ପୁରୁଷ ପ୍ରଧାନ ବଲିଉଡ୍‌ରେ ତବୁଙ୍କ ଜଲୱା: ପଛରେ ପଡି ଯାଇଥିଲେ ନାମୀଦାମୀ ଅଭିନେତା

ମୁମ୍ବାଇ: ବଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜ ନିଖୁଣ ଅଭିନୟରେ ଅଭିନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ତବୁ। ଯେତେବେଳେ ବଲିଉଡରେ ନାୟକମାନଙ୍କୁ ଅଧିକ ପ୍ରାଧାନ୍ୟ ମିଳୁଥିଲା ସେ ସମୟରେ ତବୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନର ଅଭିନୟ ଭିତରେ ସେ ଏକାଧିକ ହିଟ୍‌ ମୁଭି ଦେଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ ଆୱାର୍ଡ ମଧ୍ୟ ମିଳିଛି। ଆସନ୍ତୁ ଜାଣିବା ତବୁଙ୍କର କିଛି ଚର୍ଚ୍ଚିତ ଫିଲ୍ମ ବିଷୟରେ। […]

tabu-759

Rakesh Mallick
  • Published: Tuesday, 10 April 2018
  • , Updated: 10 April 2018, 01:07 PM IST

ମୁମ୍ବାଇ: ବଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜ ନିଖୁଣ ଅଭିନୟରେ ଅଭିନେତାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ତବୁ। ଯେତେବେଳେ ବଲିଉଡରେ ନାୟକମାନଙ୍କୁ ଅଧିକ ପ୍ରାଧାନ୍ୟ ମିଳୁଥିଲା ସେ ସମୟରେ ତବୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନର ଅଭିନୟ ଭିତରେ ସେ ଏକାଧିକ ହିଟ୍‌ ମୁଭି ଦେଇଛନ୍ତି। ଏଥିପାଇଁ ତାଙ୍କୁ ବହୁତ ଆୱାର୍ଡ ମଧ୍ୟ ମିଳିଛି। ଆସନ୍ତୁ ଜାଣିବା ତବୁଙ୍କର କିଛି ଚର୍ଚ୍ଚିତ ଫିଲ୍ମ ବିଷୟରେ।

 

ବିଜୟପଥ: ତବୁଙ୍କ ପ୍ରଥମ ଫିଲ୍ମ ଥିଲା ‘ବିଜୟପଥ’। ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିବା ସହ ପ୍ରଶଂସା ସାଉଁଟିଥିଲା। ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାରର ‘ବେଷ୍ଟ୍‌ ଡେବ୍ୟୁ ଆୱାର୍ଡ’ ପାଇଛନ୍ତି।

ମାଚିସ: ମାଚିସ୍‌ରେ ତବୁଙ୍କ ରୋଲ୍‌ ଖୁବ୍‌ ଦମ୍‌ଦାର ଥିଲା। ଫିଲ୍ମଟି ଲୋକଙ୍କୁ ପସନ୍ଦ ଆସିଥିଲା। ଏହି ଫିଲ୍ମ ଲାଗି ତବୁଙ୍କୁ ନ୍ୟାସନାଲ ଆୱାର୍ଡ ମିଳିଥିଲା।

ବିରାସତ: ଏହି ଫିଲ୍ମରେ ତବୁଙ୍କ ରୋଲ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା। ଏଥିପାଇଁ ତାଙ୍କୁ ବେଷ୍ଟ କ୍ରିଟିକ୍ସ ଆୱାର୍ଡ ପାଇଥିଲେ।

ହୁତୁତୁ: ଏହି ସିନେମାରେ ତବୁ ପ୍ରମାଣ କରି ଦେଖାଇଥିଲେ ଅଭିନେତ୍ରୀ ବି କୌଣସି ଗୁଣରେ ଅଭିନେତାଙ୍କଠାରୁ କମ ନୁହଁନ୍ତି। ଏହି ସିନେମା ଲାଗି ତବୁଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ ଆୱାର୍ଡ ଦିଆଯାଇଥିଲା।

ଆସ୍ତିତ୍ୱ: ଯଦି ଆପଣ ଆସ୍ତିତ୍ୱ ଦେଖିନାହାନ୍ତି ତେବେ ଥରେ ନିଶ୍ଚିତ ଦେଖନ୍ତୁ। ଏହି ଫିଲ୍ମରେ ତବୁଙ୍କ ଅଭିନୟ ଖୁବ୍‌ ଉଚ୍ଚକୋଟୀର ଥିଲା। ଏହି ଫିଲ୍ମ ପାଇଁ ତବୁ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡ ପାଇଥିଲେ।

ଚାନ୍ଦନୀ ବାର: ଏହି ଫିଲ୍ମରେ ତବୁ ବାର ଗର୍ଲ ଭାବେ ନଜର ଆସିଥିଲେ। ଫିଲ୍ମ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ କରାଯାଇ ଥିଲା।

ଚିନି କମ୍‌ ଚିନି କମ୍‌ରେ ତବୁଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ଥିଲେ। ଫିଲ୍ମର କାହାଣୀ ମଧ୍ୟ ଅଲଗା ଥିଲା। ତବୁଙ୍କୁ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡ ମିଳିଛି।

ହାଇଦର: ହାଇଦର ଫିଲ୍ମରେ ତବୁ ଖୁବ୍ ସୁନ୍ଦର ଅଭିନୟ କରିଥିଲେ। ଏହି ଫିଲ୍ମ ଲାଗି ତବୁଙ୍କୁ ଫିଲ୍ମଫେୟାର ବେଷ୍ଟ୍‌ ସପୋର୍ଟିଂ ରୋଲ୍ ଆୱାର୍ଡ ମିଳିଥିଲା।

 

 

Related story