ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦିନେ ରଙ୍ଗମଞ୍ଚରେ ଚିକ୍‌ମିକ୍‌ ଆଲୁଅରେ ଚମକୁଥିବା ଚେହେରାଟିକୁ ଫିକା କରିଦେଇଥିଲା ସମୟ।  ଆଉ ଗ୍ଲାମର ଦୁନିଆରୁ ତାଙ୍କୁ ନେଇ ଯାଇଥିଲା ରାସ୍ତାକଡ଼କୁ। ମହାମାରୀ କରୋନା ତାଙ୍କୁ ଅଭିନେତ୍ରୀରୁ ସଜେଇ ଦେଇଥିଲା ଫଳବେପାରୀ। ହେଲେ କୁହାଯାଏ ସମୟ ସବୁବେଳେ ଖରାପ ନଥାଏ। ଜୀବନର ଗତିପଥ ବେଳେ ବେଳେ ଏମିତି ବାଟ ଭାଙ୍ଗି ଚାଲିଯାଏ। ସେମିତି ଅଭିନେତ୍ରୀ ରିଙ୍କି ଓରଫ ପ୍ରତିଭା ମହାରଣାଙ୍କ ଜୀବନରୁ ସେମିତି କିଛି ଦୁର୍ଦ୍ଦିନର ମୂହୁର୍ତ୍ତ ଚାଲିଯାଇଛି। ଆଉ ସେ ତାଙ୍କ ପୁରୁଣା ଦିନକୁ […]

Rinky-artist

Tapas Behera
  • Published: Wednesday, 05 August 2020
  • , Updated: 05 August 2020, 07:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦିନେ ରଙ୍ଗମଞ୍ଚରେ ଚିକ୍‌ମିକ୍‌ ଆଲୁଅରେ ଚମକୁଥିବା ଚେହେରାଟିକୁ ଫିକା କରିଦେଇଥିଲା ସମୟ।  ଆଉ ଗ୍ଲାମର ଦୁନିଆରୁ ତାଙ୍କୁ ନେଇ ଯାଇଥିଲା ରାସ୍ତାକଡ଼କୁ। ମହାମାରୀ କରୋନା ତାଙ୍କୁ ଅଭିନେତ୍ରୀରୁ ସଜେଇ ଦେଇଥିଲା ଫଳବେପାରୀ। ହେଲେ କୁହାଯାଏ ସମୟ ସବୁବେଳେ ଖରାପ ନଥାଏ। ଜୀବନର ଗତିପଥ ବେଳେ ବେଳେ ଏମିତି ବାଟ ଭାଙ୍ଗି ଚାଲିଯାଏ। ସେମିତି ଅଭିନେତ୍ରୀ ରିଙ୍କି ଓରଫ ପ୍ରତିଭା ମହାରଣାଙ୍କ ଜୀବନରୁ ସେମିତି କିଛି ଦୁର୍ଦ୍ଦିନର ମୂହୁର୍ତ୍ତ ଚାଲିଯାଇଛି। ଆଉ ସେ ତାଙ୍କ ପୁରୁଣା ଦିନକୁ ଫେରିପାଇଛନ୍ତି। ପୁଣିଥରେ ମୁହଁରେ ରଙ୍ଗ ମାଖି ରଙ୍ଗିନ୍‌ ପରଦାରେ ଚମକିଛନ୍ତି ସେ । ଆଉ ରିଙ୍କିଙ୍କ ଏହି ଭାଗ୍ୟ ବଦଳିବା ପଛରେ ରହିଛି ଗୋଟିଏ ଟ୍ୱିଟ୍‌। ତାଲାବନ୍ଦ ସମୟରେ ଫଳ ବେପାର କରୁଥିବା ଏବଂ ତାଙ୍କ ରୋଗାକ୍ରାନ୍ତ ବାପାମାଙ୍କ ଦୁଃସ୍ଥିତିର କାହାଣୀ ସାମ୍ନାକୁ ଆସିବା ବେଳେ ଚର୍ଚ୍ଚାକୁ ଆସିଥିଲେ ରିଙ୍କି।

https://twitter.com/JagiPanda/status/1290617972302606336?s=20

ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ସତ୍ୟବ୍ରତ ନାୟକ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ରିଙ୍କିଙ୍କୁ ତରଙ୍ଗରେ ସୁଯୋଗ ମିଳୁ ବୋଲି ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଟ୍ୱିଟ୍‌ କରିଥିଲେ। ପ୍ରତିଉତ୍ତରରେ ଜଗି ଅଫ୍‌କୋର୍ସ କହିଥଲେ। ଏବେ ରିଙ୍କିଙ୍କୁ ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚାନେଲ ତରଙ୍ଗରେ ଏକ ଧାରାବାହିକରେ ସୁଯୋଗ ମିଳିଛି। ଯାହାର ଏକ ଭିଡିଓ କ୍ଲିପ୍‌କୁ ଜଗି ଟ୍ୱିଟ୍‌ କରିଛନ୍ତି। ଆଉ ଦର୍ଶକଙ୍କୁ ସରପ୍ରାଇଜ୍‌ ଦେବା ଛଳରେ କହିଛନ୍ତି ଚିହ୍ନିଲେ ଦେଖି ଏହି ଲେଡି ଜଣକ କିଏ। ଆଉ ଏହି ମହାନତା ତଥା ମାନବିକତା ପାଇଁ ଜଗିଙ୍କୁ ଅନେକ ପ୍ରଂଶସା କରିବା ସହ ଧନ୍ୟବାଦ ଦେଇଛନ୍ତି।

ତୋର ଚକଲେଟ୍ ଖିଆ ବୟସ ଯାଇନି’, ‘ପ୍ରେମ କୋଉଠୁ ଶିଖିଲୁରେ’ ଆଦି ଆଲବମ୍‌ରେ ସେ ସାଜିଥିଲେ ଚୁଲବୁଲି ଅଭିନେତ୍ରୀ। ଦଶ ବର୍ଷ ତଳେ ଦର୍ଶକ ତାଙ୍କୁ ଦେଖିବାକୁ ପାଗଳ ହୋଇ ଯାଉଥିଲେ। ମଞ୍ଚ ଓ ଆଲବମ୍ ଅଭିନେତ୍ରୀ ଭାବେ ଖୁବ୍‌ ନାଁ ବି କମାଇଥିଲେ ସେ । ହେଲେ କରୋନା ଯୋଗୁ ସବୁ ବନ୍ଦ ହୋଇଯିବା ପରେ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ି ଥିଲା । ଏପରି ସ୍ଥିତିରେ  ଆଲବମ୍‌ ଦୁନିଆରେ କୁଇନ୍‌ ସାଜିଥିବା ପ୍ରତିଭା ମହାରଣା ଓରଫ ରିଙ୍କି ରାସ୍ତା କଡ଼ରେ ଫଳ ବିକିବାକୁ ବାଧ୍ୟ ହୋଇଥିଲେ।

Related story