ସୋସିଆଲ ମିଡିଆରେ ବର୍ଷିଲେ ସୋନା: ଭୁଲ ମାଗିଲେନି, ଓଲଟା ଖୁଣ କାଢ଼ିଲେ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶେଷରେ ମୁହିଁ ଖୋଲିଲେ ସୋନା ମହାପାତ୍ର। ପ୍ରବଳ ବର୍ଷିବା ସହ ତାଙ୍କୁ ସମାଲୋଚନା କରିଥିବା ଓଡ଼ିଆ ଲୋକଙ୍କ ଖୁଣ ବାହାର କରି କାଠଗଡ଼ାକୁ ଟାଣିଛନ୍ତି ସୋନା। ପୂରା ଆକ୍ରମଣାତ୍ମକ ମୁଡ୍‌ରେ କଠୋର ଭାଷାରେ ତାଚ୍ଛଲ୍ୟ କରିଛନ୍ତି ସେ। ଭକ୍ତ ଶାଲବେଗଙ୍କ ଜଣାଣ ଆହେ ନୀଳଶୈଳୀକୁ ବିକୃତ କରି ଗାଇ ବିବାଦୀୟ ହେବା ପରେ ଆଜି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ହିନ୍ଦୀ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର। କହିଛନ୍ତି, ଓଡ଼ିଆ ଭଜନ […]

sona-65

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 08:20 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶେଷରେ ମୁହିଁ ଖୋଲିଲେ ସୋନା ମହାପାତ୍ର। ପ୍ରବଳ ବର୍ଷିବା ସହ ତାଙ୍କୁ ସମାଲୋଚନା କରିଥିବା ଓଡ଼ିଆ ଲୋକଙ୍କ ଖୁଣ ବାହାର କରି କାଠଗଡ଼ାକୁ ଟାଣିଛନ୍ତି ସୋନା। ପୂରା ଆକ୍ରମଣାତ୍ମକ ମୁଡ୍‌ରେ କଠୋର ଭାଷାରେ ତାଚ୍ଛଲ୍ୟ କରିଛନ୍ତି ସେ।

ଭକ୍ତ ଶାଲବେଗଙ୍କ ଜଣାଣ ଆହେ ନୀଳଶୈଳୀକୁ ବିକୃତ କରି ଗାଇ ବିବାଦୀୟ ହେବା ପରେ ଆଜି ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ହିନ୍ଦୀ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର। କହିଛନ୍ତି, ଓଡ଼ିଆ ଭଜନ ଆହେ ନୀଳଶୈଳର ଉଚ୍ଚାରଣଗତ ତ୍ରୁଟି ଏବଂ ପରିବେଷଣରେ କିଛି ଭୁଲ ପାଇଁ ଓଡ଼ିଶାର କିଛି ଲୋକେ ମୋ କୁଶପୁତ୍ତଳିକା ଦାହ କରିଛନ୍ତି। ଏବଂ ଥାନାରେ ମାମଲା ମଧ୍ୟ ରୁଜୁ କରିଛନ୍ତି। ଯେଉଁମାନଙ୍କର କିଛି କାମ ନାହିଁ ସେମାନେ ଏମିତି କାମ କରନ୍ତି। ଏସବୁ କାମ ଛାଡ଼ି ସେମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଧ୍ୟାନ ଦେବା ଉଚିତ୍‌ ବୋଲି ସୋନା କହିଛନ୍ତି। ତେବେ ତାଙ୍କ ସ୍ପଷ୍ଟୀକରଣରେ ସେ କେଉଁଠି ହେଲେ ବି କ୍ଷମା ମାଗିନାହାନ୍ତି । ସେହିପରି ଗଣମାଧ୍ୟମକୁ ମଧ୍ୟ ଛାଡ଼ି ନାହାନ୍ତି ସୋନା। କହିଛନ୍ତି ଡିୟର ଓଡ଼ିଶା/ ଓଡ଼ିଆ ମିଡିଆ ମୁଁ ସେହି ଭିଡିଓରେ ଓଡ଼ିଶାର କୋରାପୁଟର କୋଟପାଡ ବୁଣା ବସ୍ତ୍ର ପିନ୍ଧିଥିଲି। ତାହା ଆପଣଙ୍କୁ ଦେଖାଗଲା ନାହିଁ। କିନ୍ତୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କାରଖାନାରେ ତିଆରି ବିଭିନ୍ନ ଆଧୁନିକ ବସ୍ତ୍ର ପିନ୍ଧୁଛନ୍ତି।

ଗୀତ ଗାଇଲା ବେଳେ ମୁଁ ମୋ କପାଳରେ ଚନ୍ଦନରେ ଚିତା କାଟିଥିଲି। ଯାହା ଓଡ଼ିଶା ପରମ୍ପରା ବହନ କରୁଥିଲା। ତାହା ବି ଆପଣଙ୍କ ପାଇଁ ମୂଲ୍ୟହୀନ ହୋଇଗଲା। ମୁଁ ସେଥିରେ ଓଡ଼ିଶୀ ବସ୍ତ୍ର ଭୂଷଣ ବ୍ୟବହାର କରିଥିଲି। ଏହା ମଧ୍ୟ ଆପଣଙ୍କ ନଜରରେ ପଡ଼ିଲାନି। କିନ୍ତୁ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଆଧୁନିକ ପୋଷାକ ପିନ୍ଧୁଥିବେ।ଏତିକିରେ ବି ଅଟକି ନ ଥିଲେ ସୋନା। ସେ ନିଜ ସୁରକ୍ଷାରେ ଓଡ଼ିଶାବାସୀ ଓ ଓଡ଼ିଆ ଗଣମାଧ୍ୟମକୁ ପ୍ରଶ୍ନ ମଧ୍ୟ କରିଥିଲେ।

ତାଙ୍କ ପ୍ରଶ୍ନ ହେଲା 'ଆପଣ କେତେଥର ଗୋଟେ ଓଡ଼ିଆ ଗୀତକୁ ଜାତୀୟ କିମ୍ବା ବିଶ୍ୱସ୍ତରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବାକୁ ପାଇଛନ୍ତି ? ବିଦେଶରେ ରହୁଥିବା ଓଡ଼ିଆ ଧନୀ ପରିବାର କେବେ କୌଣସି ଓଡ଼ିଆ ଗାୟକ କିମ୍ବା କଳାକାରଙ୍କୁ ତାଙ୍କ କଳାପାଇଁ ସମ୍ମାନିତ କରି ନାହାଁନ୍ତି। ପଡୋଶୀ ସହିତ ପ୍ରତିଦ୍ୱନ୍ଦିତା କରିବା ବନ୍ଦ କର। ସେମାନେ କଳାରେ ସାହିତ୍ୟରେ ସବୁଥିରେ ଆଗୁଆ। ଏହି ଅକାଟ୍ୟ ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ।

ରଜରେ ରିଲିଜ୍‌ ହୋଇଥିବା ଗୀତଟି ମୋର ଅନେକ ସଫଳ ହେଲା। କିନ୍ତୁ ତାକୁ ଅଣଦେଖା କରାଗଲା। ତାହାପାଇଁ ତ ଓଡ଼ିଶାରେ କେହି ବି ଖୁସି ହେଲେ ନାହିଁ। କେବଳ କ୍ରୋଧ, ନକାରାତ୍ମକ ଚିନ୍ତାଧାର ଆପଣଙ୍କ ମନରେ ରହିଛି। ଏହା ସବୁଠୁ ବଡ଼ ଦୁଃଖର କଥା। ଗୋଟେ ଭଜନର କେତୋଟି ଶବ୍ଦ ଭୁଲ ଉଚ୍ଚାରଣ କଲିବୋଲି ଓଡ଼ିଶାରେ ଲୋକମାନେ ମୋ ପୋଷ୍ଟର ପୋଡ଼ୁଛନ୍ତି। ସେ କହିଛନ୍ତି ଯେ, ଜବ୍‌ ଲେସ୍‌ମାନେ ଏସବୁକାର୍ଯ୍ୟ ଛାଡ଼ି ଭଲ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍‌।

ସୂଚନାଯୋଗ୍ୟ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ'ଆହେ ନୀଳ ଶୈଳକୁ' ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା। ଭଜନର କେତେକ ଶବ୍ଦକୁ ସେ ଠିକ୍ ଭାବେ ଉଚ୍ଚାରଣ କରି ନାହାନ୍ତି। ଯେପରିକି ସାଲବେଗକୁ ସାଲେବେଗମତ୍ତକୁ ମାତ୍ତଜଣାଣକୁ ଜନନ, ଚରଣକୁ ଚରଣେ, ଓ ଶ୍ରୀରଙ୍ଗା ଚରଣ ତଳେ ପଶୁ ଅଛି ଶରଣକୁ କରୁଅଛି ଜନନ ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ କରି ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

Related story