ଶିଳ୍ପାଙ୍କ ଫିଟ୍‌ନେସ ଓ ଚେହେରାର ଚମକର ରାଜ୍‌ ହେଉଛି ଏହି ଡାଏଟ୍‌ ପ୍ଲାନ

  ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ସ୍ଲିମ ଫିଗର ଓ ଚମକୁଥିବା ଚେହେରା ଓ ଫିଟ୍‌ନେସ୍‌ ପାଇଁ ବେଶ୍ ଚର୍ଚ୍ଚିତ। ଶିଳ୍ପା ନିଜ ଫିଟନେସ୍‌ ପ୍ରତି ଅଧିକ ସଚେତନ। ଏଥିପାଇଁ ସେ ସକାଳୁ ଯୋଗାସନ ଓ ବ୍ୟାୟାମ କରନ୍ତି। ବିଭିନ୍ନ ପ୍ରକାରର ଯୋଗାସନ ଓ ପ୍ରାଣାୟମ ଏବଂ ଏହାର ଫାଇଦା ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ପାଇଁ  ସେ ନିଜର ସିଡି ମଧ୍ୟ ମାର୍କେଟରେ ଛାଡ଼ିଛନ୍ତି। କିନ୍ତୁ ଆପଣ ତ ଜାଣିଥିବେ ଫିଟନେସ୍‌ ପାଇଁ କେବଳ […]

shilpa-shettu copy

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 10:16 AM IST

 

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ସ୍ଲିମ ଫିଗର ଓ ଚମକୁଥିବା ଚେହେରା ଓ ଫିଟ୍‌ନେସ୍‌ ପାଇଁ ବେଶ୍ ଚର୍ଚ୍ଚିତ। ଶିଳ୍ପା ନିଜ ଫିଟନେସ୍‌ ପ୍ରତି ଅଧିକ ସଚେତନ। ଏଥିପାଇଁ ସେ ସକାଳୁ ଯୋଗାସନ ଓ ବ୍ୟାୟାମ କରନ୍ତି। ବିଭିନ୍ନ ପ୍ରକାରର ଯୋଗାସନ ଓ ପ୍ରାଣାୟମ ଏବଂ ଏହାର ଫାଇଦା ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ପାଇଁ  ସେ ନିଜର ସିଡି ମଧ୍ୟ ମାର୍କେଟରେ ଛାଡ଼ିଛନ୍ତି। କିନ୍ତୁ ଆପଣ ତ ଜାଣିଥିବେ ଫିଟନେସ୍‌ ପାଇଁ କେବଳ ଯୋଗ ଓ ଏକ୍ସରସାଇଜ୍ ଯଥେଷ୍ଟ ନୁହେଁ ଏଥିପାଇଁ ପୁଷ୍ଠିକର ଆହାର ମଧ୍ୟ ଦରକାର। ଶିଳ୍ପାଙ୍କ ଫିଟନେସ୍‌ର ରାଜ୍ ହେଉଛି ତାଙ୍କର ଡାଏଟ୍‌ ପ୍ଲାନ୍। ଶିଳ୍ପା ଇଣ୍ଡିଆନ୍‌ ଡାଏଟ୍‌ ଫଲେ କରନ୍ତି। ଏଥିପାଇଁ ୪୨ ବର୍ଷ ବୟସରେ ବି ସେ ଏତେ ଫିଟ୍‌ ଓ ସୁନ୍ଦର। ତା’ହେଲେ ଆସନ୍ତୁ ଜାଣିବା ଶିଳ୍ପାଙ୍କ ଡାଏଟ୍‌ ଚାର୍ଟ ସମ୍ପର୍କରେ।

ଶିଳ୍ପାଙ୍କ ଫିଟ୍‌ନେସ୍‌ ରାଜ୍

୧. ଶିଳ୍ପା ପ୍ରତିଦିନ ୧୮୦୦ କ୍ୟାଲୋରୀ ଖାଦ୍ୟସାର ଗ୍ରହଣ କରନ୍ତି। ତାଙ୍କର ନ୍ୟୁଟ୍ରିଶନିଷ୍ଟ ତାଙ୍କ ଡାଏଟରେ ଜରୁରୀ ଭିଟାମିନ୍, ମିନେରାଲ ଓ ଫାଇବରକୁ ଗୁରୁତ୍ୱ ଦେଇଛନ୍ତି।

୨. ଶିଳ୍ପାର ଦିନର ଆରମ୍ଭ ଆଲୋଭେରା କିମ୍ବା ଅଁଳା ଜୁସ୍‌, ଦଲିଆ ଓ ବ୍ରାଉନ ସୁଗରରେ ତିଆରି ଚାହାରୁ ଆରମ୍ଭ ହୋଇଥାଏ।

୩. ଲଞ୍ଚ୍‌ରେ ସେ ଉଷୁନା ଭାତ, ରୁଟି, ଚିକେନ୍, ଅଲିଭ ଅଏଲରେ ତିଆରି ତରକାରି ଖାଆନ୍ତି।

୪. ସନ୍ଧ୍ୟାରେ ବ୍ରାଉନ୍‌ ବ୍ରେଡ୍, ବ୍ରାଉନ୍‌ ଟୋଷ୍ଟ, ଗ୍ରୀନ ଟି ଓ ଅଣ୍ଡାର ଧଳା ଅଂଶ ଖାଇଥାନ୍ତି।

୫. ରାତିର ଖାଦ୍ୟରେ ପ୍ରାୟ ସୁପ୍‌, ସାଲାଡ୍ ଓ ଚିକେନ୍‌ ରହିଥାଏ।

୬. ଏହା ବ୍ୟତୀତ ଶିଳ୍ପା ଦିନ ଭିତରେ ଅର୍ଗାନିକ୍‌ କଫି ମଧ୍ୟ ପିଇଥାନ୍ତି।

 ଶିଳ୍ପାଙ୍କ ୱାର୍କଆଉଟ ପ୍ଲାନ୍

 

୧. ଶିଳ୍ପା ସପ୍ତାହରେ ୫ ଦିନ ଯୋଗାସନ ଓ ଏକ୍ସରସାଇଜ କରନ୍ତି।

୨. ଏଥିରେ ଦୁଇ ଦିନ ଯୋଗ, ଦୁଇ ଦିନ ଏକ୍ସର୍‌ସାଇଜ ଓ ଗୋଟେ ଦିନ କାର୍ଡିଓ ଏକ୍ସରସାଇଜ୍ କରିଥାନ୍ତି।

୩. ଯୋଗ ପରେ ଶିଳ୍ପା ପ୍ରତିଦିନ ୧୨୦ ମିନିଟ୍‌ ଧ୍ୟାନ କରିଥାନ୍ତି।

୪. ଏକ୍ସରସାଇଜ ପରେ ସେ ପ୍ରୋଟିନ୍‌ ଶେକ ପିଅନ୍ତି। ଏହା ବ୍ୟତୀତ ସେ ପ୍ରତିଦିନ ୮ଟି କିସ୍ମିଶ୍ ଓ ଦୁଇଟି ଖଜରା ଖାଇଥାନ୍ତି।

୫. ଏହା ବ୍ୟତୀତ ଚେହେରାରେ ଚମକ ଆଣିବା ପାଇଁ ଶିଳ୍ପା ପ୍ରତିଦିନ ଅତି କମ୍‌ରେ ୧୦ ଗ୍ଲାସ ପାଣି ପିଅନ୍ତି।

 

 

 

 

Related story