ଶ୍ରୀଦେବୀଙ୍କ ଏଇ କଥାଟିକୁ ଭଲ ପାଆନ୍ତିନି ଝିଅ ଜାହ୍ନବୀ ଓ ଖୁସି? ପଢ଼ନ୍ତୁ କ’ଣ ସେହି କଥା

ମୁମ୍ବାଇ: ବଲିଉଡ୍‌ରେ ଏକଦା ରାଜ୍ କରୁଥିବା ଶ୍ରୀଦେବୀ ନିଜ ସଂପର୍କରେ ଖୋଲିଛନ୍ତି ଏକ ରାଜ୍। ସେ କହିଛନ୍ତି ଛୋଟ ବେଳେ ତାଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି ତାଙ୍କ ଠାରୁ ଲୋରି ଶୁଣିବାକୁ ଆଦୌ ଭଲ ପାଉ ନ ଥିଲେ। କାରଣ ତାଙ୍କ ସ୍ୱରକୁ ସେମାନେ ଭଲ ପାଉ ନ ଥିଲେ। ରିଏଲିଟି ଶୋ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପ୍ସ ସିଜିନ୍ ୬’ରେ ତାଙ୍କର ଅପ୍‌କମିଂ ଫିଲ୍ମ ‘ମମ୍‌’ର ପ୍ରଚାର କରିବାକୁ […]

sridevi

Rakesh Mallick
  • Published: Sunday, 14 May 2017
  • , Updated: 14 May 2017, 10:39 AM IST

ମୁମ୍ବାଇ: ବଲିଉଡ୍‌ରେ ଏକଦା ରାଜ୍ କରୁଥିବା ଶ୍ରୀଦେବୀ ନିଜ ସଂପର୍କରେ ଖୋଲିଛନ୍ତି ଏକ ରାଜ୍। ସେ କହିଛନ୍ତି ଛୋଟ ବେଳେ ତାଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି ତାଙ୍କ ଠାରୁ ଲୋରି ଶୁଣିବାକୁ ଆଦୌ ଭଲ ପାଉ ନ ଥିଲେ। କାରଣ ତାଙ୍କ ସ୍ୱରକୁ ସେମାନେ ଭଲ ପାଉ ନ ଥିଲେ। ରିଏଲିଟି ଶୋ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପ୍ସ ସିଜିନ୍ ୬’ରେ ତାଙ୍କର ଅପ୍‌କମିଂ ଫିଲ୍ମ ‘ମମ୍‌’ର ପ୍ରଚାର କରିବାକୁ ଆସିଥିବା ଅବସରରେ ସେ ଏହି କଥା କହିଥିଲେ।

ଶ୍ରୀଦେବୀ କହିଥିଲେ,‘ଯେତେବେଳେ ବି ମୁଁ କୌଣସି କାହାଣୀ ଶୁଣାଉଥିଲି ସେମାନେ (ଜାହ୍ନବୀ ଓ ଖୁସି) ଶୋଉ ନ ଥିଲେ। କିନ୍ତୁ ଯେତେବେଳେ ମୁଁ କୌଣସି ଲୋରି ଗାଉ ଥିଲି ଦୁହେଁ ଯାକ ତୁରନ୍ତ ଶୋଇ ଯାଉଥିଲେ। କାରଣ ମୋ ସ୍ୱର ଭଲ ନୁହେଁ। ସେମାନେ ମୋତେ ଅଧିକ ସମୟ ଶୁଣିବାକୁ ଚାହୁଁ ନ ଥିଲେ। ତେଣୁ ଜଲଦି ଜଲଦି ଶୋଇ ଯାଉଥିଲେ।”

ଶ୍ରୀଦେବୀଙ୍କ ଅପକମିଂ ଫିଲ୍ମ ‘ମମ୍’ ଜୁଲାଇ ୭ରେ ରିଲିଜ୍‌ ହେବ।

ଫଟୋ ସୌଜନ୍ୟ- ଷ୍ଟୋରୀପେଡିଆ

Related story