ଶିବାନୀଙ୍କ ଅଭିନୟ ଯାଦୁରେ ଦର୍ଶକ ମତୁଆଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଲବୁଲି, ଗ୍ଲାମରସ୍‌, ହଟ୍‌ ଓ ସୁନ୍ଦରୀ ନାୟିକା ଶିବାନୀ ସଙ୍ଗୀତା ଓଲିଉଡରେ ବେଶି ପୁରୁଣା ହୋଇ ନ ଥିଲେ ବି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ସାରିଛନ୍ତି। ବୟସରେ ଖୁବ୍‌ ସାନ ଥିବା ଏହି ଅଭିନେତ୍ରୀ ଅଭିନୟ କ୍ଷେତ୍ରରେ ଖୁବ୍‌ ମାହିର। ଓଡ଼ିଆ ସିନେ ଜଗତରେ ମାତ୍ର ୨ ଟି ଫିଲ୍ମରେ ଲିଡ ରୋଲରେ ଆସି ସାରିଥିବା ଏହି ହିଟ୍‌ ନାୟିକାଙ୍କ ଆଜି ଜନ୍ମ ଦିନ। ଏଥିଲାଗି ତାଙ୍କୁ ବିଶେଷ ଶୁଭେଚ୍ଛା। […]

shibani-3..

Niharika Rout
  • Published: Friday, 12 July 2019
  • , Updated: 12 July 2019, 02:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୁଲବୁଲି, ଗ୍ଲାମରସ୍‌, ହଟ୍‌ ଓ ସୁନ୍ଦରୀ ନାୟିକା ଶିବାନୀ ସଙ୍ଗୀତା ଓଲିଉଡରେ ବେଶି ପୁରୁଣା ହୋଇ ନ ଥିଲେ ବି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ସାରିଛନ୍ତି। ବୟସରେ ଖୁବ୍‌ ସାନ ଥିବା ଏହି ଅଭିନେତ୍ରୀ ଅଭିନୟ କ୍ଷେତ୍ରରେ ଖୁବ୍‌ ମାହିର। ଓଡ଼ିଆ ସିନେ ଜଗତରେ ମାତ୍ର ୨ ଟି ଫିଲ୍ମରେ ଲିଡ ରୋଲରେ ଆସି ସାରିଥିବା ଏହି ହିଟ୍‌ ନାୟିକାଙ୍କ ଆଜି ଜନ୍ମ ଦିନ। ଏଥିଲାଗି ତାଙ୍କୁ ବିଶେଷ ଶୁଭେଚ୍ଛା।

ତରଙ୍ଗ ସିନେ ପ୍ରଡକ୍ସନର ଚର୍ଚ୍ଚିତ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ରେ ଶିବାନୀଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା। ବାବୁସାନଙ୍କ ସହ ଏହା ଥିଲା ତାଙ୍କର ପ୍ରଥମ ଫିଲ୍ମ। ଏହାପରେ ‘ପ୍ରେମ କୁମାର’ ଫିଲ୍ମରେ ସେ ଆଗ ଧାଡ଼ିର ନାୟକ ଅନୁଭବଙ୍କ ସହ ମଧ୍ୟ ସ୍କ୍ରିନ୍‌ ଶେଆର କରି ସାରିଛନ୍ତି।

ଓଲିଉଡ଼ରେ ନୂଆ ହୋଇଥିଲେ ମଧ୍ୟ ଅଭିନୟ ଜଗତରେ ଶିବାନୀ ବେଶ୍‌ ପୁରୁଣା। ମାତ୍ର ୬ ବର୍ଷ ବୟସରୁ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ଶିଶୁ କଳାକାର ଭାବେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ସେ ପ୍ରଥମେ  ଦୂରଦର୍ଶନରେ ପ୍ରସାରିତ ଓଡ଼ିଆ ଧାରାବାହିକ  ‘ଉତ୍ତରଦାୟୀ’ରେ  ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ‘ଦେବୀ’ରେ  ଅଭିନୟ କରିଥିଲେ।

ଶିଶୁ କଳାକାର ଭାବରେ ତାଙ୍କର ଶେଷ ଅଭିନୀତ ଧାରାବାହିକ  ଥିଲା ‘ବଧୂ’ । ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ିଦେଇଥିଲେ ।

କେବଳ ଧାରାବାହିକ ନୁହେଁ,   ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ  ପହିଲି ରଜ, ଗୁଡ ବୟ, ମିତ ବସିଛି ମୁଁ ଭୂତ ସାଥିରେ, ଲେଖୁଲେଖୁ ଲେଖିଦେଲି ଆଦି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଅଭିନୟ ସହ ପାଠ ପଢାରେ ବି ବେଶ୍‌ ଆଗରେ ଅଛନ୍ତି ଏହି ଅଭିନେତ୍ରୀ।

Related story