ସେହି ଗୋଟିଏ ପ୍ରଶ୍ନରେ ସୁସ୍ମିତା ବାଜି ମାରିନେଇଥିଲେ ମିସ୍‌ ୟୁନିଭର୍ସ ମୁକୁଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ୧୯୯୪  ମେ ୨୧ରେ ମିସ୍‌ ୟୁଇନିଭର୍ସର ଟାଇଟଲ ପିନ୍ଧିଥିଲେ। ସୁସ୍ମିତା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ମିସ୍‌ ୟୁନିଭର୍ସର ତାଜ ଜିତି ପୂରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ମିସ୍‌ ୟୁନିଭର୍ସର ତାଜ୍‌ ଜିତିବା ଆଗରୁ ସେ ‘ମିସ୍‌ ଇଣ୍ଡିଆ ପ୍ରତିଯୋଗିତା’ରେ ଐଶ୍ୱର୍ଯ୍ୟା ରାୟଙ୍କୁ ବି ହରାଇ ଥିଲେ। ନିଜ ଟ୍ୟାଲେଣ୍ଟ ବଳରେ ସୁସ୍ମିତା ଏ ସବୁ ସଫଳତା ପାଇଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ସୁସ୍ମିତା ମିସ୍‌ […]

h-444

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 06:10 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ୧୯୯୪  ମେ ୨୧ରେ ମିସ୍‌ ୟୁଇନିଭର୍ସର ଟାଇଟଲ ପିନ୍ଧିଥିଲେ। ସୁସ୍ମିତା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏ ମିସ୍‌ ୟୁନିଭର୍ସର ତାଜ ଜିତି ପୂରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ମିସ୍‌ ୟୁନିଭର୍ସର ତାଜ୍‌ ଜିତିବା ଆଗରୁ ସେ ‘ମିସ୍‌ ଇଣ୍ଡିଆ ପ୍ରତିଯୋଗିତା’ରେ ଐଶ୍ୱର୍ଯ୍ୟା ରାୟଙ୍କୁ ବି ହରାଇ ଥିଲେ। ନିଜ ଟ୍ୟାଲେଣ୍ଟ ବଳରେ ସୁସ୍ମିତା ଏ ସବୁ ସଫଳତା ପାଇଥିଲେ।

କିନ୍ତୁ ଆପଣ ଜାଣିଛନ୍ତି କି ସୁସ୍ମିତା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଗୋଟିଏ  ଉତ୍ତରରେ ବାଜିମାରି ନେଇଥିଲେ। ଆଉ ସେହି ତାଜକୁ ସେ ନିଜ ନାଁରେ କରିନେଇଥିଲେ। ସେ ସମୟରେ ସୁସ୍ମିତାଙ୍କ ନିକଟତମ ପ୍ରତିଯୋଗି ଐଶ୍ୱର୍ଯ୍ୟା ରାୟ ଥିଲେ। ସୁସ୍ମିତା ଙ୍କୁ  ପଚାରାଯାଇଥିଲା, ଯଦି ଆପଣ କୌଣସି ଐତିହାସିକ  ଘଟଣାକୁ ବଦଳାଇ ପାରିବେ, ତେବ ତାହା କେଉଁ ଘଟଣା ହେବ?  ଏଥିରେ ଐଶ୍ୱର୍ଯ୍ୟା ଉତ୍ତର ଦେଇଥିଲେ ନିଜ ଜନ୍ମର ସମୟ। କିନ୍ତୁ ସୁସ୍ମିତା ସେନ୍‌ କହିଥିଲେ ଇନ୍ଦିରାଗାନ୍ଧୀଙ୍କ ମୃତ୍ୟୁ। ସେ ସମୟରେ ଆଉ ଏକ ପ୍ରଶ୍ନ ସୁସ୍ମିତାଙ୍କୁ ପଚାରାଯାଇଥିଲା ଯାହାର ଉତ୍ତର ବି ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା।

ପ୍ରଶ୍ନଟି ଥିଲା, ଯଦି ତାଙ୍କ ପାଖରେ ଟଙ୍କା ଓ ସମୟ ଦୁଇଟା ଥିବ। ତେବେ ସେ କେଉଁଥିରେ ଆନନ୍ଦ ଅନୁଭବ କରିବେ। ଏଥିରେ ସେ ଜବାବ ଦେଇଥିଲେ ଯେ,‘‘ଯାହା ଆପଣ ନିଜ ଭିତରେ ଅନୁଭବ କରିପାରୁଥିବେ, ତାହା ହେଉଛି  ପ୍ରକୃତ ଆନନ୍ଦଦାୟକ କାମ । ମୋତେ ପିଲାମାନଙ୍କ ସହ ସମୟ କାଟିବାକୁ ଖୁବ୍‌ ଭଲ ଲାଗେ। ସମୟ ପାଇଲେ ମୁଁ ସେମାନଙ୍କ ସହ ସମୟ କାଟିବି।  ଏହା ମୋ ପାଇଁ ସବୁଠୁ ଆନନ୍ଦ ଦାୟକ ଅନୂଭୂତି।’’ ସୁସ୍ମିତାଙ୍କ ଏହି ସବୁ ଉତ୍ତର ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା। ଆଉ ମିସ୍‌ ୟୁନିଭର୍ସର ଟାଇଟଲ୍‌ ତାଙ୍କ ନାଁରେ ହୋଇଥିଲା।  କୁହାଯାଏ ସୁସ୍ମିତା ମିସ୍‌ ୟୁନିଭର୍ସ ଫାଇନାଲ ରାଉଣ୍ଡରେ ଯେଉଁ ଗାଉନ୍‌ ପିନ୍ଧିଥିଲେ ତାହା  ତାଙ୍କ ମା’ ନିଜେ ଡିଜାଇନ୍‌ କରିଥିଲେ।

Related story