ସଲମାନ୍‌ଙ୍କୁ ‘ବିଷାକ୍ତ ପୁରୁଷ’ କହି ଚର୍ଚ୍ଚାରେ ସୋନା

ମୁମ୍ବାଇ: ବଲିଉଡ୍‌ ଟାଇଗର ସଲମାନ୍‌ଙ୍କର ବଲିଉଡରେ ଖାତିରି ବେଶ୍‌ ଅଧିକ। ବଡ଼ ବଡ଼ ପ୍ରଯୋଜକଙ୍କଠୁ ନେଇ ନିର୍ଦ୍ଦେଶକ ସମସ୍ତଙ୍କୁ ନିଜ ହାତ ମୁଠାରେ ରଖିଛନ୍ତି ସଲମାନ୍। ଏମିତିରେ ସମସ୍ତଙ୍କୁ ନିଜ ଇସାରାରେ ନଚାଉଛନ୍ତି କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ। ତା’ ଛଡ଼ା ସଲମାନ୍‌ଙ୍କ ରାଗକୁ କିଏ ବା ନ ଜାଣେ। ଆଜି ଯାଏ ଯିଏ ସଲମାନଙ୍କ ସହ ପଙ୍ଗା ନେଇଛି ତାକୁ ତା’ର ପରିଣାମ ବି ଭୋଗିବାକୁ ପଡ଼ିଛି। ସେଇଥିପା‌ଇଁ ତ ଇଣ୍ଡଷ୍ଟ୍ରିର କେହି […]

Capture

Chinmayee Roy
  • Published: Tuesday, 28 May 2019
  • , Updated: 28 May 2019, 01:03 PM IST

ମୁମ୍ବାଇ: ବଲିଉଡ୍‌ ଟାଇଗର ସଲମାନ୍‌ଙ୍କର ବଲିଉଡରେ ଖାତିରି ବେଶ୍‌ ଅଧିକ। ବଡ଼ ବଡ଼ ପ୍ରଯୋଜକଙ୍କଠୁ ନେଇ ନିର୍ଦ୍ଦେଶକ ସମସ୍ତଙ୍କୁ ନିଜ ହାତ ମୁଠାରେ ରଖିଛନ୍ତି ସଲମାନ୍। ଏମିତିରେ ସମସ୍ତଙ୍କୁ ନିଜ ଇସାରାରେ ନଚାଉଛନ୍ତି କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ। ତା’ ଛଡ଼ା ସଲମାନ୍‌ଙ୍କ ରାଗକୁ କିଏ ବା ନ ଜାଣେ। ଆଜି ଯାଏ ଯିଏ ସଲମାନଙ୍କ ସହ ପଙ୍ଗା ନେଇଛି ତାକୁ ତା’ର ପରିଣାମ ବି ଭୋଗିବାକୁ ପଡ଼ିଛି। ସେଇଥିପା‌ଇଁ ତ ଇଣ୍ଡଷ୍ଟ୍ରିର କେହି ବି ତାଙ୍କ ସହ ପଙ୍ଗା ନେବାକୁ ଚାହାଁନ୍ତି ନାହିଁ।

ହେଲେ ଏବେ ଦେଖିବାକୁ ମିଳୁଛି ଯେ ବଲିଉଡର ଜଣେ ଗାୟିକାଙ୍କୁ ସଲମାନଙ୍କ ରାଗର କୌଣସି ଭୟ ନାହିଁ।  ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗାୟିକା ସୋନା ମହାପାତ୍ର ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି। ସେ ପୁଣି ଦବଙ୍ଗ ସଲମାନଙ୍କୁ ଟାର୍ଗେଟ୍‌ କରି।

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଟ୍ୱିଟରରେ ସୋନାଙ୍କ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିବା କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେବେଠୁ ନେଇ ଏବେ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ନେଇ ନକରାତ୍ମକ ଟିପ୍ପଣୀ  ଦେଇ ଟାର୍ଗେଟ୍‌ କରିଆସିଛନ୍ତି। ହେଲେ ଏ କଥା ସୋନାଙ୍କୁ ପସନ୍ଦ ଆସିଲା ନାହିଁ। ସୋନା ସୋଶାଲ୍ ମିଡିଆରେ ସଲମାନ୍‌ଙ୍କୁ ଟାର୍ଗେଟ କରିଛନ୍ତି।

https://twitter.com/sonamohapatra/status/1132887698224476161

ପ୍ରିୟଙ୍କାଙ୍କୁ ସମର୍ଥନ କରି ସୋନା ଏକ ଟ୍ୱିଟ୍‌ କରିଛନ୍ତି। ଏହି ଟ୍ୱିଟ୍‌ରେ ସୋନା ସଲମାନଙ୍କୁ ସୋସିଆଲ୍ ମିଡିଆରେ ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା ବୋଲି କହିଛନ୍ତି। ସୋନା ଲେଖିଛନ୍ତି, ପ୍ରିୟଙ୍କାଙ୍କୁ ଜୀବନରେ  ଅନେକ କିଛି କାମ କରିବାର ଅଛି। ଯେଉଁଥିରେ ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ମଧ୍ୟ ସାମିଲ ରହିଛି।

https://twitter.com/sonamohapatra/status/1132911543178342400

ତେବେ ସୋନାଙ୍କ ଏଭଳି ତାତ୍ସଲ୍ୟଭରା କମେଣ୍ଟଙ୍କୁ ସଲମାନ କିଭଳି ନେଉଛନ୍ତି ଓ କ’ଣ  ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା। ଏଥିସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ସୋନାଙ୍କର ସମର୍ଥନ ପସନ୍ଦ ଆସୁଛି ନା ସେ ଓଲଟା ସୋନାଙ୍କୁ ଟାର୍ଗେଟ କରିଛନ୍ତି ତାହା ଦେଖିବା ବେଶ୍‌ ମଜାଦାର ହେବ।

Related story