ନୂଆ ଅବତାରରେ ଆସିବେ ସ୍ୱରା

ମୁମ୍ବାଇ: ‘ନିଲ ବଟେ ସନ୍ନାଟା’ର ସଫଳତା ନେଇ ଖୁସି ମନାଉଥିବା ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କର ଆଗାମୀ ଫିଲ୍ମ ‘ଅନାରକଲୀ ଆରାୱାଲି’ରେ ଏକ ନୂଆ ଅବତାରରେ ଆସିବେ। ସ୍ୱରା କହିଛନ୍ତି,“ଆଶା ମୁତାବକ ଏ ଫିଲ୍ମରେ ମୋତେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଛି। ଏଥିରେ ମୁଁ ବିହାରର ଆରାରେ ମେଲୋଡି ଗ୍ରୁପ୍‌ରେ ଗୀତ ଗାଉଥିବା ଜଣେ ଗାୟିକାର ଚରିତ୍ରରେ ଅଭିନୟ କରିବି।” ସେ କହିଛନ୍ତି,“ଏହି ଫିଲ୍ମ ପାଇଁ ମୁଁ ଭାରି ଉତ୍ସାହିତ ଅଛି। […]

Swara-Bhaskar

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 08:47 AM IST

ମୁମ୍ବାଇ: ‘ନିଲ ବଟେ ସନ୍ନାଟା’ର ସଫଳତା ନେଇ ଖୁସି ମନାଉଥିବା ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କର ଆଗାମୀ ଫିଲ୍ମ ‘ଅନାରକଲୀ ଆରାୱାଲି’ରେ ଏକ ନୂଆ ଅବତାରରେ ଆସିବେ।

ସ୍ୱରା କହିଛନ୍ତି,“ଆଶା ମୁତାବକ ଏ ଫିଲ୍ମରେ ମୋତେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଛି। ଏଥିରେ ମୁଁ ବିହାରର ଆରାରେ ମେଲୋଡି ଗ୍ରୁପ୍‌ରେ ଗୀତ ଗାଉଥିବା ଜଣେ ଗାୟିକାର ଚରିତ୍ରରେ ଅଭିନୟ କରିବି।”

ସେ କହିଛନ୍ତି,“ଏହି ଫିଲ୍ମ ପାଇଁ ମୁଁ ଭାରି ଉତ୍ସାହିତ ଅଛି। ମୋତେ ଏହି ଫିଲ୍ମରେ ଦର୍ଶକମାନେ ଏପରି ଏକ ଭୂମିକାରେ ଦେଖିବେ ଯାହା ସେମାନେ ପୂର୍ବରୁ କେବେ ଦେଖି ନ ଥିବେ।”

ସାମ୍ବାଦିକରୁ ଫିଲ୍ମନିର୍ମାତା ବନି ଥିବା ବିହାରର ଦରଭଙ୍ଗାର ଅଭିନାଶ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି। ସନ୍ଦୀପ କପୁର ହେଉଛନ୍ତି ଫିଲ୍ମର ପ୍ରଯୋଜକ।

Related story