ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ,ଅଭିନେତା ତଥା ଟେଲିଭିଜନ୍ ପ୍ରେଜେଣ୍ଟର୍ ସାଜିଦ ଖାନ୍ଙ୍କର ଆଜି ଜନ୍ମଦିନ ୧୯୭୦ ମସିହା ନଭେମ୍ବର ୨୩ରେ ମହାରାଷ୍ଟ୍ରରେ ସେ ଜନ୍ମଗ୍ରହଣ କରିଥିଲେ।
- ପ୍ରଥମେ ଟେଲିଭିଜନ୍ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ସାଜିଦ୍।
- ୧୯୯୫ରେ "ମୈ ଭି ଡିଟେକ୍ଟିଭ୍' ଟିଭି ଶୋ'ର ହୋଷ୍ଟ ଜରିଆରେ ସେ ଟେଲିଭିଜନ୍ ଦୁନିଆରେ ପାଦ ରଖିଥିଲେ।
- ପ୍ରଥମ ଥର ତାଙ୍କ ଅଭିନୟର ଯାଦୁ "କେହେନେ ମୈ କ୍ୟା ହର୍ଜ ହେ' ଧାରାବାହିକରେ ଦେଖିବାକୁ ମିଳିଥିଲା
- ଏହାପରେ ସେ ପାଦ ଥାପିଥିଲେ ବଡ ପରଦାରେ "ଡରନା ଜରୁରୀ ହୈ ', "ହେ ବେବି', "ହାଉସ୍ ଫୁଲ୍-୨', "ହିମତୱାଲା' ଭଳି ଅନେକ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଆଜିକାଲି ଅନେକ ରିୟାଲିଟି ଶୋ',କମେଡି ଶୋ' ଓ ଟକ୍ ଶୋ'ରେ ସେ ନଜର ଆସୁଛନ୍ତି। ନିକଟରେ ରିୟାଲିଟି ଶୋ' ନଚ୍ ବଲିୟେରେ ତାଙ୍କୁ ହୋଷ୍ଟ ରୁପରେ ଦେଖିବାକୁ ମିଳିଥିଲା।
ବ୍ୟକ୍ତିଗତ ଜୀବନ
- ୧୦ମ ଶ୍ରେଣୀରେ ସାଜିଦ୍ ୩ଥର ଫେଲ୍ ହୋଇଥିଲେ।
- ପିଲାଦିନେ ସେ ସାଇକେଲ୍,କାରର ଚକା ଚୋରି କରୁଥିବା ଚୋରମାନଙ୍କ ଗ୍ରୁପ୍ରେ ସାମିଲ ଥିଲେ ।
- ପଇସା ରୋଜଗାର କରିବା ପାଇଁ ମୁମ୍ବାଇର ଜୁହୁ ବିଚ୍ରେ ସେ ବଡ ବଡ କଳାକାରଙ୍କର ନକଲ କରୁଥିଲେ।
- ୧୬ ବର୍ଷ ବୟସରେ ସେ ବିଭିନ୍ନ DJ ରେ କାମ କରୁଥିଲେ।
- ସୋସିଆଲ ମିଡିଆ ସାଇଟ୍କୁ ସେ ପସନ୍ଦ କରନ୍ତି ନାହିଁ।
- ସେ କେବେ ବି ମଦ୍ୟପାନ କରିନାହାଁନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।