ଏମିତି ଦେଖଯାଏ ସୁଶାନ୍ତ ରାଜପୁତଙ୍କ ଘର, ଯିଏ ଦେଖିବ ଇମ୍ପ୍ରେସ୍‌ ହୋଇଯିବେ

ମୁମ୍ବାଇ: ‘ଏମ୍‌ ଏସ୍‌ ଧୋନି ଦ ଅନ୍‌ଟୋଲଡ୍‌ ଷ୍ଟୋରୀ’ରେ ଧୋନିଙ୍କ ଚରିତ୍ରରେ ଅଭିନୟ କରିଥିବା ସୁଶାନ୍ତ ସିଂ ରାଜପୁତ ତାଙ୍କ ଆଗାମୀ ଫିଲ୍ମ ‘କେଦାରନାଥ’ ଓ ‘ଡ୍ରାଇଭ୍‌’ ମୁଭିର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଘରର କିଛି ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା। ତାଙ୍କ ନୂଆ ଘରର ଫଟୋ ଏତେ ଆକର୍ଷଣୀୟ ହୋଇଛି, ଯିଏ ଦେଖୁଛି ସେ ୱା ଅତି ସୁନ୍ଦର କହୁଛି। ସୁଶାନ୍ତ କହିଛନ୍ତି, ସେ ବୁଡାପେଷ୍ଟରେ ଥିବା ବେଳେ ଘରର ଭିଡ଼ିଓ […]

s

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 02:44 PM IST

ମୁମ୍ବାଇ: ‘ଏମ୍‌ ଏସ୍‌ ଧୋନି ଦ ଅନ୍‌ଟୋଲଡ୍‌ ଷ୍ଟୋରୀ’ରେ ଧୋନିଙ୍କ ଚରିତ୍ରରେ ଅଭିନୟ କରିଥିବା ସୁଶାନ୍ତ ସିଂ ରାଜପୁତ ତାଙ୍କ ଆଗାମୀ ଫିଲ୍ମ ‘କେଦାରନାଥ’ ଓ ‘ଡ୍ରାଇଭ୍‌’ ମୁଭିର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଘରର କିଛି ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା। ତାଙ୍କ ନୂଆ ଘରର ଫଟୋ ଏତେ ଆକର୍ଷଣୀୟ ହୋଇଛି, ଯିଏ ଦେଖୁଛି ସେ ୱା ଅତି ସୁନ୍ଦର କହୁଛି।

ସୁଶାନ୍ତ କହିଛନ୍ତି, ସେ ବୁଡାପେଷ୍ଟରେ ଥିବା ବେଳେ ଘରର ଭିଡ଼ିଓ ଦେଖି ଏତେ ମାତ୍ରାରେ ଇମ୍ପ୍ରେସ୍‌ ହୋଇଥିଲେ ଯେ ସଙ୍ଗେ ସଙ୍ଗେ ଘର କିଣିବାକୁ ନିଷ୍ପତ୍ତି ନେଇଥିଲେ। ସୁଶାନ୍ତ ନିଜ ଘରର ଲିଭିଂ ଏରିଆ, ଡାଇନିଂ ରୁମ୍‌ , ବାଲ୍‌କୋନୀ ଏରିଆ ଓ ଏଣ୍ଟରଟେନ୍‌ମେଣ୍ଟ୍‌ ଜୋନ୍‌କୁ ନେଇ କିଛି କଥା ସେୟାର କରିଛନ୍ତି।

ପେଣ୍ଟିଂ ରୁ ନେଇ ଏଣ୍ଟିକ୍‌ ଆଇଟମ୍‌ ପର୍ଯ୍ୟନ୍ତ ଘରର କୋଣ ଅନୁକୋଣ ସବୁ nostalgicFuturismର ଝଲକ ରହିଛି ସୁଶାନ୍ତଙ୍କ ଲିଭିଂ ରୁମ୍‌ରେ।

ସୁଶାନ୍ତଙ୍କ ଘରେ ଏକ ବଡ଼ ଟେଲିସ୍କୋପ୍‌ ରହିଛି। ଏହାକୁ ସେ ଟାଇମ୍‌ ମେସିନ୍‌ କହିଥାନ୍ତି। ସେ ଅଲଗା ଅଲଗା ଗ୍ରହ ଓ ଗ୍ୟାଲେକ୍ସିକୁ ଘରେ ବସି ଦେଖିବାର ମଜା ଉଠାଇଥାନ୍ତି। ଖୁବ୍‌ ଶୀଘ୍ର ସୁଶାନ୍ତ ‘ଚନ୍ଦା ମାମା ଦୂର’ସିନେମାରେ ଏଷ୍ଟ୍ରୋନଟ୍‌ ଭାବେ ନଜର ଆସିବେ।

ସୁଶାନ୍ତଙ୍କ ଏଣ୍ଟରଟେନ୍‌ମେଣ୍ଟ୍‌ ଜୋନ୍‌ରେ ଏକ ଫିଲ୍ମ ପ୍ରୋଜେକ୍ଟର ଲାଗିଛି। ଏଥିରେ ସେ ନିଜ ପସନ୍ଦର ଫିଲ୍ମ ଦେଖନ୍ତି। ଏହାଛଡ଼ା ନାସା ଟୁର ଫଟୋ ଓ ସ୍ପେସ୍‌ ସଟଲ୍ସର ମଡେଲ୍‌କୁ ମଧ୍ୟ ତାଙ୍କ ରୁମ୍‌ରେ ଦେଖିବାକୁ ମିଳୁଛି।

Related story