କପିଲ୍‌ଙ୍କୁ ଟକ୍କର ଦେବାକୁ ଆସୁଛି ସୁନୀଲଙ୍କ ନୂଆ ଶୋ’

ମୁମ୍ବାଇ:କିଛିଦିନ ହେବ ଲୋକପ୍ରିୟ କମେଡିଆନ୍‌ ଓ ଅଭିନେତା କପିଲ ଶର୍ମା  ନିଜର ନୂଆ ଶୋ’ନେଇ ଆସିଛନ୍ତି। ଶୋ’ର ନାଆ ରହିଛି  ‘‘Family Time with Kapil’। କପିଲଙ୍କ ଶୋ’ ଆସିବା ପରେ ତାଙ୍କର ପୂର୍ବତନ ଅନ୍‌ ସ୍କ୍ରିନ୍‌ ପାର୍ଟନର ତଥା  କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କାରଣ କପିଲ୍‌ଙ୍କ ଶୋ’ ଆସିବା ପରେ ସମସ୍ତେ ଭାବୁଥିଲେ ସୁନୀଲ ମଧ୍ୟ ସେଥିରେ ନଜର ଆସିବେ। କିନ୍ତୁ ସେମିତି କିଛି ହୋଇନି। ମଦ ପିଇ […]

shocking-kapil-sharma-beats-up-sunil-grover-on-a-flight_thumbnail

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 01:53 PM IST

ମୁମ୍ବାଇ:କିଛିଦିନ ହେବ ଲୋକପ୍ରିୟ କମେଡିଆନ୍‌ ଓ ଅଭିନେତା କପିଲ ଶର୍ମା  ନିଜର ନୂଆ ଶୋ’ନେଇ ଆସିଛନ୍ତି। ଶୋ’ର ନାଆ ରହିଛି  ‘‘Family Time with Kapil’। କପିଲଙ୍କ ଶୋ’ ଆସିବା ପରେ ତାଙ୍କର ପୂର୍ବତନ ଅନ୍‌ ସ୍କ୍ରିନ୍‌ ପାର୍ଟନର ତଥା  କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କାରଣ କପିଲ୍‌ଙ୍କ ଶୋ’ ଆସିବା ପରେ ସମସ୍ତେ ଭାବୁଥିଲେ ସୁନୀଲ ମଧ୍ୟ ସେଥିରେ ନଜର ଆସିବେ। କିନ୍ତୁ ସେମିତି କିଛି ହୋଇନି। ମଦ ପିଇ କପିଲ୍‌ ଯେ ସୁନୀଲଙ୍କୁ ମାଡ଼ ମାରିଥିଲେ। ସେ ଖବର ଆପଣ ଜାଣିଥିବେ ନିଶ୍ଚିତ। ତା’ପରେ ଦୁହେଁ ଅଲଗା ହୋଇଯାଇଥିଲେ।

ଅନ୍ୟପଟେ କପିଲ୍‌ଙ୍କ ନୂଆ ଶୋ’ ଆସିବା ପରେ ସୁନୀଲଙ୍କ ଫ୍ୟାନ୍‌ମାନେ ଚାହିଁ ବସିଛନ୍ତି ସେ ପୁଣି କେବେ ପରଦାକୁ ଫେରିବ। ତେବେ ଏଥିପାଇଁ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବନି। କାରଣ ସୁନୀଲ ‘କ୍ରିକେଟ୍‌ କମେଡ଼ି’ ସହ କପିଲ ଶର୍ମାଙ୍କୁ କଡ଼ା ଟକ୍କର ଦେବାକୁ ଆସୁଛନ୍ତି। ତାଙ୍କ ଶୋ’ର ନାଁ ‘ଦନ୍‌ ଦନା ଦନ’ ରହିବ ବୋଲି କୁହାଯାଉଛି।

କିଛି ଦିନ ପୂର୍ବରୁ ଖବର ଆସିଥିଲା ସୁନୀଲଙ୍କ ଶୋ’ରେ ‘ବିଗ୍‌ ବସ୍‌’ ବିଜେତା ଶିଳ୍ପା ସିନ୍ଦେ, ପ୍ରଖ୍ୟାତ ଖେଳାଳି କପିଲ୍‌ ଦେବ ଓ ବୀରେନ୍ଦ୍ର ସେୱାଗ ଜଡ଼ିତ ହେବେ। ଏବେ ପୁଣି ଖବର ଆସୁଛି ଯେ ଏହି ଶୋ’ରେ କପିଲ୍‌ଙ୍କ ପୁରୁଣା ସାଥି ଅଲ୍ଲୀ ଅସ୍‌ଗର ଓ ସୁଗନ୍ଧା ମିଶ୍ରା ବି ନଜର ଆସିପାରନ୍ତି।

ଆଇପିଏଲ୍‌ ସମୟରେ ସୁନୀଲଙ୍କ ଏହି ଶୋ’ ଟେଲି କାଷ୍ଟ କରାଯିବ। ଜିଓ ଆପ୍‌ରେ ବି ଏହି ଶୋ’ ପ୍ରସାରିତ କରାଯିବ। ସବୁ ସପ୍ତାହର ଶୁକ୍ରବାର ଓ ଶନିବାର ଶୋ’ ପ୍ରସାରଣ ହେବ। ମିଳିଥିବା ରିପୋର୍ଟ ମୁତାବକ ପ୍ରଥମ ଥର ପାଇଁ ଏକ କମେଡ଼ି ଶୋ’ ଡିଜିଟାଲ୍‌ରେ ଟେଲିକାଷ୍ଟ ହେବ। ନିକଟରେ ସୁନୀଲ ଗ୍ରୋଭର ଚେନ୍ନାଇରେ ସୁପରକିଙ୍ଗ ଟିମ୍‌ ସହ ସୁଟିଂ କରିଥିଲେ।

କେମିତି ରହିବ ସୁନୀଲଙ୍କ ଶୋ’?

ଏହି ଶୋ’ରେ ଆଇପିଏଲ୍‌ ମ୍ୟାଚ୍‌ ଉପରେ ଚର୍ଚ୍ଚା ହେବ।  ଏଥିରେ ଜବରଦସ୍ତ କମେଡି ତଡ଼କା ବି ରହିବ। ଏହା ପୂର୍ବରୁ କେବେ ଏମିତି ଶୋ’ ପ୍ରସାରଣ ହୋଇନଥିଲା। ଆଇପିଏଲ୍‌ ଚାଲିଥିବାବେଳେ ଏହି ଶୋ’ ହେବାକୁ ଥିବାରୁ କ୍ରିକେଟ୍‌ ପ୍ରେମୀ ଏହାକୁ ଖୁବ୍‌ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ଏହି ଶୋ’କୁ କପିଲ୍‌ଙ୍କ ପୂର୍ବତନ ପ୍ରେମିକା ପ୍ରୀତି ସିମୋସ୍‌ ଓ ତାଙ୍କ ଭଉଣୀ ନୀତି ସିମୋସ୍‌ ପ୍ରସ୍ତୁତ କରୁଛନ୍ତି।

Related story