ବଲିଉଡ୍‌ର୍‌ କେଉଁ ଚର୍ଚ୍ଚିତ ଫିଲ୍ମକୁ ପରିବାର ମନା

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଫିଲ୍ମ  ନିର୍ମାଣ କରିବା ମାମୁଲି କଥା ହୋଇଗଲାଣି। ପ୍ରତି ବର୍ଷ ଶହ ଶହ ଫିଲ୍ମ ନିର୍ମାଣ  କରାଯାଉଛି। ବଲିଉଡ୍‌ରେ ଏମିତି କିଛି ଫିଲ୍ମ ଅଛି ଯାହା ଦେଖିବା ଜରୁରୀ। ହେଲେ ପରିବାର ସହ ବସି ଦେଖିବା ଏକ ପ୍ରକାର ଅସମ୍ଭବ। ବି.ଏ ପାସ୍‌ ଫିଲ୍ମର କାହାଣୀ ଜଣେ ମଧ୍ୟ ବୟସ୍କ ମହିଳାଙ୍କ ଉପରେ। ଯାହାଙ୍କ ସ୍ବାମୀ ଚାକିରୀ ପାଇଁ ଦୂରରେ ରହନ୍ତି। ଆଉ ସ୍ତ୍ରୀ ସ୍ବାମୀ ସୁଖ ଖୋଜି ଖୋଜି ନିଜ ବିଚାରକୁ ଭୂଲି […]

film

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 03:37 PM IST

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଫିଲ୍ମ  ନିର୍ମାଣ କରିବା ମାମୁଲି କଥା ହୋଇଗଲାଣି। ପ୍ରତି ବର୍ଷ ଶହ ଶହ ଫିଲ୍ମ ନିର୍ମାଣ  କରାଯାଉଛି। ବଲିଉଡ୍‌ରେ ଏମିତି କିଛି ଫିଲ୍ମ ଅଛି ଯାହା ଦେଖିବା ଜରୁରୀ। ହେଲେ ପରିବାର ସହ ବସି ଦେଖିବା ଏକ ପ୍ରକାର ଅସମ୍ଭବ।

ବି.ଏ ପାସ୍‌

ଫିଲ୍ମର କାହାଣୀ ଜଣେ ମଧ୍ୟ ବୟସ୍କ ମହିଳାଙ୍କ ଉପରେ। ଯାହାଙ୍କ ସ୍ବାମୀ ଚାକିରୀ ପାଇଁ ଦୂରରେ ରହନ୍ତି। ଆଉ ସ୍ତ୍ରୀ ସ୍ବାମୀ ସୁଖ ଖୋଜି ଖୋଜି ନିଜ ବିଚାରକୁ ଭୂଲି ଯାଉଛି।  ଦେହର ଭୋକ ମେଣ୍ଟାଇବାକୁ ଜଣେ କଲେଜ ପଢୁଆ ପୁଅ ସହ ଶାରିରୀକ ସଂପର୍କ ରଖୁଛି। ବହୁ ଚର୍ଚ୍ଚିତ ରେଲେୱେ ଆଣ୍ଟି ଉପନ୍ୟାସକୁ ଫିଲ୍ମରେ ଉତ୍ତାରିଛନ୍ତି ନିର୍ଦ୍ଦେଶକ। ହେଲେ ଫିଲ୍ମକୁ ବାସ୍ତବବାଦୀ କରିବାକୁ ଯାଇ ଅନେକ ବୋଲ୍‌ଡ ସିନ୍‌କୁ ରଖାଯାଇଛି। ଯାହାକୁ ପରିବାର ସହ ବସି ଦେଖିବା ଅସମ୍ଭବ। ଏପରିକି ସେନ୍‌ସରବୋର୍ଡର କାଣ୍ଟଛାଣ୍ଟ ପରେ ବି ଫିଲ୍ମରୁ ଏ ସାର୍ଟିଫିକେଟ୍‌ ଦିଆଯାଇଥିଲା।

କାମସୂତ୍ର

ଟାଇଟ୍‌ଲରୁ ହିଁ ଫିଲ୍ମର କାହାଣୀ ବିଷୟରେ ଜାଣି ହେଉଛି। ଏହି ଫିଲ୍ମକୁ ମୀରା ନାୟାର୍‌ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଫିଲ୍ମର କିଛି ସିନ୍‌କୁ ସେନସର ବୋର୍ଡ଼ କାଟି ଦେଇଥିଲେ। ତଥାପି ଯୌନ ଉତ୍ତେଜକ ଦୃଶ୍ୟ ପାଇଁ ଫିଲ୍ମଟି ଖୁବ୍‌ ଚର୍ଚ୍ଚିତ ହୋଇଥିଲା।

