ଜିଆ ଖାନ୍‌ ଆତ୍ମହତ୍ୟା ମାମଲା ନେଇ ଏମିତି କହିଲେ ସୁରଜ୍‌ ପାଞ୍ଚୋଲି

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ଷ୍ଟାର୍‌ ସନ୍‌ ସୁରଜ୍‌ ପାଞ୍ଚୋଲି। ଅଭିନେତ୍ରୀ ଜିଆ ଖାନ୍‌ ଆତ୍ମହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଫସିଥିବା ସୁରଜ୍‌ ନିଜ ୨୮ତମ ଜନ୍ମ ଦିନ ଅବସରରେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରିଛନ୍ତି। ଏକ ଭାବବିହ୍ୱଳ ଲେଖାରେ ସୁରଜ୍‌ ଗତ ୬ ବର୍ଷ ଧରି ଲଢ଼ୁଥିବା ନ୍ୟାୟିକ ଲଢେଇ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଜିଆଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଅଭିଯୋଗ ହେବା ପରେ […]

adi

Chinmayee Roy
  • Published: Sunday, 11 November 2018
  • , Updated: 11 November 2018, 08:24 AM IST

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ଷ୍ଟାର୍‌ ସନ୍‌ ସୁରଜ୍‌ ପାଞ୍ଚୋଲି। ଅଭିନେତ୍ରୀ ଜିଆ ଖାନ୍‌ ଆତ୍ମହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଫସିଥିବା ସୁରଜ୍‌ ନିଜ ୨୮ତମ ଜନ୍ମ ଦିନ ଅବସରରେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରିଛନ୍ତି। ଏକ ଭାବବିହ୍ୱଳ ଲେଖାରେ ସୁରଜ୍‌ ଗତ ୬ ବର୍ଷ ଧରି ଲଢ଼ୁଥିବା ନ୍ୟାୟିକ ଲଢେଇ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଜିଆଙ୍କ ଆତ୍ମହତ୍ୟା ପାଇଁ ସେ ଦାୟୀ ବୋଲି ଅଭିଯୋଗ ହେବା ପରେ ଆଇନଗତ ଲଢେଇ ଜାରି ରଖିଥିବା ସୁରଜଙ୍କ ଏହି କଠିନ ସମୟରେ ଯେଉଁମାନେ ସାଥ୍ ଦେଇଛନ୍ତି, ସେମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

https://www.instagram.com/p/Bp9FzMPgM0T/?utm_source=ig_web_copy_link

ସୁରଜ ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ୬ବର୍ଷ ହେଲା, କୋର୍ଟର ଚକ୍କର କାଟୁଛି। ଶୁଣାଣି ଶେଷ ହେବାକୁ ଅପେକ୍ଷା କରିଛି। ନ୍ୟାୟପ୍ରକ୍ରିୟା ଏତେ ଦୀର୍ଘ ହୋଇଥିଲେ ହେଁ, ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାର ସୁଯୋଗ ନ ଦେଇ କିଛି ଲୋକ ମୋତେ ଦୋଷୀ ବୋଲି ମାନିନେଲେ। ମୁଁ ଜଣେ କ୍ରିମିନାଲ୍‌ ନୁହେଁ, କିନ୍ତୁ  ମୋତେ ନେଇ ଏଭଳି ସବୁ ହେଡ୍‌ଲାଇନ୍‌ସ ଲେଖାଗଲା ଯେଉଁଥିରେ ମୋତେ ହତ୍ୟାକାରୀ ବୋଲି କୁହାଗଲା। କାହିଁ କେତେ କଥା ପ୍ରତିଦିନ ମୋ ନାଁରେ କୁହାଗଲା। ଏ ସବୁକୁ ମୁଁ ଏଡ଼ାଇ ଦେଉଥିଲି। କିନ୍ତୁ ମୋ' ଆତ୍ମୀୟମାନଙ୍କୁ ଏହା ଖୁବ୍‌ କଷ୍ଟ ଦେଇଛି। କାହା ସମ୍ପର୍କରେ ଖରାପ ଭାବିବା ଓ ଖରାପ କହିବା ଅନେକ ସହଜ, କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଖୁବ୍‌ କଷ୍ଟ।’

ଉଲ୍ଲେଖ ଯୋଗ୍ୟ, ଫିଲ୍ମ ଅଭିନେତ୍ରୀ ଜିଆ ଖାନ୍ ୨୦୧୩ରେ ନିଜ ବେଡ୍‌ରୁମ୍‌ରେ ଆତ୍ମହତ୍ୟା କରିଥିଲେ। ଏହାପରେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ସୁରଜ୍‌ ପାଞ୍ଚୋଲିଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ସେ ସେତେବେଳେ ଜିଆଙ୍କ ସହ ଲିଭି-ଇନ୍‌ରେ ରହୁଥିବାର କୁହାଯାଉଥିବାରୁ ସନ୍ଦେହ ଘେରକୁ ଆସିଥିଲେ। ତେବେ ଏହା ପରେ ସୁରଜ୍‌ ଜାମିନ୍‌ରେ ଆସିଥିଲେ। କିନ୍ତୁ ଏହି ମାମଲାକୁ ନେଇ ଏବେ ବି ସେ କୋର୍ଟର ହାଜିରା ଦେଉଛନ୍ତି।

ଗତ ୩ବର୍ଷ ଧରି ସୁରଜ ପରଦା ଉପରୁ ଗାଏବ ଅଛନ୍ତି। ତେବେ ଖୁବ୍‌ଶୀଘ୍ର ନିର୍ମାତା ଭୂଷଣ କୁମାରଙ୍କ ଫିଲ୍ମ ‘ସାଟେଲାଇଟ୍‌ ଶକର୍‌’ ଦ୍ୱାରା ସେ ବଲିଉଡ୍‌କୁ କମ୍‌ବ୍ୟାକ୍ କରିବେ।

Related story