ବେକରୁ କାଢ଼ି ହାତରେ ମଙ୍ଗଳସୂତ୍ର ପିନ୍ଧିଲେ ସୋନମ୍ କପୁର, ନିର୍ଦ୍ଧୁମ୍ ଗାଳି ଦେଲେ ଫ୍ୟାନ୍

ବିଚିତ୍ର ଆମ ଷ୍ଟାର୍‌ଙ୍କ ଚରିତ୍ର। ନିଜେ କିମ୍ବା ନିଜ ଫିଲ୍ମର ପ୍ରମୋସନ୍ ପାଇଁ ସେମାନେ ଭାରତୀୟ ପରମ୍ପରାକୁ ବି ପାଦରେ ଦଳି ଦେବାକୁ ପଛାନ୍ତି ନାହିଁ। ଆଜିର ନୂଆପିଢ଼ିର ଷ୍ଟାର୍‌ମାନେ ଅଧିକାଂଶ ସମୟରେ ଜାଣନ୍ତି ନାହିଁ ଯେ, ଆମ ସଂସ୍କୃତିରେ କେଉଁଟା ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ। ନିକଟରେ ଏମିତି ଏକ ହର୍‌କତ୍‌ କରି ସମସ୍ୟାରେ ପଡ଼ିଛନ୍ତି ଅନିଲ କପୁରଙ୍କ ଷ୍ଟାର୍ ପୁତ୍ରୀ ସୋନମ କପୁର। ମୁମ୍ବାଇ: ନିକଟରେ ନିଜର ବିବାହ ପାଇଁ ଚର୍ଚ୍ଚାକୁ ଆସିଥିବା ଅନିଲ କପୁରଙ୍କ […]

AAxUHqL

Ordigital Desk
  • Published: Monday, 28 May 2018
  • , Updated: 29 May 2018, 07:13 AM IST

ବିଚିତ୍ର ଆମ ଷ୍ଟାର୍‌ଙ୍କ ଚରିତ୍ର। ନିଜେ କିମ୍ବା ନିଜ ଫିଲ୍ମର ପ୍ରମୋସନ୍ ପାଇଁ ସେମାନେ ଭାରତୀୟ ପରମ୍ପରାକୁ ବି ପାଦରେ ଦଳି ଦେବାକୁ ପଛାନ୍ତି ନାହିଁ। ଆଜିର ନୂଆପିଢ଼ିର ଷ୍ଟାର୍‌ମାନେ ଅଧିକାଂଶ ସମୟରେ ଜାଣନ୍ତି ନାହିଁ ଯେ, ଆମ ସଂସ୍କୃତିରେ କେଉଁଟା ଗୁରୁତ୍ୱପୂର୍ଣ୍ଣ ଓ ସମ୍ମାନଜନକ। ନିକଟରେ ଏମିତି ଏକ ହର୍‌କତ୍‌ କରି ସମସ୍ୟାରେ ପଡ଼ିଛନ୍ତି ଅନିଲ କପୁରଙ୍କ ଷ୍ଟାର୍ ପୁତ୍ରୀ ସୋନମ କପୁର।

ମୁମ୍ବାଇ: ନିକଟରେ ନିଜର ବିବାହ ପାଇଁ ଚର୍ଚ୍ଚାକୁ ଆସିଥିବା ଅନିଲ କପୁରଙ୍କ ଝିଅ ସୋନମ କପୁର ଏବେ ପୁଣି ଚର୍ଚ୍ଚାରେ। କିନ୍ତୁ ଏଥର ଭଲ ପାଇଁ ନୁହେଁ, ଏକ ଖରାପ ପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ତାଙ୍କ ବହୁବର୍ଷ ପୁରୁଣା ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କୁ ବିବାହ କରିଛନ୍ତି ସୋନମ। ସୋନମ ଏବେ କପୁର ନୁହେଁ, ସୋନମ ଆହୁଜା କପୁର। ତେବେ ନିକଟରେ ସେ ତାଙ୍କ ମଙ୍ଗଳସୂତ୍ରକୁ ହାତରେ ପିନ୍ଧି ସୋସିଆଲ୍ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୀର୍‌ ଦି ୱେଡିଂ’ର ପ୍ରମୋଶନ ପାଇଁ ସୋନମ ଏହି ଅବତାର ନେଇଥିଲେ।

ମଙ୍ଗଳସୂତ୍ର ହେଉଛି ଜଣେ ବିବାହିତା ଭାରତୀୟ ନାରୀର ଆଭୂଷଣ। ସୋନମଙ୍କ ମଙ୍ଗଳସୂତ୍ରରେ ଉଭୟ ତାଙ୍କର ଓ ତାଙ୍କ ସ୍ୱାମୀ ଆନନ୍ଦଙ୍କର ରାଶିର ଚିହ୍ନ ରହିଛି। ସୋନମଙ୍କର ହେଉଛି ମିଥୁନ ଓ ଆନନ୍ଦଙ୍କର ହେଉଛି ସିଂହ ରାଶି। ଏ ଦୁଇଟି ଯାକ ଚିହ୍ନ ସୋନମଙ୍କର ଏହି ମଙ୍ଗଳସୂତ୍ରରେ ରହିଛି। ମଙ୍ଗଳସୂତ୍ରଟିକୁ ହାତରେ ପିନ୍ଧିଥିବା ଫଟୋ ଆସିବା ପରେ ଟ୍ୱିଟରରେ ସୋନମଙ୍କୁ ଖୁବ୍ ଖରାପ ଭାଷାରେ ଫ୍ୟାନ୍‌ମାନେ ଗାଳି ଗୁଲଜ କରିଛନ୍ତି।

ଜଣେ ଟ୍ୱିଟର ଫରୋଅର୍ ଲେଖିଛନ୍ତି- ତମେ ଭାବୁଛ କି ତମର ଏ ଫଟୋ ଦେଖିଲା ପରେ ମହାନ ଭାରତୀୟ ପରମ୍ପରାକୁ ସମ୍ମାନ ଦେଉଥିବା କୌଣସି ବ୍ୟକ୍ତି ‘ଭୀର୍ ଦି ୱେଡିଂ’ ଫିଲ୍ମ ଦେଖିବାକୁ ଯିବ? ଯେତେବେଳ ଯାଏଁ ମଙ୍ଗଳସୂତ୍ର ବେକରେ ନ ପିନ୍ଧିଚ ସେ ଯାଏଁ ଏହାର ଅସମ୍ମାନ ହେଉଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ପହିଲାରେ ରିଲିଜ୍ ହେବାକୁ ଯାଉଥିବା ସୋନମ କପୁରଙ୍କ ଏହି ନୂଆ ‘ଭୀର୍ ଦି ୱେଡିଂ’ରେ କରୀନା କପୁର ଖାନ୍ ମଧ୍ୟ ଅଭିନୟ କରିଛନ୍ତି।

Related story