ତୈମୁର କ’ଣ ଗୁଣ୍ଡା?

ମୁମ୍ବାଇ: ତୈମୁର ଷ୍ଟାର କିଡ୍‌ ହୋଇଥିବା ଯୋଗୁଁ ଓ ନିଜ କ୍ୟୁଟ୍‌ନେସ୍‌ ପାଇଁ ଜନ୍ମ ହେବା ଦିନରୁ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କ’ଣ କଲେ କୁଆଡ଼େ ଗଲେ ସବୁବେଳେ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଏ। ଏହା ଛଡା ତୈମୁରଙ୍କୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଏବେ ଶୁଣିବାକୁ ମିଳିଛି ତୈମୁରଙ୍କୁ ଗୁଣ୍ଡା ବୋଲି ସମ୍ବୋଧନ କରାଯାଇଛି। ଏହି କଥା ଆଉ କେହି ନୁହେଁ, ନିଜେ ତାଙ୍କ ବାପା ସୈଫ୍‌ ଅଲ୍ଲୀ […]

TAIMUR

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 10:06 AM IST

ମୁମ୍ବାଇ: ତୈମୁର ଷ୍ଟାର କିଡ୍‌ ହୋଇଥିବା ଯୋଗୁଁ ଓ ନିଜ କ୍ୟୁଟ୍‌ନେସ୍‌ ପାଇଁ ଜନ୍ମ ହେବା ଦିନରୁ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କ’ଣ କଲେ କୁଆଡ଼େ ଗଲେ ସବୁବେଳେ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଏ। ଏହା ଛଡା ତୈମୁରଙ୍କୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଏବେ ଶୁଣିବାକୁ ମିଳିଛି ତୈମୁରଙ୍କୁ ଗୁଣ୍ଡା ବୋଲି ସମ୍ବୋଧନ କରାଯାଇଛି। ଏହି କଥା ଆଉ କେହି ନୁହେଁ, ନିଜେ ତାଙ୍କ ବାପା ସୈଫ୍‌ ଅଲ୍ଲୀ ଖାନ୍‌ କହିଛନ୍ତି। କାହିଁକି ନା ତୈମୁର ଦେଖିବାକୁ ଯେତିକି କ୍ୟୁଟ୍‌ ସେତିକି ଦୁଷ୍ଟ ମଧ୍ୟ।

ଆଜିକାଲି ତୈମୁର ତାଙ୍କ ପିଉସୀ ସୋହାଙ୍କ ଝିଅ ତଥା ଭଉଣୀ ଇନାୟାଙ୍କ ଝିଅ ସହ ଅଧିକାଂଶ ସମୟ ବିତାଉଛନ୍ତି। ଦୁହିଁଙ୍କର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସୁଛି। କିନ୍ତୁ ସୈଫ୍‌ଙ୍କୁ ଡର ଲାଗେ ତୈମୁର ଇନାୟାଙ୍କ ପାଖରେ ଥିଲେ। ଏକଥା ନିଜେ ସୈଫ୍‌ ଏକ ସାକ୍ଷାତ କାରରେ କହିଛନ୍ତ। ସେ କହିଛନ୍ତି, ‘‘ଇନାୟା ଓ ତୈମୁର ଦୁହେଁ ଅନେକ ସମୟରେ ଏକାଠି ଖେଳନ୍ତି। ଇନାୟା ତୈମୁରଙ୍କ ଠାରୁ ସାନ ଓ ସେ ବହୁତ ଶାନ୍ତ, କିନ୍ତୁ ତୈମୁର ଖୁବ୍‌ ଦୁଷ୍ଟ। ତାଙ୍କ ଆଖପାଖରେ କେହି ନଥିଲେ କାଳେ ସେ ଇନାୟାଙ୍କ ଚୁଟି ଟାଣି ଦେବ, ସେଥିପାଇଁ ମୋର ସବୁବେଳେ ଚିନ୍ତା ଥାଏ। କାରଣ ତୈମୁର ଜଣେ ଗୁଣ୍ଡା।’’

ଛୁଆ ଦୁହିଁଙ୍କୁ ନେଇ ସୋହା କୁହନ୍ତି, ‘‘ଇନାୟାଙ୍କ ଠାରୁ ତୈମୁର ଗୋଟିଏ ବର୍ଷ ବଡ଼। ତେଣୁ ଇନାୟା ତାଙ୍କୁ ସବୁବେଳେ ବଡ଼ ଭାଇ ଭଳି ସମ୍ମାନ କରନ୍ତୁ ଓ ତୈମୁର ବି ନିଜ ଭଉଣୀକୁ ନେଇ ସବୁବେଳେ ପ୍ରୋଟେକ୍ଟିଭ୍‌ ଥାଆନ୍ତୁ। ମୁଁ ଏତିକି ହିଁ ଚାହେଁ।’’

 

 

 

 

Related story