‘ସ’ ଅକ୍ଷର ସହିତ ବାବୁସାନ୍‌ଙ୍କର ରହିଛି ସଂଯୋଗ: ଜାଣନ୍ତୁ କେମିତି?

ଭୁବନେଶ୍ୱର(ରୋଜାଲିନ୍‌ ମିଶ୍ର): ‘ସ’ ଅକ୍ଷର ସହିତ ଏକ ନିଆରା ସଂଯୋଗ। ଏଇ ସଂଯୋଗଟି ହେଉଛି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍ ଏବଂ ନିର୍ଦ୍ଦେଶକ ଅଶୋକ ପତିଙ୍କର। ରଜରେ ରିଲିଜ୍‌ ହେବାକୁ ଯାଉଛି ତରଙ୍ଗ ସିନେପ୍ରଡକ୍ସନ୍ସର ଫିଲ୍ମ ‘ସୁନ୍ଦରଗଡ଼ର ସଲମନ ଖାନ୍’। ଏହି ଫିଲ୍ମରେ ବାବୁସାନଙ୍କ ନାଁ ହୋଇଛି ସଲମାନ୍ ଖାନ୍। ମାନେ ‘ସ’ ଅକ୍ଷରରୁ ଏହି ନାଁର ଆରମ୍ଭ ହୋଇଛି। କେବଳ ଏହି ଫିଲ୍ମରେ ନୁହେଁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ପ୍ରାୟତଃ ସବୁ ସିନେମାରେ ଅଭିନେତା ବାବୁସାନଙ୍କର […]

Babusan-Mohanty

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 04:39 PM IST

ଭୁବନେଶ୍ୱର(ରୋଜାଲିନ୍‌ ମିଶ୍ର): ‘ସ’ ଅକ୍ଷର ସହିତ ଏକ ନିଆରା ସଂଯୋଗ। ଏଇ ସଂଯୋଗଟି ହେଉଛି ଓଲିଉଡ୍‌ର ଚକୋଲେଟ୍‌ ବୟ ବାବୁସାନ୍ ଏବଂ ନିର୍ଦ୍ଦେଶକ ଅଶୋକ ପତିଙ୍କର। ରଜରେ ରିଲିଜ୍‌ ହେବାକୁ ଯାଉଛି ତରଙ୍ଗ ସିନେପ୍ରଡକ୍ସନ୍ସର ଫିଲ୍ମ ‘ସୁନ୍ଦରଗଡ଼ର ସଲମନ ଖାନ୍’। ଏହି ଫିଲ୍ମରେ ବାବୁସାନଙ୍କ ନାଁ ହୋଇଛି ସଲମାନ୍ ଖାନ୍। ମାନେ ‘ସ’ ଅକ୍ଷରରୁ ଏହି ନାଁର ଆରମ୍ଭ ହୋଇଛି। କେବଳ ଏହି ଫିଲ୍ମରେ ନୁହେଁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ପ୍ରାୟତଃ ସବୁ ସିନେମାରେ ଅଭିନେତା ବାବୁସାନଙ୍କର ରିଲ୍‌ କ୍ୟାରେଟର ନାଁ ‘ସ’ରୁ ଆରମ୍ଭ।

୨୦୧୦ରୁ ‘ସ’ ଅକ୍ଷର ସହ ସଂଯୋଗ ଆରମ୍ଭ ହୋଇଛି। ୨୦୧୦ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ସଞ୍ଜୁ ସଞ୍ଜନା’। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ବାବୁସାନ୍‌। ତାଙ୍କ ନାଁ ହୋଇଥିଲା ସଞ୍ଜୁ। ତାପରେ ଫିଲ୍ମ ‘ଦିୱାନା ଦିୱାନି’, ‘ଇଡିୟଟ୍’, ‘ଦୋସ୍ତି’, ‘୧୪୩ ଆଇ ଲଭ ୟୁ’, ‘ଲୋଫର୍’,  ‘ସୁପର ମିଛୁଆ’, ‘ତୁ ଯେ ସେଇ’, ‘ଲଭ ଷ୍ଟେସନ୍’, ‘ଲଭ ପାଇଁ କୁଛ୍ ଭି କରେଗା’, ‘ସିଷ୍ଟର ଶ୍ରୀଦେବୀ’ ଏବଂ ନୂଆ ସିନେମା ‘ସୁନ୍ଦରଗଡ଼ର ସଲମନ୍ ଖାନ୍’ରେ ବାବୁସାନ୍‌ ନାଁ ‘ସ’ ଅକ୍ଷରରୁ ଆରମ୍ଭ ହୋଇଛି। ତେବେ ନାଁକୁ ନେଇ ସିନେମା କରିବା ଟ୍ରେଣ୍ଡ ବଲିଉଡ୍‌ରେ ବେଶ୍ ଚାଲେ। କିନ୍ତୁ  ଓଲିଉଡ୍‌ରେ ଏଭଳି ଟ୍ରେଣ୍ଡ କେବଳ ଅଶୋକ ପତିଙ୍କର ରହିଛି। ଆଉ ‘ସ’ ଅକ୍ଷରରୁ ଆରମ୍ଭ ହୋଇଥିବା ଫିଲ୍ମ ଭଲ ବ୍ୟବସାୟ କରୁଥିବାରୁ ଏହି ଅକ୍ଷରଟି ଏକ ପ୍ରକାର ଲକି ହୋଇ ରହିଛି ଉଭୟ ବାବୁସାନ୍‌ ଏବଂ ଅଶୋକ ପତିଙ୍କ ପାଇଁ।

Related story