ଦେଖୁ ଦେଖୁ ବର୍ଷେ ବିତିଗଲା, ସିଦ୍ଧାର୍ଥ ଶୁକ୍ଳାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିଲା ପରିବାର

ମୁମ୍ବାଇ: ଦେଖୁ ଦେଖୁ ବର୍ଷେ ବିତିଗଲାଣି। ଗତବର୍ଷ ଠିକ୍‌ ଏହି ଦିନରେ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ମାତ୍ର ୪୦ ବର୍ଷ ବୟସରେ ହୃଦଘାତର ଶିକାର ହୋଇ ସିଦ୍ଧାର୍ଥ  ଆଖି ବୁଜିଥିବା ବେଳେ ଗତକାଲି ପାଳିତ ହୋଇଛି ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ସିଦ୍ଧାର୍ଥଙ୍କ ମା’ ରୀତା ଶୁକ୍ଳା ବ୍ରହ୍ମକୁମାରୀ ଦିକ୍ଷିତ ହୋଇଥିବାରୁ ପୁଅର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସେ ବ୍ରହ୍ମ କୁମାରୀଙ୍କ ସହ ପାଳନ କରିଛନ୍ତି। ଏହି ଅବସରରେ […]

sid

sid

Niharika Rout
  • Published: Friday, 02 September 2022
  • Updated: 02 September 2022, 11:48 AM IST

Sports

Latest News

ମୁମ୍ବାଇ: ଦେଖୁ ଦେଖୁ ବର୍ଷେ ବିତିଗଲାଣି। ଗତବର୍ଷ ଠିକ୍‌ ଏହି ଦିନରେ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲି ଯାଇଥିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ମାତ୍ର ୪୦ ବର୍ଷ ବୟସରେ ହୃଦଘାତର ଶିକାର ହୋଇ ସିଦ୍ଧାର୍ଥ  ଆଖି ବୁଜିଥିବା ବେଳେ ଗତକାଲି ପାଳିତ ହୋଇଛି ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ।

ସିଦ୍ଧାର୍ଥଙ୍କ ମା’ ରୀତା ଶୁକ୍ଳା ବ୍ରହ୍ମକୁମାରୀ ଦିକ୍ଷିତ ହୋଇଥିବାରୁ ପୁଅର ପ୍ରଥମ ଶ୍ରାଦ୍ଧବାର୍ଷିକୀ ସେ ବ୍ରହ୍ମ କୁମାରୀଙ୍କ ସହ ପାଳନ କରିଛନ୍ତି। ଏହି ଅବସରରେ ପରିବାର ଲୋକଙ୍କ ସମେତ କିଛି ନିକଟତମ ବନ୍ଧୁ ଉପସ୍ଥିତ ଥିଲେ। ସିଦ୍ଧାର୍ଥଙ୍କ ଆତ୍ମାର ସଦଗତି ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ମା’ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିବା ବେଳେ ସେ ନିଜ ୨ ଝିଅଙ୍କ ସହ ରହୁଛନ୍ତି। ସିଦ୍ଧାର୍ଥଙ୍କ ଶ୍ରାଦ୍ଧ ବାର୍ଷିକୀ ଫଟୋକୁ  ଶେହନାଜ ଗିଲ୍‌ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏହାକୁ ଦର୍ଶକଙ୍କ ଢେର ଭଲ ପାଇବା ମିଳୁଛି।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧ ତାରିଖ ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। ଏହା ପରଦିନ ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦ୍‌ଘାତ ହୋଇଥିବା କହିଥିଲେ।

[caption id="attachment_763076" align="aligncenter" width="974"]sidhartha sukla ସିଦ୍ଧାର୍ଥଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ପରିବାର ସଦସ୍ୟ ।[/caption]

ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିବା ସିଦ୍ଧାର୍ଥ ‘ବିଗ୍‌ ବସ୍‌ ସିଜିନ୍‌ ୧୩’ର  ବିଜେତା ମଧ୍ୟ ହୋଇଥିଲେ। ହଠାତ୍‌ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଏକ ବଡ ଝଟ୍‌କା ଦେଇଥିଲା। ଏତେ କମ୍‌ ବୟସରେ ସିଦ୍ଧାର୍ଥଙ୍କ ଚାଲିଯିବାକୁ କେହି ସହଜେ ଗ୍ରହଣ କରିପାରି ନ ଥିଲେ। ‘ବାଳିକା ବଧୂ’ ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିଥିବା ସିଦ୍ଧାର୍ଥ ‘ହମ୍ପଟି ଶର୍ମାକି ଦୁଲହନିଆଁ’ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ‘ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩’ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ। ଏଥିସହ ‘ଖତରୋଁ କେ ଖିଲାଡି ସିଜିନ୍‌-୭’ର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଭାଙ୍ଗିଗଲା ବହୁ ଚର୍ଚ୍ଚିତ ‘ସିଡ୍‌ନାଜ’ ଯୋଡ଼ି ।  ଶେହନାଜ ଗିଲ୍‌ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଭୟ କିନ୍ତୁ ଏହାକୁ ସ୍ୱୀକାର କରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story