ଅନୁଭବଙ୍କ ସହ ଅଭିନୟ କରି ନିଆରା ଅନୁଭୂତି ପାଇଲି: ତମନ୍ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ପ୍ରେମ୍‌ କୁମାର’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ଦୁଇ ଜଣ ଅଭିନେତ୍ରୀ ତମନ୍ନା ଏବଂ ଶିବାନୀ ଅଛନ୍ତି। ପ୍ରଥମ କରି ଏହି ଦୁଇ ଅଭିନେତ୍ରୀଙ୍କ ସହ ଅଭିନୟ କରୁଛନ୍ତି ଅନୁଭବ। ତେବେ ଏହି ଫିଲ୍ମକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଫିଲ୍ମର ହିରୋଇନ୍‌ ତମନ୍ନା। ସେ କହିଛନ୍ତି “ପ୍ରଥମ କରି ତରଙ୍ଗରେ ସୁଯୋଗ ମିଳିବା ସୌଭାଗ୍ୟର […]

tamanna

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 04:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ 'ପ୍ରେମ୍‌ କୁମାର'। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ତାଙ୍କ ବିପକ୍ଷରେ ଦୁଇ ଜଣ ଅଭିନେତ୍ରୀ ତମନ୍ନା ଏବଂ ଶିବାନୀ ଅଛନ୍ତି। ପ୍ରଥମ କରି ଏହି ଦୁଇ ଅଭିନେତ୍ରୀଙ୍କ ସହ ଅଭିନୟ କରୁଛନ୍ତି ଅନୁଭବ। ତେବେ ଏହି ଫିଲ୍ମକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଫିଲ୍ମର ହିରୋଇନ୍‌ ତମନ୍ନା।

ସେ କହିଛନ୍ତି "ପ୍ରଥମ କରି ତରଙ୍ଗରେ ସୁଯୋଗ ମିଳିବା ସୌଭାଗ୍ୟର ବିଷୟ। ଏହି ଫିଲ୍ମରେ ତାଙ୍କର ବେଶ୍ ଦମ୍‌ଦାର ଚରିତ୍ର ଅଛି ବୋଲି ସେ କହିଛନ୍ତି। ଯେତିକି ଦିନ ଅନୁଭବଙ୍କ ସହ ସୁଟିଂ କଲେ ସେସମୟର ନିଆରା ମୁହୂର୍ତ୍ତ ସାଉଁଟିଛନ୍ତି ବୋଲି କହିଛନ୍ତି ତମନ୍ନା।"

ଜଣାଇଦେଉଛୁ ଏକ ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ 'ମୁଁ ବି ହିରୋଇନ୍‌ ହେବି' ମାଧ୍ୟମରେ ତମନ୍ନା ଓଲିଉଡ୍‌କୁ ଆସିଥିଲେ। ଏହାପରେ 'ଭାଇନା କ’ଣ କଲା ସେ', 'ନିଝୁମ୍‌ ରାତିର ସାଥୀ' ପରି ହିଟ୍‌ ଫିଲ୍ମରେ ଅଭିନୟ କରି ତମନ୍ନା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Related story