ଅନୁଭବ, ବାବୁସାନ୍‌ଙ୍କୁ ନେଇ ଆସୁଛି ଦୁଇଟି ଫିଲ୍ମ

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ରଜ ପାଇଁ ସଜ ହେଉଛି ତରଙ୍ଗ। ରଜରେ ତରଙ୍ଗ ଭେଟି ଦେଉଛି ଦୁଇଟି ନୂଆ ସିନେମା। ୨ ସୁପରଷ୍ଟାର ଅନୁଭବ ଓ ବାବୁସାନ୍‌ଙ୍କୁ ନେଇ ନିର୍ମାଣ ହେଉଛି ଦୁଇଟି ଫିଲ୍ମ। ଏହି ସିନେମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପ୍ରଥମ ଫିଲ୍ମରେ ବାବୁସାନ୍‌ ମୁଖ୍ୟ ଭୂମିକାରେ ରହିଛନ୍ତି। ଯାହାର ନିର୍ଦ୍ଦେଶନା ଦେବେ ଅଶୋକ ପତି ଓ ସଂଳାପ ଲେଖିଛନ୍ତି ରଣଜିତ୍‌ ପଟ୍ଟନାୟକ। ଅଭିଜିତ୍‌ ମଜୁମଦାର ଏହି ଫିଲ୍ମର ସ୍ୱର ସଂଯୋଜନା କରୁଛନ୍ତି। ସେହିପିର ଦ୍ୱିତୀୟ […]

taranga

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 01:17 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ରଜ ପାଇଁ ସଜ ହେଉଛି ତରଙ୍ଗ। ରଜରେ ତରଙ୍ଗ ଭେଟି ଦେଉଛି ଦୁଇଟି ନୂଆ ସିନେମା। ୨ ସୁପରଷ୍ଟାର ଅନୁଭବ ଓ ବାବୁସାନ୍‌ଙ୍କୁ ନେଇ ନିର୍ମାଣ ହେଉଛି ଦୁଇଟି ଫିଲ୍ମ। ଏହି ସିନେମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପ୍ରଥମ ଫିଲ୍ମରେ ବାବୁସାନ୍‌ ମୁଖ୍ୟ ଭୂମିକାରେ ରହିଛନ୍ତି। ଯାହାର ନିର୍ଦ୍ଦେଶନା ଦେବେ ଅଶୋକ ପତି ଓ ସଂଳାପ ଲେଖିଛନ୍ତି ରଣଜିତ୍‌ ପଟ୍ଟନାୟକ। ଅଭିଜିତ୍‌ ମଜୁମଦାର ଏହି ଫିଲ୍ମର ସ୍ୱର ସଂଯୋଜନା କରୁଛନ୍ତି। ସେହିପିର ଦ୍ୱିତୀୟ ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି  ଅନୁଭବ। ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଳ ଓ ଶକ୍ତି ବରାଳ। ଏଥିରେ ସ୍ୱର ସଂଯୋଜନା କରିବେ ପ୍ରେମ ଆନନ୍ଦ।  ତେବେ ଏହି ଦୁଇଟି ଫିଲ୍ମର ନାୟିକା କିଏ ହେବେ ତାହା ଏପର୍ଯନ୍ତ ସ୍ପଷ୍ଟ କରାଯାଇନାହିଁ। ଖୁବଶୀଘ୍ର ଏହି ଦୁଇଟି ଫିଲ୍ମ ଫ୍ଲୋରକୁ ଯିବ ବୋଲି ସୂଚନା ମିଳୁଛି।

ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍‌ସନ୍ସ ଦ୍ୱାରା ନିର୍ମିତ ଫିଲ୍ମ 'ସିଷ୍ଟର ଶ୍ରୀଦେବୀ' ଓ 'ଅଭୟ'ରେ ବାବୁସାନ୍‌ ଓ ଅନୁଭବଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା।

Related story