ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’, ମିଳିଲା ଏପରି ରେସପନ୍ସ

ମୁମ୍ୱାଇ :  କଲେଜ ଜୀବନର ମଜାମସ୍ତି, ହାଲକାପୁଲକା ଲାଇଫ  ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଶୁକ୍ରବାର ରିଲିଜ ହୋଇଛି । ହେଲେ ସୋଶାଲ ମିଡ଼ିଆରେ ଆଶା ମୁତାବକ ଏହାକୁ ଦର୍ଶକଙ୍କ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକଠାକ କହୁଥିବା ବେଳେ ଆଉ କିଛି ଏହା  ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ପୁରା କପି ବୋଲି କମେଣ୍ଟ ଦେଇଛନ୍ତି। […]

stu-2..

Niharika Rout
  • Published: Friday, 10 May 2019
  • , Updated: 11 May 2019, 12:34 PM IST

ମୁମ୍ୱାଇ :  କଲେଜ ଜୀବନର ମଜାମସ୍ତି, ହାଲକାପୁଲକା ଲାଇଫ  ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଶୁକ୍ରବାର ରିଲିଜ ହୋଇଛି । ହେଲେ ସୋଶାଲ ମିଡ଼ିଆରେ ଆଶା ମୁତାବକ ଏହାକୁ ଦର୍ଶକଙ୍କ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକଠାକ କହୁଥିବା ବେଳେ ଆଉ କିଛି ଏହା  ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ପୁରା କପି ବୋଲି କମେଣ୍ଟ ଦେଇଛନ୍ତି।

ଏଥିରେ ଟାଇଗର ସ୍ରଫ୍‌ ମେନ ଲିଡ଼ ରୋଲ ପ୍ଲେ କରୁଥିବା ବେଳେ ତାଙ୍କ ବିପକ୍ଷରେ ୨ ନବାଗତା ତାରା ସୁତରିଆ ଓ ଅନନ୍ୟା ପାଣ୍ଡେ ବଲିଉଡ଼ରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ସିନେମାଟୋଗ୍ରାଫି ଓ ପଞ୍ଚଲାଇନ କିଛି ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଷ୍ଟୋରି ଲାଇନ, କମେଡି ଆଦି ଖାସ୍‌ ଆକୃଷ୍ଟ କରି ପାରିନି। ତେଣୁ ନିଜ ରିସ୍କରେ ଫିଲ୍ମ ହଲ୍‌ ଯିବାକୁ ମିଳିଛି କମେଣ୍ଟ।

ଆଉ ଜଣେ ୟୁଜର କମେଣ୍ଟ କରି ଫିଲ୍ମର ଷ୍ଟୋରି ଲାଇନ ପୁରୁଣା ହୋଇଥିବା ବେଳେ ସିନେମେଟୋଗ୍ରାଫି ଠିକ୍‌ ଥିବା  ଓ ଏହାର କଣ୍ଟେଣ୍ଟ କିଛି ନ ଥିବା କହିଛନ୍ତି। ଅନନ୍ୟା ଓ ତାରା ନବାଗତା ହିସାବରେ ଠିକ୍‌ ଥିବା ବେଳେ ଟାଇଗରଙ୍କୁ ଫିଲ୍ମ ବଦଳରେ ଏକ୍ରୋବେଟିକରେ ପୂରାଇ ଦେବା ଉଚିତ ବୋଲି ଲେଖିଛନ୍ତି।

କିଛି ଲୋକଙ୍କୁ ଫିଲ୍ମରେ ଅନନ୍ୟାଙ୍କ ଆକ୍ଟିଂ ଖୁବ୍‌ ପସନ୍ଦ ଆସିଛି। ଜଣେ ୟୁଜର ଲେଖିଛନ୍ତି ଯେ, ଅନନ୍ୟାଙ୍କ ଅନ୍‌ସ୍କ୍ରିନ୍‌ ପ୍ରେଜେନ୍ସ ଦର୍ଶକଙ୍କୁ ପାଗଳ କରିଦେବ। ସବୁ ସିନ୍‌ରେ ସେ ଦମଦାର ଆକ୍ଟିଂ କରିଥିବା ବେଳେ ଏହା ତାଙ୍କର ଆୱାର୍ଡ ଜିତିବା ପରି ଡେବ୍ୟୁ ବୋଲି କମେଣ୍ଟ ମଧ୍ୟ ଆସିଛି।

ପ୍ରଥମ ଦିନରେ ଏହି ଫିଲ୍ମ ୧୨ରୁ ୧୭ କୋଟି କମାଇବ ବୋଲି ଆଶା କରାଯାଉଛି। ଏହା କରନଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ପାର୍ଟ ୨। ପ୍ରଥମ ଫିଲ୍ମରେ ଆଲିଆ ଭଟ୍ଟ, ବରୁନ ଧୱନ, ଓ ସିଦ୍ଧାର୍ଥ ମଲହୋତ୍ରା ବଲିଉଡ଼ରେ ଡେବ୍ୟୁ କରିଥିଲେ।

 

Related story