ବାହାଘର ପରେ ସିଦ୍ଧିବିନାୟକ ଦର୍ଶନ କଲେ ଦୀପ୍‌ବୀର୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ନ୍ୟୁଲି ମ୍ୟାରେଡ୍‌ ଷ୍ଟାର୍‌ କପଲ୍‌ ଦୀପ୍‌ବୀର୍‌ ବାହାଘର ପରେ ଏବେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ବପ୍ପାଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି। ନଭେମ୍ବର ୧୪-୧୫ରେ ଇଟଲୀର ଲେକ୍‌ କେମୋରେ କୋଙ୍କଣୀ ଓ ସିନ୍ଧି ରୀତିରେ ବାହା ହୋଇଥିଲେ ଦୁହେଁ। ହେଲେ ତାଙ୍କର ବାହାଘର ସହ ଜଡ଼ିତ କାର୍ଯ୍ୟକ୍ରମ ଏବେ ବି ଜାରି ରହିଛି। ବାହାଘର ପରେ ଦୀପିକା ଓ ରଣବୀରଙ୍କ ପରିବାର ତରଫରୁ ବେଙ୍ଗାଲୁରୁ ଓ ମୁମ୍ବାଇରେ ରିସେପସନ୍‌ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। […]

DIPU

Chinmayee Roy
  • Published: Saturday, 01 December 2018
  • , Updated: 01 December 2018, 01:38 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ନ୍ୟୁଲି ମ୍ୟାରେଡ୍‌ ଷ୍ଟାର୍‌ କପଲ୍‌ ଦୀପ୍‌ବୀର୍‌ ବାହାଘର ପରେ ଏବେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ବପ୍ପାଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି। ନଭେମ୍ବର ୧୪-୧୫ରେ ଇଟଲୀର ଲେକ୍‌ କେମୋରେ କୋଙ୍କଣୀ ଓ ସିନ୍ଧି ରୀତିରେ ବାହା ହୋଇଥିଲେ ଦୁହେଁ। ହେଲେ ତାଙ୍କର ବାହାଘର ସହ ଜଡ଼ିତ କାର୍ଯ୍ୟକ୍ରମ ଏବେ ବି ଜାରି ରହିଛି। ବାହାଘର ପରେ ଦୀପିକା ଓ ରଣବୀରଙ୍କ ପରିବାର ତରଫରୁ ବେଙ୍ଗାଲୁରୁ ଓ ମୁମ୍ବାଇରେ ରିସେପସନ୍‌ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ଆଜି ପୁଣି ଏକ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରାଯାଇଛି ମାୟାନଗରୀ ମୁମ୍ବାଇରେ। ଏଥିରେ ବଲିଉଡ୍‌ର ଅନେକ ନାମୀ ଦାମୀ କଳାକାର ସାମିଲ ହେବେ।

https://www.instagram.com/p/BqzI1scAXfi/?utm_source=ig_web_copy_link

ତେବେ ଏହି ରିସେପ୍‌ସନ୍‌-୩ ପୂର୍ବରୁ ପାଦୁକୋନ୍‌ ଓ ଭବନାନୀ ପରିବାର ମୁମ୍ବାଇର ସିଦ୍ଧିବିନାୟକଙ୍କ ନିକଟରେ ଦର୍ଶନ ଲାଗି ପହଞ୍ଚିଥିଲେ। ଏଠାରେ ମଧ୍ୟ ଦୀପ୍‌ବୀର୍‌ ମ୍ୟାଚିଂ ଆଉଟ୍‌ଫିଟ୍‌ରେ ପହଞ୍ଚିଥିଲେ। ଦୀପିକା ଅଫ୍‌ହ୍ୱାଇଟ୍ ସଲୱାର ସୁଟ୍‌ ପିନ୍ଧିଥିବା ବେଲେ ରଣବୀର୍ ଅଫ୍‌ହ୍ୱାଇଟ୍‌ର କୁର୍ତ୍ତା ପାଇଜାମା ଓ ନେହେରୁ ଜାକେଟ୍‌ ପିନ୍ଧିଥିଲେ। କେବଳ ଦୀପିକା ରଣବୀର ନୁହେଁ ତାଙ୍କସହ ଦୀପିକଙ୍କ ମାଆ ଉଜ୍ୱଲା ପାଦୁକୋନ୍, ଭଉଣୀ ଅନୁଷ୍କା, ନଣଦ ରୀତିକା ଭବନାନୀ ଓ ଶାଶୁ ଅଞ୍ଜୁ ଭବନାନି ମଧ୍ୟ ବାପ୍ପାଙ୍କର ଦର୍ଶନ କରିବା ଲାଗି ଆସିଥିଲେ।

https://www.instagram.com/p/BqzFgueA09e/?utm_source=ig_web_copy_link

ଦୀପିକାଙ୍କର ବାହାଘରକୁ  ୨ ସପ୍ତାହରୁ ଅଧିକ ହୋଇଗଲାଣି। ହେଲେ ତାଙ୍କ ୱେଡିଂ ଫଙ୍କସନ୍‌ସ ଏବେ ବି ଜାରି ରହିଛି। ନଭେମ୍ବର ୧୪-୧୫ରେ ଇଟଲୀର ଲେକ୍‌ କୋମୋରେ ବିବାହ କରିବା ପରେ, ନଭେମ୍ବର ୨୧ ତାରିଖରେ ବେଙ୍ଗାଲୁରୁରେ ଦୀପିକାଙ୍କ ପରିବାର ଓ ନଭେମ୍ବର ୨୪ ଓ ୨୮ରେ ରଣଭୀରଙ୍କ ପରିବାର ତରଫରୁ ମୁମ୍ବାଇରେ ପାର୍ଟି ରଖାଯାଇଥିଲା। ଆଜି ପୁଣି ଏକ ପାର୍ଟି ରଣବୀର ଦୀପିକାଙ୍କ ତରଫରୁ ବି-ଟାଉନ୍‌ ସେଲେବ୍ରିଟିସ୍‌ଙ୍କ ପାଇଁ ମୁମ୍ବାଇରେ ଆୟୋଜନ କରାଯାଇଛି।

https://www.instagram.com/p/Bqy-UswDE2d/?utm_source=ig_web_copy_link

Related story