ସର୍ଟକର୍ଟ ବାଟରେ ମିଳୁଛନ୍ତି ପ୍ରେମିକା, ସାଥି ହୋଇ ବୁଲିବେ, କିନ୍ତୁ...

ନୂଆଦିଲ୍ଲୀ: ଆପଣ ସିଙ୍ଗଲ ଅଛନ୍ତି କି ? କୌଣସି ଯୁବତୀ ଆପଣଙ୍କ ସହିତ କଥା ହେବାକୁ ଚାହୁଁ ନାହାନ୍ତି ? ଏପରି କ୍ଷେତ୍ରରେ ଆପଣ ଭାଙ୍ଗି ପଡିଛନ୍ତି କି ? ଚିନ୍ତା କରନ୍ତୁନି । ଆପଣଙ୍କୁ ବି ଗର୍ଲଫ୍ରେଣ୍ଡ ମିଳିବେ। ଏଥିପାଇଁ ଟିକେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ହେଲେ ମନେରଖନ୍ତୁ ଗର୍ଲଫ୍ରେଣ୍ଡ ସିନା ମିଳିବ। ହେଲେ କିଛି ସର୍ତ୍ତ ଆପଣଙ୍କୁ ମାନିବାକୁ ପଡିବ। ଆଜ୍ଞା ହଁ, ଦକ୍ଷିଣ ଚୀନ୍‌ର ଏକ ସପିଂ ମଲରେ ଆପଣଙ୍କୁ ଆପଣଙ୍କ […]

5b

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 09:02 PM IST

ନୂଆଦିଲ୍ଲୀ: ଆପଣ ସିଙ୍ଗଲ ଅଛନ୍ତି କି ? କୌଣସି ଯୁବତୀ ଆପଣଙ୍କ ସହିତ କଥା ହେବାକୁ ଚାହୁଁ ନାହାନ୍ତି ? ଏପରି କ୍ଷେତ୍ରରେ ଆପଣ ଭାଙ୍ଗି ପଡିଛନ୍ତି କି ? ଚିନ୍ତା କରନ୍ତୁନି । ଆପଣଙ୍କୁ ବି ଗର୍ଲଫ୍ରେଣ୍ଡ ମିଳିବେ। ଏଥିପାଇଁ ଟିକେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ହେଲେ ମନେରଖନ୍ତୁ ଗର୍ଲଫ୍ରେଣ୍ଡ ସିନା ମିଳିବ। ହେଲେ କିଛି ସର୍ତ୍ତ ଆପଣଙ୍କୁ ମାନିବାକୁ ପଡିବ। ଆଜ୍ଞା ହଁ, ଦକ୍ଷିଣ ଚୀନ୍‌ର ଏକ ସପିଂ ମଲରେ ଆପଣଙ୍କୁ ଆପଣଙ୍କ ପ୍ରେମିକା ଅପେକ୍ଷା କରିଛନ୍ତି। ଉଚିତ୍‌ ଦାମ୍‌ ଦେଇ ତାଙ୍କ ସାଥିରେ ବୁଲି ଯାଆନ୍ତୁ। ଆଶ୍ଚର୍ଯ୍ୟ ହେଲେ କି ? ନାଇଁ ଆଜ୍ଞା କଥାଟା ସତ।

ସୂଚନାଯୋଗ୍ୟ, ଦକ୍ଷିଣ ଚୀନର ସହର ହୁଆନର ଏକ ସପିଂ ସେଣ୍ଟର ୧୫ଜଣ ଯୁବତୀଙ୍କୁ ଭଡ଼ାରେ ଉପଲବ୍ଧ କରାଇଛି। ଏହି ସେଣ୍ଟରରେ ଯୁବତୀମାନେ ଧାଡ଼ି ହୋଇ ଛିଡା ହୋଇଥିବେ। ଆପଣ ଯାହାକୁ ଚାହିଁବେ ତାଙ୍କୁ ଭଡ଼ାରେ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ କେବଳ ୧୩.୭୫ ଡଲାର୍ ପୈଠ କରିବାକୁ ପଡ଼ିବ। ଯୁବତୀଙ୍କ ସହିତ ରହିବା ପାଇଁ ଆପଣଙ୍କୁ ୨୦ମିନିଟ୍‌ର ସମୟ ଦିଆଯିବ। ଏହି ସମୟ ଭିତରେ ଦୁହେଁ ସିପଂ, ଲଞ୍ଚ , ଡିନର ଓ ଭ୍ରମଣ କରିପାରିବେ। କିନ୍ତୁ  ଆପଣ ଯୁବତୀଙ୍କୁ ଆଦୌ ସ୍ପର୍ଶ କରି ପାରିବେ ନାହିଁ। ଏହି ସର୍ତ୍ତରେ ଯଦି ରାଜି ତେବେ ଆପଣଙ୍କୁ ବି ସମୟ ବିତାଇବା ପାଇଁ ଗାର୍ଲଫ୍ରେଣ୍ଡ ମିଳିଯିବ।

Related story