ମୁମ୍ବାଇ: ‘ହାଫ ଗାଲଫ୍ରେଣ୍ଡ’ ସୁଟିଂ ବେଳେ ‘ବାଗି’ ଷ୍ଟାର ଶ୍ରଦ୍ଧା କାପୁର ଆହତ ହୋଇଛନ୍ତି। ଜଣେ ବାସ୍କେଟ ବଲ୍ ଖେଳାଳୀ ଭୂମିକାରେ ନଜର ଆସିବାକୁଥିବା ଶ୍ରଦ୍ଧା ଅଭ୍ୟାସ କରୁଥିବା ବେଳେ ତାଙ୍କ ପାଦ ଗଣ୍ଠିରେ ଆହତ ଲାଗିଛି। ସେ ତୁରନ୍ତ ହସ୍ପିଟାଲରେ ଭତ୍ତି ହୋଇଛନ୍ତି।
ଏନେଇ ସେ ତାଙ୍କ ଟ୍ୱିଟ୍ଟର ପେଜ୍ରେ ସୂଚନା ଦେଇ କହିଛନ୍ତି,“ପାଦ ଗଣ୍ଠିରେ ଆହତ ଲାଗିଛି। ବାସ୍କେଟବଲ୍ କୋର୍ଟରେ ଦୌଡିବା ବଳେ ମୁଁ ବହୁତ କଷ୍ଟ ଅନୁଭୋଗ କରୁଥିଲି।”
https://twitter.com/ShraddhaKapoor/status/746361740661653504
ଉପନ୍ୟାସିକ ଚେତନ୍ ଭଗତଙ୍କ ‘ହାଲ୍ଫ ଗାଲଫ୍ରେଣ୍ଡ’ ଉପନ୍ୟାସରୁ ଏହି ଫିଲ୍ମଟି ନିର୍ମାଣାଧୀନ ରହିଛି। ଏଥଇରେ ଶ୍ରଦ୍ଧାଙ୍କ ବିପକ୍ଷରେ ରହିଛନ୍ତି ୟାଙ୍ଗ୍ରୀ ୟଙ୍ଗମ୍ୟାନ୍ ଅର୍ଜୁନ କପୁର। ଏହି ଫିଲ୍ମକୁ ଆଶିକ୍-୨ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ତତ୍ତ୍ୱବାଧାନରେ ସୁଟିଂ ଜାରି ରହିଛି।
ଏହା ଆସନ୍ତାବର୍ଷ ଏପ୍ରିଲ ୨୮ରେ ପରଦାକୁ ଆସିବ।