‘ନାଗିନା’ରେ ଶ୍ରୀଦେବୀ ନେଇଥିଲେ ରିସ୍କ୍; ନଷ୍ଟ ହୋଇଯାଇଥା’ନ୍ତା ଆଖି

ମୁମ୍ବାଇ: ଯେବେ ବି ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘ନାଗିନ୍‌’ ଚରିତ୍ର କଥା ଉଠେ, ସର୍ବପ୍ରଥମେ ସମସ୍ତଙ୍କ ମୁହଁରେ ଆସେ ଗୋଟିଏ ନାଁ। ଆଉ ସେ ହେଲେ ‘ଶ୍ରୀଦେବୀ’। ୧୯୮୬ ମସିହାରେ ରିଲିଜ୍ ହୋଇଥିବା ‘ନାଗିନା’ ଫିଲ୍ମରେ ନାଗିନ୍ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ଶ୍ରୀଦେବୀ। ଏହି ଫିଲ୍ମରେ ସେ ସାପଙ୍କ ସହ ଷ୍ଟଣ୍ଟ୍‌ କରିଥିଲେ। ଏପରିକି ଏହି ଫିଲ୍ମ ପାଇଁ ସେ ନିଜ ଆଖିକୁ ବି ବାଜି ଲଗାଇ ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, […]

shridevi

Chinmayee Roy
  • Published: Monday, 05 August 2019
  • , Updated: 05 August 2019, 01:24 PM IST

ମୁମ୍ବାଇ: ଯେବେ ବି ଫିଲ୍ମ ଇଣ୍ଡଷ୍ଟ୍ରୀରେ ‘ନାଗିନ୍‌’ ଚରିତ୍ର କଥା ଉଠେ, ସର୍ବପ୍ରଥମେ ସମସ୍ତଙ୍କ ମୁହଁରେ ଆସେ ଗୋଟିଏ ନାଁ। ଆଉ ସେ ହେଲେ ‘ଶ୍ରୀଦେବୀ’। ୧୯୮୬ ମସିହାରେ ରିଲିଜ୍ ହୋଇଥିବା ‘ନାଗିନା’ ଫିଲ୍ମରେ ନାଗିନ୍ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ଶ୍ରୀଦେବୀ। ଏହି ଫିଲ୍ମରେ ସେ ସାପଙ୍କ ସହ ଷ୍ଟଣ୍ଟ୍‌ କରିଥିଲେ। ଏପରିକି ଏହି ଫିଲ୍ମ ପାଇଁ ସେ ନିଜ ଆଖିକୁ ବି ବାଜି ଲଗାଇ ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ତାଙ୍କ ଆଖି ସବୁଦିନ ପାଇଁ ଖରାପ ହୋଇଯାଇଥା’ନ୍ତା।

‘ନାଗିନା’ ଫିଲ୍ମରେ ନିଜ ଚରିତ୍ରକୁ ନିଖୁଣ ଭାବେ ପ୍ରଦର୍ଶିତ କରିବା ପାଇଁ ଶ୍ରୀଦେବୀ ଆଖିରେ ଭିନ୍ନ ଭିନ୍ନ ରଙ୍ଗର କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିଥିଲେ। ଲେନ୍ସ ବ୍ୟବହାର କରିବା ଯୋଗୁ ତାଙ୍କ ଆଖି ସଂକ୍ରମିତ ହୋଇଯାଇଥିଲା। ତେଣୁ ଡାକ୍ତର ତାଙ୍କୁ ଲେନ୍ସ ବ୍ୟବହାର କରିବାକୁ ମନା କରିଥିଲେ। ଡାକ୍ତର ଶ୍ରୀଦେବୀଙ୍କୁ ସେତେବେଳେ ସଫା ସଫା କହି ଦେଇଥିଲେ ଯେ, କଣ୍ଟାକ୍ଟ ଲେନ୍ସ ବ୍ୟବହାର ନଛାଡ଼ିଲେ ତାଙ୍କ ଆଖି ସବୁ ଦିନ ପାଇଁ ବି ଖରାପ ହୋଇଯାଇପାରେ।

ତେବେ ଆପଣ ଜାଣନ୍ତି, ଯେଉଁ ରୋଲ୍‌ ପାଇଁ ଶ୍ରୀଦେବୀ ଏତେ ରିସ୍କ ନେଇଥିଲେ, ସେଇ ରୋଲ୍‌ ପାଇଁ ସେ କେବେ ବି ନିର୍ମାତାଙ୍କ ପ୍ରଥମ ପସନ୍ଦ ନଥିଲେ। ଏହି ଫିଲ୍ମ ପ୍ରଥମେ ଅଶି ଦଶକର ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଅଫର୍‌ କରାଯାଇଥିଲା। ତେବେ ଜୟା ଯେତେବେଳେ ତାଙ୍କୁ ନକଲି ନୁହେଁ ଅସଲି ସାପ ମାନଙ୍କ ସହିତ ଷ୍ଟଣ୍ଟ୍ କରିବାକୁ ପଡ଼ିବ, ସେ ଡରି ଯାଇଥିଲେ ଏବଂ ସଙ୍ଗେ ସଙ୍ଗେ ଏ ଫିଲ୍ମ କରିବାକୁ ମନା କରି ଦେଇଥିଲେ। ଏହାପରେ ନିର୍ଦ୍ଦେଶକ ହର୍‌ମେଶ୍‌ ମାଲହୋତ୍ରା ଚିନ୍ତାରେ ପଡ଼ିଯାଇଥିଲେ। ତା’ପରେ ସେ ଶ୍ରୀଦେବୀଙ୍କୁ ଅଫର୍ ଦେଇଥିଲେ। ଶ୍ରୀଦେବୀ ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଓ ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହୋଇଥିଲା। ଦର୍ଶକଙ୍କ ସହିତ ସମାଲୋଚକମାନେ ବି ଏହି ଫିଲ୍ମକୁ ପସନ୍ଦ କରିଥିଲେ।

‘ନାଗିନା’ ପାଇଁ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା। ଏହି ଫିଲ୍ମର ସଫଳତା ପରେ ନିର୍ମାତା ତାଙ୍କୁ ଫିଲ୍ମ ‘ନିଗାହେଁ’ରେ ପୁଣିଥରେ ନାଗିନ୍‌ ରୋଲ୍‌ ଦେଇଥିଲେ।

https://youtu.be/bIh4pMOOiMc

Related story