ପୁଣି ଥରେ ମା’ ହେଲେ ଶ୍ୱେତା ତିୱାରୀ

ମୁମ୍ବାଇ: ଟିଭି କଳାକାର ଶ୍ୱେତା ତିୱାରୀ ଦ୍ୱିତୀୟଥର ପାଇଁ ମା’ ହେବାର ସୋଭାଗ୍ୟ ଲାଭ କରିଛନ୍ତି। ମୁମ୍ବାଇର ଏକ ଘରୋଇ ହସପିଟାଲରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଖବର ଅନୁଯାୟୀ ପୂର୍ବରୁ ଶ୍ୱେତାଙ୍କ ଏକ ୧୫ବର୍ଷର ଝିଅ ପଲକ ମଧ୍ୟ ଅଛି। ପଲକ ତାଙ୍କର ଓ ରାଜା ଚୌଧୁରୀଙ୍କ ଝିଅ। ରାଜା ବାହା ହେବାର ୯ବର୍ଷ ପରେ ୨୦୦୭ରେ ସ୍ୱେତା ଓ ରାଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ୨୦୧୩ରେ ଶ୍ୱେତା ଅଭିନବ […]

shweta-tiwari

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 05:21 PM IST

ମୁମ୍ବାଇ: ଟିଭି କଳାକାର ଶ୍ୱେତା ତିୱାରୀ ଦ୍ୱିତୀୟଥର ପାଇଁ ମା’ ହେବାର ସୋଭାଗ୍ୟ ଲାଭ କରିଛନ୍ତି। ମୁମ୍ବାଇର ଏକ ଘରୋଇ ହସପିଟାଲରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ଖବର ଅନୁଯାୟୀ ପୂର୍ବରୁ ଶ୍ୱେତାଙ୍କ ଏକ ୧୫ବର୍ଷର ଝିଅ ପଲକ ମଧ୍ୟ ଅଛି। ପଲକ ତାଙ୍କର ଓ ରାଜା ଚୌଧୁରୀଙ୍କ ଝିଅ। ରାଜା ବାହା ହେବାର ୯ବର୍ଷ ପରେ ୨୦୦୭ରେ ସ୍ୱେତା ଓ ରାଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା।

ଏହାପରେ ୨୦୧୩ରେ ଶ୍ୱେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ଶ୍ୱେତା ଇନ୍‌ଷ୍ଟାଗ୍ରାମରେ ବେବି ବମ୍ପସ କିଛି ଖାସ୍‌ ଫଟୋ ପୋଷ୍ଟ କରିଥିଲେ।

Related story