ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଫାଇନ ଦେଲେ ଅଭିନେତ୍ରୀ

ମୁମ୍ବାଇ: ପୁଣିଥରେ ଚର୍ଚ୍ଚାରେ ଅଭିନେତ୍ରୀ ତାପସୀ ପନ୍ନୁ। ଏଥର ସେ ନିଜ ଫିଲ୍ମ ସହ ଆଉ ଗୋଟିଏ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଅଡ଼ୁଆରେ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ନାଁରେ ଚାଲାଣ ମଧ୍ୟ କଟାଯାଇଛି। ସର୍ବଦା ଅଲଗା ଧରଣର ଫିଲ୍ମ କରି ଚର୍ଚ୍ଚାରେ ରହୁଥିବା ତାପସୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ରଶ୍ମୀ ରକେଟ୍‌’ ପାଇଁ ବ୍ୟସ୍ତ ରହିଛନ୍ତି। ଖାସ୍ ଏହି ଫିଲ୍ମ ପାଇଁ ସେ ନିଜର ଓଜନ […]

fd

Hemant Lenka
  • Published: Friday, 20 November 2020
  • , Updated: 20 November 2020, 03:16 PM IST

ମୁମ୍ବାଇ: ପୁଣିଥରେ ଚର୍ଚ୍ଚାରେ ଅଭିନେତ୍ରୀ ତାପସୀ ପନ୍ନୁ। ଏଥର ସେ ନିଜ ଫିଲ୍ମ ସହ ଆଉ ଗୋଟିଏ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଅଡ଼ୁଆରେ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ନାଁରେ ଚାଲାଣ ମଧ୍ୟ କଟାଯାଇଛି।

ସର୍ବଦା ଅଲଗା ଧରଣର ଫିଲ୍ମ କରି ଚର୍ଚ୍ଚାରେ ରହୁଥିବା ତାପସୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ରଶ୍ମୀ ରକେଟ୍‌’ ପାଇଁ ବ୍ୟସ୍ତ ରହିଛନ୍ତି। ଖାସ୍ ଏହି ଫିଲ୍ମ ପାଇଁ ସେ ନିଜର ଓଜନ ମଧ୍ୟ ହ୍ରାସ କରିଛନ୍ତି। ଖାଲି ସେତିକି ନୁହେଁ, ଫିଟ୍ ଦେଖାଯିବା ପାଇଁ ସେ ପ୍ରବଳ ପରିଶ୍ରମ ବି କରିଛନ୍ତି।

 

View this post on Instagram

 

A post shared by Taapsee Pannu (@taapsee)


ଏସବୁ ଭିତରେ ତାପସୀ ବୁଧବାର ନିଜ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ଅପଲୋଡ କରିଥିଲେ। ଏହି ଫଟୋରେ ସେ ବିନା ହେଲମେଟ୍‌ରେ ବାଇକ ବାଇକ ଚଳାଉଥିବେ ଦେଖିବାକୁ ମିଳିଛି। ଏହା ଫିଲ୍ମର ଏକ ଦୃଶ୍ୟ ଥିଲା। କିନ୍ତୁ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବାରୁ ତାଙ୍କ ନାଁରେ ଚାଲାଣ କଟା ଯାଇଛି ଓ ସେ ଫାଇନ ମଧ୍ୟ ଭରିଥିବା ଜଣାପଡ଼ିଛି।

ଏକଥା ନିଜେ ତାପସୀ ନିଜ ଫଟୋ ଅପଲୋଡ୍‌ କରି କହିଛନ୍ତି। ସେ କହିଛନ୍ତି, ଏହା ମୁଁ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଫାଇନ କାଟିବା ପୂର୍ବର ଘଟଣା। ବାଇକ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିବା କଥା ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ରଶ୍ମୀ ରକେଟରେ ତାପସୀ ଜଣେ ଆଥଲେଟ୍ ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Taapsee Pannu (@taapsee)

Related story