ମୁହାଁ ମୁହିଁ  ହେବେ ଭାଇଭଉଣୀ

ମୁମ୍ୱାଇ: କପୁର ପରିବାର ବିଷୟରେ ସମସ୍ତେ ଜାଣନ୍ତି। ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ହେଲେ ଏବେ କପୁର ପରିବାରର ଦୁଇଜଣ ଭାଇଭଉଣୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ହେଲେ ରିୟଲ ଲାଇଫ୍‌ରେ ନୁହେଁ, ରିଲ୍‌ ରାଇଫ୍‌ରେ। କାରଣ ଗୋଟିଏ ଦିନରେ ଏହି ଭାଇଭଉଣୀଙ୍କ ଫିଲ୍ମ ରିଲିଜ୍‌ ହେଉଛି। ଆପଣ ଭାବୁଥିବେ ଆମେ କାହା କଥା କହୁଛୁ। ଆମେ ସୋନମ କପୁର ଓ ତାଙ୍କ ଭାଇ ହର୍ଷବର୍ଦ୍ଧନ କପୁରଙ୍କ କଥା କହୁଛୁ। ହର୍ଷବର୍ଦ୍ଧନଙ୍କ ଆଗାମୀ ଫିଲ୍ମ ‘ଭାବେଶ […]

500965-sonam-harshvardhan-anil-kapoor-mirzya-music-launch (1)

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 12:06 PM IST

ମୁମ୍ୱାଇ: କପୁର ପରିବାର ବିଷୟରେ ସମସ୍ତେ ଜାଣନ୍ତି। ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ହେଲେ ଏବେ କପୁର ପରିବାରର ଦୁଇଜଣ ଭାଇଭଉଣୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ହେଲେ ରିୟଲ ଲାଇଫ୍‌ରେ ନୁହେଁ, ରିଲ୍‌ ରାଇଫ୍‌ରେ। କାରଣ ଗୋଟିଏ ଦିନରେ ଏହି ଭାଇଭଉଣୀଙ୍କ ଫିଲ୍ମ ରିଲିଜ୍‌ ହେଉଛି। ଆପଣ ଭାବୁଥିବେ ଆମେ କାହା କଥା କହୁଛୁ। ଆମେ ସୋନମ କପୁର ଓ ତାଙ୍କ ଭାଇ ହର୍ଷବର୍ଦ୍ଧନ କପୁରଙ୍କ କଥା କହୁଛୁ।

ହର୍ଷବର୍ଦ୍ଧନଙ୍କ ଆଗାମୀ ଫିଲ୍ମ ‘ଭାବେଶ ଯୋଶୀ ସୁପରହିରୋ’ ୨୫ ମେ’କୁ ରିଲିଜ୍‌ ହେବାର ଥିଲା। ହେଲେ ଏହାର ରିଲିଜ୍‌ ଡେଟ୍‌ ୧ ଜୁନ୍‌କୁ ଘୁଞ୍ଚି ଯାଇଛି। ୨ ବର୍ଷ ପରେ ବଡ ପରଦାକୁ ଫେରୁଥିବା ହର୍ଷବର୍ଦ୍ଧନ ଏହି ଫିଲ୍ମରେ ରିୟଲ ଲାଇଫ୍ ସୁପରହିରୋ ଭାବେ ନଜର ଆସିବେ। ସେହିପରି ସୋନମ କପୁରଙ୍କ ଫିଲ୍ମ ‘ବୀର ଦି ୱେଡିଂ’ ମଧ୍ୟ ଜୁନ୍‌ ୧ରେ ରିଲିଜ୍‌ ହେବାକୁ ଯାଉଛି। ଏବେ ଦେଖିବାକୁ ବାକି ରହିଲା ଦର୍ଶକ କାହାକୁ ଅଧିକ ରେସପନ୍ସ ଦେଉଛନ୍ତି।

Related story