ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମି କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍ ଲାଇଫ୍କୁ ନେଇ ବେଳେବେଳେ ଗସିପ୍ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍ ଆଲୋଚନା ହୁଏ ।
ସନ୍ନି ‘ବେତାବ’ ଫିଲ୍ମ ଜରିଆରେ ୧୯୮୩ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ। ସେଥିରେ ତାଙ୍କ ସହ ସ୍କ୍ରିନ୍ ଶେଆର କରିଥିଲେ ଅମ୍ରିତା ସିଂ। ଏଥିରେ ସନ୍ନିଙ୍କୁ ରୋମାଣ୍ଟିକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ସୁପରହିଟ୍ ମଧ୍ୟ ହୋଇଥିଲା। ଏହା ପର ବର୍ଷ ଅର୍ଥାତ ୧୯୮୪ ମସିହାରେ ସନ୍ନିଙ୍କ ବିବାହ ସମ୍ପନ୍ନ ହୋଇଯାଇଥିଲା। କାଳେ ପୁଅର ରୋମାଣ୍ଟିକ ଇମେଜ ଖରାପ ହୋଇଯିବ ଓ ଷ୍ଟାରଡମ ଉପରେ ପ୍ରଭାବ ପଡ଼ିବ ଏହାକୁ ଆଖି ଆଗରେ ରଖି ପରିବାର ପକ୍ଷରୁ ସନ୍ନିଙ୍କ ବିବାହକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିଲା।
ଉଭୟ ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ ରହୁଥିବା ବେଳେ ମଦର୍ସ ଡେରେ କରନ ଭାଇ ଓ ମା’ଙ୍କ ସହ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ନିଜ ମା’ଙ୍କୁ ‘ମଦର୍ସ ଡେ’ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଜୀବନରେ ମା’ଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଇମୋଶନାଲ ପୋଷ୍ଟ କରିଛନ୍ତି।
ଏହି କାରଣରୁ ବିବାହ ପରେ ମଧ୍ୟ ପୂଜା ବହୁ ଦିନ ପର୍ଯ୍ୟନ୍ତ ଭାରତ ନ ଆସି ଲଣ୍ଡନରେ ରହିଥିଲେ। ସନ୍ନି ତାଙ୍କୁ ଦେଖା କରିବାକୁ ବରାବର ସେଠାକୁ ଯାଉଥିଲେ। ଯେତେବେଳେ ମିଡ଼ିଆରେ ଏହି ଖବର ଜୋର ଧରିଲା, ସେତେବେଳେ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ।