‘ସିମ୍‌ରନ୍‌’ରେ ଏନ୍‌ଆରଆଇ ଚରିତ୍ରରେ ଆସିବେ କଙ୍ଗନା

ମୁମ୍ବାଇ: ହଂସଲ ମେହେତାଙ୍କ ଆଗାମୀ ଫିଲ୍ମ ‘ସିମ୍‌ରନ୍‌’ରେ ଜଣେ ଗୁଜରାଟି ଏନ୍‌ଆରଆଇ ଭୂମିକାରେ ନଜର ଆସିବେ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’ ଷ୍ଟାର କଙ୍ଗନା ରାଣାୱତ୍‌। ଜଣେ ଗୁଜରାଟି ଝିଅ କିପରି ଆମେରିକା ସଂସ୍କୃତି ସହ ସଂଘର୍ଷ କରୁଛି ତାହା ଏହି ଫିଲ୍ମରେ ଚିତ୍ରିତ ହୋଇଛି। ଏଥିପାଇଁ ନିର୍ଦ୍ଦେଶକ ହଂସଲ ମେହେତା ଏନ୍‌ଆରଆଇ ନାରୀ ଚରିତ୍ର ଥିବା ୧୫ଟି ଗୁଜରାଟି ଫିଲ୍ମ କଙ୍ଗନାକୁ ଦେଖିବାକୁ ଦେଇଛନ୍ତି। ସେ ଏହାକୁ ଦେଖି ନିଜକୁ ଏହି ଚରିତ୍ର ପାଇଁ ପ୍ରସ୍ତୁତ […]

Kangana-Ranaut-1

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 04:35 PM IST

ମୁମ୍ବାଇ: ହଂସଲ ମେହେତାଙ୍କ ଆଗାମୀ ଫିଲ୍ମ ‘ସିମ୍‌ରନ୍‌’ରେ ଜଣେ ଗୁଜରାଟି ଏନ୍‌ଆରଆଇ ଭୂମିକାରେ ନଜର ଆସିବେ ‘ତନୁ ୱେଡ୍ସ ମନୁ ରିଟର୍ଣ୍ଣସ’ ଷ୍ଟାର କଙ୍ଗନା ରାଣାୱତ୍‌। ଜଣେ ଗୁଜରାଟି ଝିଅ କିପରି ଆମେରିକା ସଂସ୍କୃତି ସହ ସଂଘର୍ଷ କରୁଛି ତାହା ଏହି ଫିଲ୍ମରେ ଚିତ୍ରିତ ହୋଇଛି।

ଏଥିପାଇଁ ନିର୍ଦ୍ଦେଶକ ହଂସଲ ମେହେତା ଏନ୍‌ଆରଆଇ ନାରୀ ଚରିତ୍ର ଥିବା ୧୫ଟି ଗୁଜରାଟି ଫିଲ୍ମ କଙ୍ଗନାକୁ ଦେଖିବାକୁ ଦେଇଛନ୍ତି। ସେ ଏହାକୁ ଦେଖି ନିଜକୁ ଏହି ଚରିତ୍ର ପାଇଁ ପ୍ରସ୍ତୁତ କରିବେ।

ହଂସଲ କହିଛନ୍ତି,“ ଏହି ଫିଲ୍ମର ସୁଟିଂ ଆମେରିକାର ଲାସ୍‌ ଭେଗାସ୍‌, ସାନ୍‌ ଜୋସ୍‌, ସାନ୍‌ ଫ୍ରାନ୍ସିକୋ ଓ ଆଟ୍‌ଲାଣ୍ଟାରେ ହେବ।”

Related story