‘ସୁଲତାନ୍‌’ର ଟ୍ରିଜର୍‌କୁ ୱେଲ୍‌କମ୍ କଲେ କିଙ୍ଗ୍ ଖାନ୍

ମୁମ୍ୱାଇ: କିଙ୍ଗ୍ ଖାନ୍ ସାହାରୁଖ ଦବଙ୍ଗ୍ ଷ୍ଟାର୍ ସଲମାନଙ୍କ ଅପ୍‌କମିଂ ଫିଲ୍ମ ‘ସୁଲତାନ୍‌’ର ପ୍ରଥମ ଟ୍ରିଜର୍‌କୁ ପ୍ରଶଂସା କରିଛନ୍ତି। ସଲମାନ୍ ପୋଷ୍ଟ କରିଥିବା ସୁଲ୍‌ତାନ୍ ଫିଲ୍ମର ଟ୍ରିଜରକୁ ଲିଙ୍କ୍‌ ଦେଇ ଶାହାରୁଖ୍ ରିଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “କ୍ୟା ବାତ୍‌ ହୈ, ହରିୟାନା କା ସୈର ଆଗୟା…ସୁଲତାନ୍‌ ଭାଇଜାନ୍”। ସଲମାନ୍ କୁସ୍ତି ଯୋଦ୍ଧା ହୋଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧରାଶାୟୀ କରିଥିବା ଦୃଶ୍ୟ ଏହି ଟ୍ରିଜରରେ ଦେଖିବାକୁ ମିଳିଛି। ଆବାସ୍ ଜାଫର୍ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ […]

salman khan

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 06:33 AM IST

ମୁମ୍ୱାଇ: କିଙ୍ଗ୍ ଖାନ୍ ସାହାରୁଖ ଦବଙ୍ଗ୍ ଷ୍ଟାର୍ ସଲମାନଙ୍କ ଅପ୍‌କମିଂ ଫିଲ୍ମ ‘ସୁଲତାନ୍‌’ର ପ୍ରଥମ ଟ୍ରିଜର୍‌କୁ ପ୍ରଶଂସା କରିଛନ୍ତି। ସଲମାନ୍ ପୋଷ୍ଟ କରିଥିବା ସୁଲ୍‌ତାନ୍ ଫିଲ୍ମର ଟ୍ରିଜରକୁ ଲିଙ୍କ୍‌ ଦେଇ ଶାହାରୁଖ୍ ରିଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “କ୍ୟା ବାତ୍‌ ହୈ, ହରିୟାନା କା ସୈର ଆଗୟା...ସୁଲତାନ୍‌ ଭାଇଜାନ୍”।

ସଲମାନ୍ କୁସ୍ତି ଯୋଦ୍ଧା ହୋଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଧରାଶାୟୀ କରିଥିବା ଦୃଶ୍ୟ ଏହି ଟ୍ରିଜରରେ ଦେଖିବାକୁ ମିଳିଛି।

ଆବାସ୍ ଜାଫର୍ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ସଲମାନ୍ ସୁଲତାନ୍ ଅଲ୍ଲୀ ଖାଁ ଭୂମିକାରେ ଅଭିନୟ କରୁଛନ୍ତି। ଏହାସହିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ‘ଇଦ୍‌’ରେ ‘ସୁଲତାନ୍’ ରିଲିଜ୍ ହେବ।

Related story