ହ୍ରିତିକ୍‌ଙ୍କ ପାଇଁ ଚୁମ୍ବନ ନିୟମ ବଦଳାଇଲେ ଏହି ହିରୋଇନ୍‌

ମୁମ୍ବାଇ: ବାହୁବଳି ଫେମ୍‌ ତଥା ତାମିଲ ଅଭିନେତ୍ରୀ ତମନ୍ନା ଭାଟିଆ। ଯାହାଙ୍କର ଫିଲ୍ମର କଣ୍ଟ୍ରାକ୍ଟରେ ‘ନୋ କିସିଂ ସିନ୍‌’ର କ୍ଲଜ୍‌ ଥାଏ, ସେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନ୍‌ଙ୍କ ପାଇଁ ଏହି କଣ୍ଟ୍ରାକ୍ଟ ଭାଙ୍ଗିବାକୁ ରାଜି ହୋଇଛନ୍ତି। ‘ଫେମସଲି ଫିଲ୍ମଫେୟାର’ ନାମକ ଏକ ଚ୍ୟାଟ୍ ଶୋ’ରେ ତମନ୍ନା କହିଛନ୍ତି ଯେ ଯଦି ତାଙ୍କୁ  କେବେ ହ୍ରିତିକ୍‌ ରୋଶନଙ୍କ ସହ ଅଭିନୟ କରିବାକୁ ମଉକା ମିଳେ ତେବେ ସେ ତାଙ୍କ ପାଇଁ ଏହି ନିୟମ ଭାଙ୍ଗିବାକୁ ରାଜି […]

60-1

Chinmayee Roy
  • Published: Sunday, 03 March 2019
  • , Updated: 03 March 2019, 10:54 AM IST

ମୁମ୍ବାଇ: ବାହୁବଳି ଫେମ୍‌ ତଥା ତାମିଲ ଅଭିନେତ୍ରୀ ତମନ୍ନା ଭାଟିଆ। ଯାହାଙ୍କର ଫିଲ୍ମର କଣ୍ଟ୍ରାକ୍ଟରେ ‘ନୋ କିସିଂ ସିନ୍‌’ର କ୍ଲଜ୍‌ ଥାଏ, ସେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ୍‌ ହ୍ରିତିକ୍‌ ରୋଶନ୍‌ଙ୍କ ପାଇଁ ଏହି କଣ୍ଟ୍ରାକ୍ଟ ଭାଙ୍ଗିବାକୁ ରାଜି ହୋଇଛନ୍ତି। ‘ଫେମସଲି ଫିଲ୍ମଫେୟାର’ ନାମକ ଏକ ଚ୍ୟାଟ୍ ଶୋ’ରେ ତମନ୍ନା କହିଛନ୍ତି ଯେ ଯଦି ତାଙ୍କୁ  କେବେ ହ୍ରିତିକ୍‌ ରୋଶନଙ୍କ ସହ ଅଭିନୟ କରିବାକୁ ମଉକା ମିଳେ ତେବେ ସେ ତାଙ୍କ ପାଇଁ ଏହି ନିୟମ ଭାଙ୍ଗିବାକୁ ରାଜି ଅଛନ୍ତି। ସେ କହିଥିଲେ, ‘ମୁଁ ପରଦା ଉପରେ କିସିଂ ସିନ୍‌ କରେ ନାହିଁ । ଏହା ମୋ କଣ୍ଟ୍ରାକ୍ଟର ଏକ ମୁଖ୍ୟ କ୍ଲଜ୍‌। ହେଲେ ମୁଁ ମୋ ସାଙ୍ଗମାନଙ୍କ ସହ ପ୍ରାୟ ଥଟ୍ଟା ମଜା କରେ ଯେ ହ୍ରିତିକ୍‌ଙ୍କ ସହ ମୁଁ କିସିଂ ସିନ୍‌ କରିବି।’

https://www.instagram.com/p/BuJ5TbUF5hu/?utm_source=ig_web_copy_link

ଫିଲ୍ମ ‘ବାହୁବଳି- ଦ ବିଗ୍‌ନିଙ୍ଗ’ର ଅଭିନେତ୍ରୀ ତମନ୍ନା ଭାଟିଆ ହ୍ରିତିକଙ୍କର ଜଣେ ବଡ଼ ଫ୍ୟାନ୍। ନିକଟରେ ସେ ହ୍ରିତିକ୍‌ଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ। ତମନ୍ନା କହିଥିଲେ ଯେ ସେ ହ୍ରିତିକ୍‌ଙ୍କୁ ଦେଖା କରିବା ବେଳେ ଏତେ ଉତ୍ସାହିତ ଥିଲେ ଯେ ତାଙ୍କୁ ନିଜକୁ ୧୬ ବୟସୀ ପରି ଅନୁଭବ ହେଉଥିଲା।

ତମନ୍ନାଙ୍କର ଏବେ  ଅପକମିଂ ବଲିଉଡ ମୁଭି ‘ଚୋର ନିକଲ କେ ଭାଗା’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତମନ୍ନାଙ୍କ ସହ ଜନ୍‌ ଆବ୍ରାହମ୍‌ ନଜର ଆସିବେ। ଫିଲ୍ମଟିକୁ ମିଳିତ ଭାବେ ଜନ୍‌ ବ୍ରାହମ, ଅର୍ଜୁନ କପୁର ଓ ରାଜ୍‌ କୁମାର ଗୁପ୍ତା JA Entertainment ଓ Kriarj Entertainment ବ୍ୟାନର୍‌ରେ ପ୍ରସ୍ତୁତ କରୁଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ହିଟ୍‌ ଫିଲ୍ମ ‘ସ୍ତ୍ରୀ’ର ନିର୍ଦ୍ଦେଶକ ଅମର କୌଶିକ୍‌।

Related story