“ସୁଲତାନ”ରେ ସଲମାନଙ୍କ ଝିଅ ଭୂମିକାରେ ନଜର ଆଜି ଆସିବେ ସୁଜି 

ମୁମ୍ବାଇ: ଅପ୍‌କମିଂ ଫିଲ୍ମ “ସୁଲତାନ”ରେ ସଲମାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବ ଦୁବାଇର ଶିଶୁ କଳାକାର ସୁଜୀ ଖାନ୍‌ଙ୍କୁ। ସୁଜୀଙ୍କ ପୂରା ନାଁ ସୁଜୈନ ଅହମଦ ଖାନ। କିଛି ଦିନ ତଳେ ଖବର ଆସିଥିଲା ଯେ ସୁଜୀ ଏହି ଫିଲ୍ମରେ ଅନୁଷ୍କା ଶର୍ମାଙ୍କ ବାଲ୍ୟ ଭୂମିକାରେ ନଜର ଆସିବେ। କିନ୍ତୁ ଏକ ମିଡିଆ ରିପୋର୍ଟ ଅନୁଯାୟୀ ସୁଜୀଙ୍କୁ ସଲମାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବ। ଆପଣମାନଙ୍କର ମନେ ଥିବ “ବଜରଙ୍ଗୀ ଭାଇଜାନ”ରେ ସଲମାନ ମାଡ଼ ଖାଉଥିବା ଦୃଶ୍ୟ […]

salman-khan

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 09:40 AM IST

ମୁମ୍ବାଇ: ଅପ୍‌କମିଂ ଫିଲ୍ମ “ସୁଲତାନ”ରେ ସଲମାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବ ଦୁବାଇର ଶିଶୁ କଳାକାର ସୁଜୀ ଖାନ୍‌ଙ୍କୁ। ସୁଜୀଙ୍କ ପୂରା ନାଁ ସୁଜୈନ ଅହମଦ ଖାନ।

କିଛି ଦିନ ତଳେ ଖବର ଆସିଥିଲା ଯେ ସୁଜୀ ଏହି ଫିଲ୍ମରେ ଅନୁଷ୍କା ଶର୍ମାଙ୍କ ବାଲ୍ୟ ଭୂମିକାରେ ନଜର ଆସିବେ। କିନ୍ତୁ ଏକ ମିଡିଆ ରିପୋର୍ଟ ଅନୁଯାୟୀ ସୁଜୀଙ୍କୁ ସଲମାନଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବ।

ଆପଣମାନଙ୍କର ମନେ ଥିବ “ବଜରଙ୍ଗୀ ଭାଇଜାନ”ରେ ସଲମାନ ମାଡ଼ ଖାଉଥିବା ଦୃଶ୍ୟ ଦେଖି କାନ୍ଦି ଚର୍ଚ୍ଚାକୁ ଆସିଥିଲେ ସୁଜୀ। ଏନେଇ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା। ସଲମାନ ଏ ସଂପର୍କରେ ଜାଣି ସୁଜୀଙ୍କୁ ଭେଟିବା ପାଇଁ ତାଙ୍କ ସୁଟିଂ ସେଟ୍‌କୁ ଡକାଇଥିଲେ। ଭାଇରାଲ୍ ଭିଡିଓଟି ଦେଖି ସଲମାନଙ୍କ ଆଖିରେ ବି ଲୁହ ଆସି ଯାଇଥିଲା।

ସାକ୍ଷାତ ସମୟରେ ସଲମାନ ସୁଜୀଙ୍କୁ ଏକ ବ୍ରେସ୍‌ଲେଟ୍ ଉପହାରରେ ଦେଇଥିଲେ।

 “ସୁଲତାନ” ପାଇଁ ଶିଶୁ କଳାକାର ଭାବେ ସୁଜୀ ଥିଲେ ସଲମାନଙ୍କ ପ୍ରଥମ ପସନ୍ଦ।

ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ରଣଦୀପ ହୁଡ୍ଡା ମଧ୍ୟ ଅଛନ୍ତି।

ଏ ବର୍ଷ ଇଦ୍‌ରେ ଏହି ଫିଲ୍ମଟି ପରଦାକୁ ଆସିବ।

Related story