କ୍ୟାମେରା ସାମ୍ନାରୁ ଦୂରେଇ ଦୂରେଇ ରହୁଥିବା ଶେହନାଜ ଏବେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି। ସେ ସିଦ୍ଧାର୍ଥଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ […]

shehnaaz gill cries

shehnaaz gill cries

Madhupriya Mistry
  • Published: Monday, 15 November 2021
  • Updated: 15 November 2021, 04:17 PM IST

Sports

Latest News

ମୁମ୍ବାଇ: ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଭୁଲି ପାରୁନାହାନ୍ତି ଶେହନାଜ। ଯେତେ ଚେଷ୍ଟା କଲେ ବି ସେ ତାଙ୍କ ମନରୁ ଯାଉନାହାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପୂରାପୁରି ଭାଙ୍ଗି ପଡିଛନ୍ତି ଶେହନାଜ ଗିଲ୍‌। ତାଙ୍କ ମୁହଁରୁ ହସ ବି ଗାଏବ୍‌ ହୋଇଯାଇଛି। କ୍ୟାମେରା ସାମ୍ନାରୁ ଦୂରେଇ ଦୂରେଇ ରହୁଥିବା ଶେହନାଜ ଏବେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଛନ୍ତି। ସେ ସିଦ୍ଧାର୍ଥଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଦୁଇ ମାସ ବିତି ଗଲାଣି। ଏବେ ବି ତାଙ୍କ ତାଙ୍କ ପ୍ରଶଂସକମାନେ ସିଦ୍ଧାର୍ଥ ମୃତ୍ୟୁର ଦୁଃଖରୁ ବାହରି ପାରି ନାହାଁନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଶେହନାଜ ଏକୁଟିଆ ହୋଇଯାଇଛନ୍ତି। ତାଙ୍କ ପ୍ରଶଂସକ କ୍ରମାଗତ ଭାବରେ ପୋଷ୍ଟ ମାଧ୍ୟମରେ ତାଙ୍କୁ ଦୃଢ ରହିବାକୁ ପରାମର୍ଶ ଦେଉଛନ୍ତି। ଏବେ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶାହନାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କର ପ୍ରଥମ ଫିଲ୍ମ ‘ହୋଁସଲା ରଖ’ର ପ୍ରମୋସନରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଶେହନାଜ ଭୋ ଭୋ ହୋଇ କାନ୍ଦୁ ଥିବା ବେଳେ ତାଙ୍କ ନିକଟରେ ବସିଥିବା ଅଭିନେତା ଦିଲଜିତ ଦୋସଞ୍ଜ ତାଙ୍କୁ ସାନ୍ତ୍ୱନା ଦେଉଥିବା ନଜର ଆସିଛନ୍ତି। ପଞ୍ଜାବୀ ଫିଲ୍ମ ‘ହୋଁସଲା ରଖ’ର ପ୍ରମୋଶନର ଏହି ଭିଡିଓ ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ 'ସିଡନାଜ'ଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ସେମାନେ ଭାବୁକ ହୋଇ ପଡିଛନ୍ତି।

https://youtu.be/1QREKa6eesw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos