ଆଇନର କାଠଗଡ଼ାକୁ ଯାଇପାରେ ଜ୍ୟାକଲିନଙ୍କ ଠୁମକା: ଜାଣନ୍ତୁ କାହିଁକି?

ମୁମ୍ବାଇ: ମାଧୁରୀ ଦୀକ୍ଷିତ ନେନେଙ୍କ ଫିଲ୍ମ ‘ତେଜାବ’ର ସୁପରହିଟ୍ ‌ଆଇଟମ୍‌ ଗୀତ ‘ଏକ, ଦୋ, ତିନ୍’ର ରିମେକ୍‌ କରାଯାଇଛି। ଏହି ଗୀତରେ ଜ୍ୟାକ୍‌ଲିନ୍ ଫର୍ଣାଣ୍ଡିଜ୍‌ଙ୍କୁ ନାଚୁଥିବାର ଦେଖିବାକୁ ମିଳିଛି। ଗୀତଟି ଏବେ ବିବାଦ ଘେରରେ ରହିଛି। ଶୁଣିବାକୁ ମିଳୁଛି ଯେ ଅରିଜିନାଲ ଗୀତର ନିର୍ମାତା ଏହି ରିମେକ୍‌ରେ ଖୁସି ନାହାଁନ୍ତି। ଏହି ଲୋକପ୍ରିୟ ଆଇଟମ୍ ଗୀତକୁ ଲୋକମାନେ ବେଶ୍ ପସନ୍ଦ କରୁଥିବା ବେଳେ ‘ତେଜାବ’ ଫିଲ୍ମର ନିର୍ଦ୍ଦେଶକ ଏନ୍. ଚନ୍ଦ୍ରା ଓ ଅରିଜିନାଲ ଗୀତର କୋରିଓଗ୍ରାଫର ସରୋଜ […]

jacqueline-1

Rakesh Mallick
  • Published: Thursday, 22 March 2018
  • , Updated: 22 March 2018, 12:28 PM IST

ମୁମ୍ବାଇ: ମାଧୁରୀ ଦୀକ୍ଷିତ ନେନେଙ୍କ ଫିଲ୍ମ ‘ତେଜାବ’ର ସୁପରହିଟ୍ ‌ଆଇଟମ୍‌ ଗୀତ ‘ଏକ, ଦୋ, ତିନ୍’ର ରିମେକ୍‌ କରାଯାଇଛି। ଏହି ଗୀତରେ ଜ୍ୟାକ୍‌ଲିନ୍ ଫର୍ଣାଣ୍ଡିଜ୍‌ଙ୍କୁ ନାଚୁଥିବାର ଦେଖିବାକୁ ମିଳିଛି। ଗୀତଟି ଏବେ ବିବାଦ ଘେରରେ ରହିଛି। ଶୁଣିବାକୁ ମିଳୁଛି ଯେ ଅରିଜିନାଲ ଗୀତର ନିର୍ମାତା ଏହି ରିମେକ୍‌ରେ ଖୁସି ନାହାଁନ୍ତି।

ଏହି ଲୋକପ୍ରିୟ ଆଇଟମ୍ ଗୀତକୁ ଲୋକମାନେ ବେଶ୍ ପସନ୍ଦ କରୁଥିବା ବେଳେ ‘ତେଜାବ’ ଫିଲ୍ମର ନିର୍ଦ୍ଦେଶକ ଏନ୍. ଚନ୍ଦ୍ରା ଓ ଅରିଜିନାଲ ଗୀତର କୋରିଓଗ୍ରାଫର ସରୋଜ ଖାନ୍ ଗୀତର ନୂଆ ଭର୍ସନରେ ଖୁସି ନାହାଁନ୍ତି।  ଏନ୍ ଚନ୍ଦ୍ରା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ କେବେ ଭାବି ନଥିଲି ଯେ ଗୀତର ଏପରି ଅବସ୍ଥା ହେବ। ମୁଁ କେବେ ଭାବି ନଥିଲି ଯେ ଏହି ଗୀତ ପାଇଁ ଜ୍ୟାକଲିନଙ୍କୁ ବଛାଯିବ। ମାଧୁରୀ ଦୀକ୍ଷିତଙ୍କ ସ୍ଥାନରେ ଜ୍ୟାକଲିନଙ୍କୁ ନିଆଯିବାର ଅର୍ଥ ସେଣ୍ଟ୍ରାଲ ପାର୍କକୁ ବଟାନିକାଲ ଗାର୍ଡେନ ସହ ତୁଳନା କରିବ।। ମାଧୁରୀଙ୍କ ଡାନ୍ସ ମର୍ଯ୍ୟାଦାପୂର୍ଣ୍ଣ ଥିଲା, ହେଲେ ଜ୍ୟାକଲିନ୍‌ଙ୍କ ଡାନ୍ସ କେବଳ ଏକ ସେକ୍ସ୍ ଆକ୍ଟ।’

ସୂଚନା ଅନୁଯାୟୀ ଏନ୍ ଚନ୍ଦ୍ରା ଓ ସରୋଜ ଖାନ୍ ଦୁହେଁ ମିଶି ଏହି ନୂଆ ଗୀତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି। ‘ବାଗି-୨’ ଫିଲ୍ମର ଏହି ଗୀତଟି ଗତ ମାର୍ଚ୍ଚ ୧୯ ତାରିଖ ଦିନ ଲଞ୍ଚ୍ ହୋଇଥିଲା। ଗୀତଟିକୁ ଶ୍ରେୟା ଘୋଷାଲ ଗାଇ ଥିବାବେଳେ ବଲିଉଡର କ୍ଷାତିନାମା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏହାର କୋରିଓଗ୍ରାଫି କରିଛନ୍ତି।

Related story