କାମ ଖୋଜୁଛନ୍ତି ଅନୁପମ୍ ଖେରଙ୍କ ପୁଅ!

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଓ ତାଙ୍କ ପତ୍ନୀ କିରନ ଖେରଙ୍କ ପୁଅ ସିକନ୍ଦର ଖେର୍ ସୋଶାଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଏହି ପୋଷ୍ଟରେ ଲୋକଙ୍କୁ କାମ ମାଗିଛନ୍ତି। ହେଲେ ସେ କ୍ୟାପସନକୁ ମଜାକିଆ ଢଙ୍ଗରେ ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ୩୮ ବର୍ଷୀୟ ସିକନ୍ଦର ଲେଖିଛନ୍ତି, ‘କାମର ଆବଶ୍ୟକ ଅଛି। ମୁଁ ହସି ବି ପାରେ।’ ତାଙ୍କର ଏହି ଫଟୋରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ […]

SI

Ranjit Kumar Jena
  • Published: Friday, 20 November 2020
  • , Updated: 20 November 2020, 12:56 PM IST

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଓ ତାଙ୍କ ପତ୍ନୀ କିରନ ଖେରଙ୍କ ପୁଅ ସିକନ୍ଦର ଖେର୍ ସୋଶାଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଏହି ପୋଷ୍ଟରେ ଲୋକଙ୍କୁ କାମ ମାଗିଛନ୍ତି। ହେଲେ ସେ କ୍ୟାପସନକୁ ମଜାକିଆ ଢଙ୍ଗରେ ନେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ୩୮ ବର୍ଷୀୟ ସିକନ୍ଦର ଲେଖିଛନ୍ତି, 'କାମର ଆବଶ୍ୟକ ଅଛି। ମୁଁ ହସି ବି ପାରେ।' ତାଙ୍କର ଏହି ଫଟୋରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଲୋକେ ମଧ୍ୟ କମେଣ୍ଟ ଦେଇଛନ୍ତି, ଯାହା ଖୁବ୍ ମଜାକିଆ ହୋଇଛି।

 

View this post on Instagram

 

A post shared by MyselfSikandarThisSide (@sikandarkher)

ଫିଲ୍ମ ନିର୍ମାତା ଅପୂର୍ବ ଲାଖିଆ ଲେଖିଛନ୍ତି, 'ସାର୍, ଯଦି ମହାନାୟକ ଅମିତାଭ ବଚ୍ଚନଙ୍କ ପରେ କୌଣସି ବ୍ୟକ୍ତିଙ୍କ ନାଁ ଆସିବ, ତାହେଲେ ସେ ଆପଣ ହେବେ। ଜବାବରେ ସିକନ୍ଦର ଲେଖିଲେ, 'ସାର୍ ଆପଣ କ'ଣ ଚାହୁଁଛନ୍ତି କି ମୁଁ ପାଣିରେ ବୁଡ଼ିକି ମରିଯାଏ। ସେହିପରି ଅଙ୍ଗଦ ବେଦୀ ମଧ୍ୟ ତାଙ୍କର ପୋଷ୍ଟରେ ଅନେକ ହସଭରା ଇମୋଜୀ କମେଣ୍ଟ ଦେଇଛନ୍ତି। ଏହାଛଡ଼ା ଆଉ କିଛି ଲୋକେ ସିକନ୍ଦରଙ୍କ ଏହି ପୋଷ୍ଟରେ ମଜାକିଆ କମେଣ୍ଟ ଦେଇଛନ୍ତି।

ସୂଚନାଯୋଗ୍ୟ, ସିକନ୍ଦର ଚଳିତ ବର୍ଷ ତିନୋଟି ୱେବ୍ ସିରିଜ୍ ଯଥା 'ଆର୍ଯ୍ୟା', 'ଦି ଚାର୍ଜଶିଟ୍: ଇନୋସେଣ୍ଟ ଅଫ୍ ଗିଲ୍ଟି ଏବଂ ମୁମ୍ମଭାଇ'ରେ ନିଖୁଣ ଅଭିନୟ କରି କରିଛନ୍ତି। ସେହିପରି ସିକନ୍ଦର ଚଳିତ ବର୍ଷ ତିନୋଟି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ 'ମିଲନ୍ ଟକିଜ୍', 'ରୋମିଓ ଅକବର୍ ୱାଲଟର୍' ଓ 'ଦି ଜୋୟା ଫ୍ୟାକ୍ଟର'ରେ ଅଭିନୟ କରିଛନ୍ତି। ୨୦୨୧ରେ ସିକନ୍ଦରଙ୍କୁ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମର 'ସୂର୍ଯ୍ୟବଂଶୀ'ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସିକନ୍ଦର କିରନ୍ ଖେର ଏବଂ ତାଙ୍କ ପ୍ରଥମ ସ୍ୱାମୀ ଗୌତମ ବୈରୀଙ୍କ ପୁଅ। ସିକନ୍ଦର ଯେତେବେଳେ ୩ ବର୍ଷର ହୋଇଥିଲା, କିରନ୍ ଅନୁପମ ଖେରଙ୍କ ବିବାହ କରିଥିଲେ। ଉଭୟ ଅନୁପମ ଓ କିରନଙ୍କ ମଧ୍ୟରେ ବହୁତି ଭଲ ବଣ୍ଡିଂ ମଧ୍ୟ ରହିଛି। ସିକନ୍ଦର ଅନୁପମଙ୍କୁ ମଧ୍ୟ ବହୁତ ଭଲପାଇବା ଓ ସମ୍ମାନ ଦିଅନ୍ତି।

Related story