ମସ୍ତରାମ୍‌

ବଲିଉଡର କିଛି ବି ଗ୍ରେଡ୍‌ ମୁଭି ଭିତରେ ଆସେ ଏହି ଫିଲ୍ମର ନାଁ। ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଏତେ ଖରାପ ଯେ, ଆପଣ ଏକା ବସି ଦେଖି ପାରିବେ ନାହିଁ।

 

ଜିସମ୍-୨

ସମସ୍ତଙ୍କ ହୃଦୟରେ ରାଜ କରୁଥିବା ସନ୍ନି ଲିଓନିଙ୍କୁ ଏହି ଫିଲ୍ମ ପାଇଁ ଏଡଲଟ୍ ଫିଲ୍ମ ସାର୍ଟିଫିକେଟ ମିଳିଛି। ଲଭ୍‌, ଡ୍ରାମା ଓ ଥ୍ରୀଲର୍‌। ସବୁ ରହିଛି ଫିଲ୍ମରେ।  ଫିଲ୍ମର କାହାଣୀ ଭଲ ହୋଇଛି। ହେଲେ ଅନେକ ସିକ୍ୟୁଏନ୍‌ସରେ ରହିଛି ବୋଲ୍‌ଡ ସିନ୍‌।

ରାଗୀଣି ଏମ୍‌ଏମଏସ୍

ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଛନ୍ତି ପର୍ଣ୍ଣ ଷ୍ଟାର୍‌ ସନ୍ନି ଲିଓନି। ଯୁବପିଢୀଙ୍କୁ ଟାର୍ଗେଟ୍‌ କରି ଏହି ଫିଲ୍ମ ନିର୍ମାଣ ହୋଇଥିଲା। ପରିବାର ଏକାଠି ବସି ଦେଖିବା ଏକପ୍ରକାର ଅସମ୍ଭବ।

ତାରଜନ୍‌

ଏହି ଫିଲ୍ମ କାହାଣୀ ଖୁବ୍‌ ଚମତ୍କାର। ବଣରେ ଏକାକି ରହିଯାଇଥିବା ଜଣେ ଯୁବକ ସହ ଜଙ୍ଗଲକୁ ବୁଲି ଆସିଥିବା ସହରୀ ଝିଅର ଦେଖା ହେଉଛି। ସଭ୍ୟତା ସହ ସା ‍ଆତ କରାଉ କରାଉ ଝିଅ ପଡି ଯାଉଛି ପ୍ରେମରେ। ତେବେ ଫିଲ୍ମରେ ଗୋଟିଏ ଦୁଇଟି ବୋଲ୍‌ଡ ସିନ୍‌ ରହିଛି। ଯାହାକୁ ସପରିବାର ଦେଖିବା ମୁସ୍କିଲ୍‌।

ୱାଟର

ହିନ୍ଦି ସିନେ ଜଗତର କିଛି ବିବାଦୀୟ ଫିଲ୍ମ ତାଲିକାର ଆଗରେ ରହିବ ଫିଲ୍ମ ୱାଟର। ଦୀପା ମେହେଟ୍ଟା ନିର୍ଦ୍ଦେଶିତ ଏହି ଫିଲ୍ମରେ ନାରୀ ସମାଜକୁ ଖୁବ୍‌ ଖରାପ ଭାବେ ଚିତ୍ରଣ କରାଯାଇଥିଲା। ଯାହାକୁ ନେଇ ସମାଲୋଚନା ବି ହୋଇଥିଲା। ତେବେ ଫିଲ୍ମରେ ଥିବା କିଛି ବୋଲ୍‌ଡ ସିନ୍‌ ଫିଲ୍ମକୁ ଅଧିକ ଆଗକୁ ନେଇ ପାରିନଥିଲା।

 

ଦିଲ୍ଲୀବେଲି

ଏହି ଫିଲ୍ମରେ ବହୁତ ବୋଲ୍ଡ ସିନ୍‌ ରହିଛି। ସେଥିପାଇଁ ଏହାକୁ ପରିବାର ସହ ଦେଖିବା ସମ୍ଭବ ନୁହେଁ।

ଏଲୋନ୍

ବ୍ଳାକ୍‌ ବିୟୁଟି ବିପାଶା ବସୁ ଓ କରଣଙ୍କ ଏହା ହରର୍‌ ଥ୍ରୀଲର୍‌ । ଏହାକୁ ଏକା ଦେଖିବା ବାହାଦୂରୀର କାମ। ଫିଲ୍ମରେ ସିରିୟସ୍‌ ସସପେନ୍‌ସ ସାଙ୍ଗକୁ  ଖୁନ୍ଦି ହୋଇ ରହିଛି ବୋଲଡ୍‌ ରୋମାଣ୍ଟିକ୍‌ ସିନ୍‌।

Related story