କୋରାପୁଟରୁ ଫେରି ଆଇସିୟୁରେ ବଲିଉଡ୍‌ ସିଙ୍ଗର ସୋନୁ ନିଗମ

ମୁମ୍ବାଇ: ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ଅସୁସ୍ଥ ହୋଇପଡିଛନ୍ତି। କୋରାପୁଟ ଜୟପୁରରେ ଏକ ଶୋ’ସାରି ମୁମ୍ବାଇ ଫେରିବା ପରେ ସିଧା ହସ୍ପିପିଟାଲରେ ପହଞ୍ଚିଥିଲେ ସୋନୁ। ସୋନୁଙ୍କ ସ୍କିନ୍‌ରେ ଆଲର୍ଜି ଦେଖାଦେବାକୁ ତାଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ICUରେ ଦୁଇଦିନ ରହି ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।   View this post on Instagram   Thanks for your concern and love. Now […]

site

Biswobandita Swain
  • Published: Thursday, 07 February 2019
  • , Updated: 07 February 2019, 12:02 PM IST

ମୁମ୍ବାଇ: ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ଅସୁସ୍ଥ ହୋଇପଡିଛନ୍ତି। କୋରାପୁଟ ଜୟପୁରରେ ଏକ ଶୋ’ସାରି ମୁମ୍ବାଇ ଫେରିବା ପରେ ସିଧା ହସ୍ପିପିଟାଲରେ ପହଞ୍ଚିଥିଲେ ସୋନୁ। ସୋନୁଙ୍କ ସ୍କିନ୍‌ରେ ଆଲର୍ଜି ଦେଖାଦେବାକୁ ତାଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ICUରେ ଦୁଇଦିନ ରହି ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

View this post on Instagram

 

Thanks for your concern and love. Now that you know that I am returning back from Jeypore Orissa after managing a concert last night, I now don't mind sharing how I was the day before yesterday. ? Lesson for all of us, Never ever ever ever take a chance with allergies. Sea food in my case. If Nanavati Hospital wasn't near by, my trachea would have swollen up further and lead to asphyxiation. Happy and Healthy life to everyone. #health #lifeisbeautiful #goodfortune

A post shared by Sonu Nigam (@sonunigamofficial) on Feb 5, 2019 at 11:38pm PST

ନିଜର ସ୍ୱାସ୍ଥ୍ୟବସ୍ତାକୁ ନେଇ ସୋନୁ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କର ବାମ ଆଖି ଫୁଲି ଯିବା ସହ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଏକ ଫଟୋରେ ସେ ହସ୍ପିଟାଲ୍‌ ବେଡ୍‌ରେ ଅକ୍ସିଜେନ୍‌ ମାସ୍କ ଲଗାଇ ଶୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି।

ସୋନୁ ଏହି ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ ମୋ ପ୍ରତି ସମସ୍ତଙ୍କ ଭଲ ପାଇବା ଏବଂ ଚିନ୍ତା ପାଇଁ ମୁଁ ଧନ୍ୟବାଦ ଜଣାଉଛି । ୨ଦିନ ତଳେ କୋରାପୁଟର ଜୟପୁରରୁ ଏକ କନ୍‌ସର୍ଟ ସାରି ଫେରିବା ପରେ ମୋର ଏମିତି ଅବସ୍ଥା ହୋଇଥିଲା ବୋଲି ସେ ଲେଖିଛନ୍ତି। ଏଥିରେ ସୋନୁ ନିଗମ ସମସ୍ତଙ୍କୁ ଏକ ପରାମର୍ଶ ଦେଇଛନ୍ତି । ସେ ଲେଖିଛନ୍ତି ଯେ,ଏହା ଆମ ସମସ୍ତଙ୍କ ପାଇଁ ଗୋଟେ ଶିକ୍ଷା। ଆଲର୍ଜିକୁ କେବେ ବି ଅଣଦେଖା କରନ୍ତୁ ନାହିଁ।  ସି-ଫୁଡ୍‌ ଖାଇବା ଯୋଗୁଁ ସୋନୁଙ୍କର ଏମିତି ଅବସ୍ଥା ହୋଇଥିବା ସୂଚନା ମିଳିଛି। ସୋନୁଙ୍କ ଏହି ଫଟୋ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡ଼ିଥିଲେ। ପ୍ରଶଂସକମାନେ ସୋନୁଙ୍କ ଆଶୁଆରୋଗ୍ୟ କାମନା କରିଥିଲେ।

 

Related story