‘ସୁଲତାନ୍‌’ ସେଟ୍‌ରେ ଶାହାରୁଖ୍‌

ମୁମ୍ବାଇ: ପୁଣି ପରସ୍ପର ସହ ଭେଟାଭେଟି ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଯୋଡି କରଣ ଓ ଅର୍ଜୁନ। ତାହା ପୁଣି ଅବେଳା ଓ ଅଜାଗାରେ। ଏପ୍ରିଲ ୧୫ରେ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଫ୍ୟାନ୍‌’ ରିଲିଜ୍‌ ହେବ। ଏଥିପାଇଁ ସେ ବହୁ ବ୍ୟସ୍ତ ଅଛନ୍ତି। ତଥାପି ସେ ସମୟ ବାହାର କରି ଆଜି ସଲମାନ ଖାନ୍‌ଙ୍କ ‘ସୁଲତାନ୍‌’ ସେଟ୍‌ରେ ପହଞ୍ଚି ଯାଇଥିଲେ। ଏହି ସମୟରେ ସଲୁ ବ୍ୟସ୍ତ ଥିଲେ ତାଙ୍କ ଅଭିନିତ ଫିଲ୍ମର ଏକ ଗୀତ ସୁଟିଂରେ। ସଲମାନ ଶାହାରୁଖ୍‌ଙ୍କୁ […]

shahrukhkhansalman

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 06:01 PM IST

ମୁମ୍ବାଇ: ପୁଣି ପରସ୍ପର ସହ ଭେଟାଭେଟି ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଯୋଡି କରଣ ଓ ଅର୍ଜୁନ। ତାହା ପୁଣି ଅବେଳା ଓ ଅଜାଗାରେ। ଏପ୍ରିଲ ୧୫ରେ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଫ୍ୟାନ୍‌’ ରିଲିଜ୍‌ ହେବ। ଏଥିପାଇଁ ସେ ବହୁ ବ୍ୟସ୍ତ ଅଛନ୍ତି। ତଥାପି ସେ ସମୟ ବାହାର କରି ଆଜି ସଲମାନ ଖାନ୍‌ଙ୍କ ‘ସୁଲତାନ୍‌’ ସେଟ୍‌ରେ ପହଞ୍ଚି ଯାଇଥିଲେ। ଏହି ସମୟରେ ସଲୁ ବ୍ୟସ୍ତ ଥିଲେ ତାଙ୍କ ଅଭିନିତ ଫିଲ୍ମର ଏକ ଗୀତ ସୁଟିଂରେ। ସଲମାନ ଶାହାରୁଖ୍‌ଙ୍କୁ ଦେଖି ସ୍ପିତ ହାସ୍ୟ ଦେଇଥିଲେ। ଏହାପରେ ଦୁହେଁ ହାତ ମିଶାଇ ବେଶ୍‌ କିଛି ସମୟ ମଜ୍ଜା ଗପ କରିଥିଲେ। ଏ ନେଇ ଶାହାରୁଖ ତାଙ୍କ ‘ଫ୍ୟାନ୍‌’ର ଟ୍ୱିଟର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଅପକମିଂ ସିନେମା ‘ସୁଲତାନ୍’ ପାଇଁ ସଲମାନ୍ ଖାନ୍ ଜୋରସୋରରେ ବଡି ବିଲ୍ଡିଂ ପାଇଁ ଲାଗିପଡିଛନ୍ତି। ରେସଲର୍ ଭୂମିକାରେ ପରଫେକସନ୍ ଆଣିବା ପାଇଁ ସଲମାନ୍ ତାଙ୍କ ଟ୍ରେନରଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଏପଟେ ଅନୁଷ୍କା ବି ଲାଗିପଡିଛନ୍ତି ନିଜ ରୋଲକୁ ଫରଫେକ୍ଟ କରିବା ପାଇଁ। ବଲିଉଡର ବାୟୋପିକ୍‌ ଫିଲ୍ମ ‘ସୁଲତାନ୍’ ଆସନ୍ତା ଜୁଲାଇ ୬ରେ ବି-ଟାଉନ୍‌କୁ ଆସିବ।

Related story