କାହା ସହିତ ତୁଳନା କରାଯିବାରୁ ରାଗିଗଲେ ସୋନାକ୍ଷୀ?

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବେ ବଲିଉଡ୍‌ରେ ଜଣେ ଦକ୍ଷ କଳାକାର ଭାବେ ନିଜକୁ ପ୍ରତିଷ୍ଠିତ କରି ସାରିଛନ୍ତି। ସେ ଫିଲ୍ମ ‘ଦବଙ୍ଗ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ନିଜର ପ୍ରତିଟି ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି। ଆଉ ତାଙ୍କ ଷ୍ଟାଇଲ୍‌ ଓ ଡ୍ୟାନ୍ସକୁ ବି ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଜାଣିଛନ୍ତି ଥରେ ତାଙ୍କୁ ଜଣେ ଅଭିନେତ୍ରୀଙ୍କ ସହ ତୁଳନା କରାଯାଇଥିବାରୁ ସେ ଖୁବ୍‌ ରାଗିଯାଇଥିଲେ। ତେବେ ଚାଲନ୍ତୁ ଜାଣିବା […]

actress_sonakshi_sinha-widescreen_wallpapers

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 04:06 PM IST

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବେ ବଲିଉଡ୍‌ରେ ଜଣେ ଦକ୍ଷ କଳାକାର ଭାବେ ନିଜକୁ ପ୍ରତିଷ୍ଠିତ କରି ସାରିଛନ୍ତି। ସେ ଫିଲ୍ମ ‘ଦବଙ୍ଗ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ନିଜର ପ୍ରତିଟି ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି। ଆଉ ତାଙ୍କ ଷ୍ଟାଇଲ୍‌ ଓ ଡ୍ୟାନ୍ସକୁ ବି ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଜାଣିଛନ୍ତି ଥରେ ତାଙ୍କୁ ଜଣେ ଅଭିନେତ୍ରୀଙ୍କ ସହ ତୁଳନା କରାଯାଇଥିବାରୁ ସେ ଖୁବ୍‌ ରାଗିଯାଇଥିଲେ। ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ?

ସେ ଅଭିନେତ୍ରୀ ଜଣକ ହେଉଛନ୍ତି ରୀନା ରାୟ।  ଆଉ ଏହି ତୁଳନାକୁ ନେଇ ସୋନାକ୍ଷୀ ରାଗିବାର କରାଣ ହେଉଛି- ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କ ସହ  ରୀନାଙ୍କର ନିବିଡ ସଂପର୍କ ଥିଲା। ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ଏକ ସମୟରେ ଦୁହିଁଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ଖାଲି ଏତିକି ନୁହେଁ, ସୋନାକ୍ଷୀଙ୍କ ମା’ ପୁନମ୍‌ ସିହ୍ନା ମଧ୍ୟ ଏଭଳି ତୁଳନାକୁ ନେଇ ଗଣମାଧ୍ୟମକୁ ମନ ଇଛା ଶୁଣାଇଛନ୍ତି।  ତେବେ ଏହି କଥାକୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି।

ରୀନା ନିଜ ଫିଲ୍ମ କ୍ୟାରିୟର ବି ଗ୍ରେଡ୍‌ ଫିଲ୍ମରୁ ଆରମ୍ଭ କରିଥିଲେ। ତାଙ୍କୁ ସେତେବେଳେ ସେତେଟା ସଫଳତା ମିଳିନଥିଲା। କିନ୍ତୁ ତା’ପରେ ସେ ଫିଲ୍ମ ‘କାଳିଚରଣ’ରେ ଶତ୍ରୁଘ୍ନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ତାଙ୍କୁ ଖୁବ୍‌ ସଫଳତା ମିଳିଥିଲା। ସେ ନିଜ ଫିଲ୍ମ କ୍ୟାରିୟରରେ ପାଖାପାଖି ୯୦ ଫିଲ୍ମରେ ଅଭିନୟ କରିଥିଲେ।

ସେହି ଫିଲ୍ମ ପରଠୁ ଦୁହିଁଙ୍କ ମଧ୍ୟରେ  ସମ୍ପର୍କ ଗଢି ଉଠିଥିଲା। ଦୁହିଁଙ୍କ ସଂପର୍କ ସାତ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ତା’ପରେ ରୀନା ବିଦେଶ ଚାଲିଯାଇଥିଲେ। ସେ ସମୟରେ  ଶତ୍ରୁଘ୍ନ ପୁନମ୍‌ ସିହ୍ନାଙ୍କୁ ବିବାହ କରିଥିଲେ।

Related story