ମାଆ ପରି ଝିଅ: ଦେଖନ୍ତୁ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ଦେଶୀ ଲୁକ୍

ମୁମ୍ବଇ (ଓଡ଼ିଶା ରିପୋର୍ଟର): ଦିନ ଥିଲା ହିନ୍ଦି ଫିଲ୍ମ ଦୁନିଆରେ ରାଣୀ ମହୁମାଛି ଥିଲେ ସାଉଥ୍ ସୁନ୍ଦରୀ ଶ୍ରୀଦେବୀ। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ଅନେଇ ବସୁଥିଲେ। ତାଙ୍କ ସହ ଅଭିନୟ କରିବାକୁ ହିରୋଙ୍କ ଭିତରେ ପ୍ରତିଯୋଗିତା ଲାଗୁଥିଲା। କିଛି କିଛି ଗୀତରେ ତାଙ୍କ ନୃତ୍ୟ ଏବେବି ଫ୍ୟାନ ଭୁଲି ନାହାଁନ୍ତି। ଏବେବି ତାଙ୍କ ଗ୍ଲାମର କମିନି। ତାଙ୍କୁ ଦେଖିବାକୁ ଫ୍ୟାନ୍ ତାଙ୍କ ଘର ଆଗରେ ଭିଡ଼ କରୁଛନ୍ତି। ଶ୍ରୀଦେବୀ ଥିଲେ ବଲିଉଡର ସେନସେସନ୍। ଏବେ ତାଙ୍କ […]

Ordigital Desk
  • Published: Monday, 09 October 2017
  • Updated: 09 October 2017, 08:08 PM IST

Sports

Latest News

ମୁମ୍ବଇ (ଓଡ଼ିଶା ରିପୋର୍ଟର): ଦିନ ଥିଲା ହିନ୍ଦି ଫିଲ୍ମ ଦୁନିଆରେ ରାଣୀ ମହୁମାଛି ଥିଲେ ସାଉଥ୍ ସୁନ୍ଦରୀ ଶ୍ରୀଦେବୀ। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ଅନେଇ ବସୁଥିଲେ। ତାଙ୍କ ସହ ଅଭିନୟ କରିବାକୁ ହିରୋଙ୍କ ଭିତରେ ପ୍ରତିଯୋଗିତା ଲାଗୁଥିଲା। କିଛି କିଛି ଗୀତରେ ତାଙ୍କ ନୃତ୍ୟ ଏବେବି ଫ୍ୟାନ ଭୁଲି ନାହାଁନ୍ତି। ଏବେବି ତାଙ୍କ ଗ୍ଲାମର କମିନି। ତାଙ୍କୁ ଦେଖିବାକୁ ଫ୍ୟାନ୍ ତାଙ୍କ ଘର ଆଗରେ ଭିଡ଼ କରୁଛନ୍ତି। ଶ୍ରୀଦେବୀ ଥିଲେ ବଲିଉଡର ସେନସେସନ୍। ଏବେ ତାଙ୍କ ସମୟ ସରିଯାଇଛି। ଅନେକ ଦର୍ଶକ ଜାଣିନାହାଁନ୍ତି ତାଙ୍କ ପାରିବାରିକ କାହାଣୀ କେମିତି ଚାଲିଛି। ତେବେ ସେ କଥା ସବୁ ଛାଡ଼ନ୍ତୁ, ଏବେ ଆସନ୍ତୁ ଜାଣିବା ତାଙ୍କ ଝିଅଙ୍କ ବିଷୟରେ।
ଶ୍ରୀଦେବୀଙ୍କ ଝିଅ ମାନେ ସେ ବି ମାଆଙ୍କଠାରୁ କମ୍ ହୋଇନଥିବେ। ଆମେ କହୁଛୁ ତାଙ୍କ ବଡ଼ଝିଅ ଜାହ୍ନବୀ କପୁରଙ୍କ କଥା। ଏଠି ସୂଚନା ଦେବାକୁ ଚାହୁଁଛୁ ଯେ, ବିଶିଷ୍ଟ ଫିଲ୍ମ ପ୍ରଡ୍ୟୁସର ବୋନି କପୁରଙ୍କୁ 1996 ମସିହାରେ ବିବାହ କରିଥିବା ଶ୍ରୀଦେବୀଙ୍କର ଦୁଇଟି ଝିଅ। ବଡ଼ ଝିଅ ଜାହ୍ମବୀ ଓ ସାନଝିଅ ଖୁସି। ଶ୍ରୀଦେବୀ ହେଉଛନ୍ତି ବୋନି କପୁରଙ୍କର ଦ୍ବିତୀୟ ପତ୍ନୀ। ବୋନିଙ୍କ ପ୍ରଥମ ପତ୍ନୀ ହେଲେ ମୋନା ସୌରୀ କପୁର, ଯାହାଙ୍କୁ ସେ 1983 ମସିହାରେ ବିବାହ କରି 1996 ମସିହାରେ ଛାଡ଼ପତ୍ର ଦେଇଥିଲେ। ତାଙ୍କ ତରଫରୁ ବୋନିଙ୍କର ଦୁଇଟି ସନ୍ତାନ ଅଛନ୍ତି।
ତେବେ ଆମର ଆଲୋଚନାର ବିଷୟ ହେଉଛନ୍ତି ଶ୍ରୀଦେବୀଙ୍କ ବଡ଼ଝିଅ ଜାହ୍ନବୀ। ଫଟୋରେ ଏହି ଷ୍ଟାର୍ କନ୍ୟାଙ୍କୁ ଦେଖନ୍ତୁ। ସବୁବେଳେ ୟାଙ୍କୁ ଦର୍ଶକେ ଜିମ୍ ଆଉଟ୍ ଫିଟରେ ଦେଖିଥିଲେ। କିନ୍ତୁ ନିକଟରେ ତାଙ୍କୁ କାଜୁଆଲ୍ ଡ୍ରେସରେ ସ୍ପଟ୍ କରାଯାଇଥିଲା। ସେ ପୂରା ପତଳୀ, ଫିଟ୍ ଦିଶୁଥିଲେ। ମାଆଙ୍କ ପରି ପାତି ନାକର ଚେହେରା। ପିନ୍ଧିଥିଲେ ଗୋଟେ ସ୍କାଏ ବ୍ଲୁ କାଜୁଆଲ୍ ଡ୍ରେସ୍ ଓ ତଳେ ଧଳା କମକୁଟ ଭରା ପ୍ୟାଣ୍ଟ। ଏଥିରେ ସେ ଖୁବ୍ ସୁନ୍ଦର ଦିଶୁଥିଲେ। ତାଙ୍କ ସହ କିଛି ତାଙ୍କର ବାନ୍ଧବୀ ବି ଥିଲେ। ଲାଗୁଥିଲା ସେ କୌଣସି କଲେଜରୁ ଫେରୁଥିଲେ କିମ୍ବା ଯାଉଥିଲେ।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଜାହ୍ନବୀ ବଲିଉଡରେ ପ୍ରବେଶ କରିବା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ସେତେବେଳେ ତାଙ୍କୁ ବାପା ବୋନି କପୁର ମଧ୍ୟ ପ୍ରତିକ୍ରିୟା ଦେଇ କହିଥିଲେ, ତାଙ୍କ ଝିଅ ପ୍ରଥମ ଫିଲ୍ମରେ କରଣ ଜୋହରଙ୍କ ସହ ଡେବ୍ୟୁ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos