ଆଉ ସିଙ୍ଗଲ୍ ନାହାଁନ୍ତି ସୁସ୍ମିତା: ମେସେଜ୍‌ରୁ ମିଳୁଛି ଏମିତି କିଛି ଇସାରା

ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ରିଲ୍‌ ଲାଇଫ୍‌ ଛଡ଼ା ଲଭ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ। ଅନେକ ସମୟରେ ତାଙ୍କ ନାଁ ଏକାଧିକ ବ୍ୟକ୍ତିଙ୍କ ସହ ଯୋଡ଼ା ଯାଇଛି। ହେଲେ ସେ କାହା ସହ ସଂସାର କରିପାରି ନାହାଁନ୍ତି। ଏବେ ବି ସେ ସିଙ୍ଗଲ ଅଛନ୍ତି। କିନ୍ତୁ ନିକଟରେ ସେ ଏମିତି ଏକ ଟ୍ୱିଟ୍‌ କରିଛନ୍ତି ଯେଉଁଥିରୁ ଜଣାପଡ଼ୁଛି, ବୋଧେ ସେ ଆଉ ସିଙ୍ଗଲ ନାହାନ୍ତି। ତାଙ୍କୁ ତାଙ୍କ ମନର ମଣିଷ ମିଳିଯାଇଛି। କଥା […]

susmita

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 12:12 PM IST

ମୁମ୍ବାଇ: ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ରିଲ୍‌ ଲାଇଫ୍‌ ଛଡ଼ା ଲଭ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହେଉଥାଏ। ଅନେକ ସମୟରେ ତାଙ୍କ ନାଁ ଏକାଧିକ ବ୍ୟକ୍ତିଙ୍କ ସହ ଯୋଡ଼ା ଯାଇଛି। ହେଲେ ସେ କାହା ସହ ସଂସାର କରିପାରି ନାହାଁନ୍ତି। ଏବେ ବି ସେ ସିଙ୍ଗଲ ଅଛନ୍ତି। କିନ୍ତୁ ନିକଟରେ ସେ ଏମିତି ଏକ ଟ୍ୱିଟ୍‌ କରିଛନ୍ତି ଯେଉଁଥିରୁ ଜଣାପଡ଼ୁଛି, ବୋଧେ ସେ ଆଉ ସିଙ୍ଗଲ ନାହାନ୍ତି। ତାଙ୍କୁ ତାଙ୍କ ମନର ମଣିଷ ମିଳିଯାଇଛି।

କଥା ହେଉଛି ସୁସ୍ମିତା ନିଜ ସୋସିଆଲ ମିଡ଼ିଆ ଆକାଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲେଖାଅଛି ,‘ମୁଁ ଆଉ ମୋ ପାର୍ଟନରକୁ ଖୋଜୁନାହିଁ, କାରଣ ମୁଁ ଆଉ ଅଧା ନାହିଁ, ତା’ ସହ ସେ କ୍ୟାପସନରେ ଲେଖିଥିଲେ ‘ମୁଁ ସଂପୂର୍ଣ୍ଣ ତୁମର’।

ଏହି ମେସେଜ୍‌କୁ ଦେଖିଲା ପରେ ତ ଏହି କଥା ଜଣାପଡ଼ୁଛି ଯେ, ବୋଧେ ସେ କାହାକୁ ଡେଟ୍‌ କରୁଛନ୍ତି। ଖବର ମୁତାବିକ୍‌ ଗତବର୍ଷ ସୁସ୍ମିତା ରିତିକ୍‌ ଭସିନଙ୍କ ସହ ନିଜ ସଂପର୍କକୁ ଶେଷ କରିଥିଲେ। ବ୍ରେକଅପ୍‌ ପରେ ମଧ୍ୟ ଦୁହେଁ ଜହିରଖାନ୍‌ ଓ ସାଗରିକାଙ୍କ ବାହାଘରକୁ ଏକାଠି ଯାଇଥିଲେ। ଦୁହିଁଙ୍କୁ ଏକାଠି ଦେଖି ଜଣାପଡ଼ିଥିଲା ଯେ, ବ୍ରେକ୍‌ଅପ୍‌ର ଖବର  ଗୁଜବ ବୋଲି। ଏମିତି ବି ଖବର ଆସିଥିଲା ଯେ, ରିତିକଙ୍କ ସାଙ୍ଗ ଦୁହିଁଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ମଧ୍ୟ କହୁଛନ୍ତି।

ତେବେ ସୁସ୍ମିତାଙ୍କ ମେସେଜକୁ ଦେଖି ଅନୁମାନ କରାଯାଉଛି ଯେ ସୁସ୍ମିତାଙ୍କୁ ବୋଧେ ନିଜ ପ୍ରେମର ମଣିଷ ମିଳିଗଲା। କିନ୍ତୁ ସେ କିଏ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ ଯେ, ରିତିକ୍‌ଙ୍କ ଛଡ଼ା ବିକ୍ରମ ଭଟ୍ଟ, ରଣଦୀପ ହୁଡ୍ଡା, ୱସିମ ଅକ୍‌ରମ ଓ ବଣ୍ଟି ସଚଦେବାଙ୍କ ସହ ମଧ୍ୟ ସେ ଡେଟ୍‌ କରି ଚର୍ଚ୍ଚାକୁ ଆସିଥିଲେ।

Related story