ପୁଅ ପାଇଁ ସିଦ୍ଧି ବିନାୟକ ମନ୍ଦିର ଯାଇ ପ୍ରାର୍ଥନା କରିବେ ଶାହରୁଖ୍‌

ମୁମ୍ବାଇ: ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରରେ ପ୍ରାର୍ଥନା କରିବେ ଶାହରୁଖ୍‌ ଖାନ୍‌। ପୁଅ ଜେଲରେ ବାହାରିବା ପରେ ପୂରା ପରିବାର ଏକାଠି ହୋଇଥିବାରୁ ପ୍ରଭୁ ଗଣେଶଙ୍କ ଦର୍ଶନ କରିବେ ଶାହାରୁଖ୍। ଆଜି ଶହାରୁଖ ଖାନ୍‌ଙ୍କ ବାସଭବନ ମନ୍ନତରେ ପରିବାର ସହ ସମସ୍ତେ ଏକାଠି ହୋଇଛନ୍ତି।   ବେଲ୍‌ରୁ ମୁକୁଳିବା ପରେ ବାଣ ଫୁଟାଇ ସମର୍ଥମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଥିଲା। ତେଣୁ ଶାହରୁଖ ଖୁବ୍ ଶୀଘ୍ର ସିଦ୍ଧବିନାୟକ ମନ୍ଦିର ଦର୍ଶନ କରି କୃତଜ୍ଞତା ଜଣାଇବେ ବୋଲି ତାଙ୍କର ଜଣେ […]

890

890

Tapas Behera
  • Published: Saturday, 30 October 2021
  • Updated: 30 October 2021, 08:40 PM IST

ମୁମ୍ବାଇ: ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରରେ ପ୍ରାର୍ଥନା କରିବେ ଶାହରୁଖ୍‌ ଖାନ୍‌। ପୁଅ ଜେଲରେ ବାହାରିବା ପରେ ପୂରା ପରିବାର ଏକାଠି ହୋଇଥିବାରୁ ପ୍ରଭୁ ଗଣେଶଙ୍କ ଦର୍ଶନ କରିବେ ଶାହାରୁଖ୍। ଆଜି ଶହାରୁଖ ଖାନ୍‌ଙ୍କ ବାସଭବନ ମନ୍ନତରେ ପରିବାର ସହ ସମସ୍ତେ ଏକାଠି ହୋଇଛନ୍ତି।   ବେଲ୍‌ରୁ ମୁକୁଳିବା ପରେ ବାଣ ଫୁଟାଇ ସମର୍ଥମାନଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଥିଲା। ତେଣୁ ଶାହରୁଖ ଖୁବ୍ ଶୀଘ୍ର ସିଦ୍ଧବିନାୟକ ମନ୍ଦିର ଦର୍ଶନ କରି କୃତଜ୍ଞତା ଜଣାଇବେ ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

ଶାହରୁଖ ଖାନ୍‌ ପ୍ରତିବର୍ଷ ମନ୍ନତରେ ଗଣେଶ ଉତ୍ସବ ପାଳନ କରନ୍ତି। ଏପରିକି ସେ ମନ୍ନତରେ ଏକ ଗଣପତି ମୂର୍ତ୍ତି ରଖିଛନ୍ତି ବୋଲି ଜଣେ ସମ୍ପର୍କୀୟ କହିଛନ୍ତି । ତାଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଆର୍ଥର ରୋଡ୍ ଜେଲରୁ ମୁକ୍ତ ହୋଇଥିବାରୁ ସେ ପ୍ରାର୍ଥନା ପାଇଁ ସେ ଖୁବ୍‌ଶୀଘ୍ର ସିଦ୍ଧି ବିନାୟକ ମନ୍ଦିର ଯାଇପାରନ୍ତି।

ସୋଶାଲ ମିଡିଆରେ ଶାହରୁଖ ଖାନ ସେତେଟା ସକ୍ରିୟ ନଥିଲେ ମଧ୍ୟ ଗଣେଶ ଚତୁର୍ଥୀକୁ ସେ  ଖୁବ ଧୂମଧମାରେ ପାଳନ କରନ୍ତି।  ଚଳିତ ବର୍ଷ ସେ ପୂଜାର ଫଟୋ ମଧ୍ୟ ସେୟାର କରିଥିଲେ।  ଫଟୋ ସହିତ ସେ ଲେଖିଥିଲେ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ପାଖରେ ରହିଥାଉ।            ଆଜି ଅର୍ଥାତ ଅକ୍ଟୋବର ୩୦ ରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି । ତାଙ୍କୁ ଅକ୍ଟୋବର ୨ରୁ ବିଚାରବିଭାଗୀୟ ହାଜତରେ ରଖାଯାଇଥିଲା।

ଶେଷରେ ବମ୍ବେ ହାଇକୋର୍ଟ ଆର୍ଯ୍ୟନ୍‌ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ କୋର୍ଟଙ୍କ ଅର୍ଡ଼ର କପି ଠିକ୍ ସମୟରେ ମିଳି ନ ଥିବାରୁ ରିଲିଜ୍ ବିଳମ୍ବ ହୋଇଥିଲା। ସମସ୍ତ କାଗଜପତ୍ର ପ୍ରସ୍ତୁତ ହେବା ପରେ ଶେଷରେ ଆଜି ଘରକୁ ଫେରିଥିଲେ ଆର୍ଯ୍ୟନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos